କାଲି ଯିଏ ପ୍ରଧାନମନ୍ତ୍ରୀ ଥିଲେ ଏବେ ସିଏ ନୌସେନା ଘାଟିରେ ଲୁଚିଛନ୍ତି !

Above Post Content

ଆର୍ଥିକ ସଂକଟ କାରଣରୁ ଶ୍ରୀଲଙ୍କା ଗୃହଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବା ଲାଗୁଛି । ପୁରା ଦେଶରେ ବ୍ୟାପକ ହିଂସା ଗୃହଯୁଦ୍ଧ ଆଶଙ୍କାକୁ ଅଧିକ ବଳବତ୍ତର କରୁଛି । ବିକ୍ଷୋଭକାରୀ ଧିରେ ଧିରେ କେତେ ଉଗ୍ର ହେଉଛନ୍ତି ତାହା ଏହିଥିରୁ ଅନୁମାନିତ ଯେ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପୈତୃକ ଘରକୁ ନିଆଁ ଲଗାଇ ଦେଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଭିତରକୁ ମଧ୍ୟ ବିକ୍ଷୋଭକାରୀ ଧସେଇ ପସିଛନ୍ତି । ଆଉ ଏସବୁ ଘଟିଛି ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ । ରାଜପକ୍ଷେ ପରିବାର ଉପରେ ଜନତାର ପୁଂଜିଭୂତ ଅସନ୍ତୋଷ ହିଂସାର ରୂପ ନେଲାଣି । ଏହି ପରିବାର ୨୦୦୯ ପରଠାରୁ ଶ୍ରୀଲଙ୍କା ଶାସନ ବ୍ୟବସ୍ଥା ଉପରେ କବଜା କରିରଖିଛି । ଚୀନ୍ ସହିତ ଆର୍ଥିକ କାରବାର କାରଣରୁ ଶ୍ରୀଲଙ୍କାର ଅର୍ଥନୀତି ଭୁଷୁଡିପଡିଥିବା ବେଳେ ରାଜପକ୍ଷେ ପରିବାର ବିରୋଧରେ ଦୁର୍ନୀତିର ଅଭିଯୋଗ ରହିଛି । ଏବେ ସେହି ପରିବାର ଜନତାର ଆକ୍ରୋଶରୁ ବର୍ତ୍ତିବା ପାଇଁ ଗୁପ୍ତ ସ୍ଥାନ ଖୋଜୁଛି ।

ପ୍ରଧାନମନ୍ତ୍ରୀଙ୍କ ଘର ଜାଳିଦେଲେ

After 2nd paragraph post ads

ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବା ପରେ ମଧ୍ୟ ଜନତାର ଆକ୍ରୋଶରୁ ବର୍ତ୍ତି ପାରିନାହାନ୍ତି । ମହିନ୍ଦା ଇସ୍ତଫା ଦେବା ପରେପରେ ତାଙ୍କ ସମର୍ଥକ ରାଜଧାନୀ କଲମ୍ବୋର ରାସ୍ତାକୁ ଓହ୍ଲାଇଥିଲେ । ଆମେ କାହା ଚାପରେ ଆସିବୁ ନାହିଁ ଓ ଲଢିବୁ ବୋଲି ମହିନ୍ଦାଙ୍କ ବୟାନ ତାଙ୍କ ସମର୍ଥକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ଉସକାଇଥିଲା । ମହିନ୍ଦାଙ୍କ ସମର୍ଥକ ରାଜଧାନୀ କଲମ୍ବୋରେ ବ୍ୟାପକ ହିଂସା ଭିଆଇଥିଲେ । ଜବାବରେ ବିରୋଧୀ ଓ ସାଧାରଣ ନାଗରିକ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ମହିନ୍ଦାଙ୍କ ପୈତୃକ ଘରେ ନିଆଁ ଲଗାଇ ଦେଇଥିଲେ

ଟେମ୍ପଲ ଟ୍ରି’ ଉପରେ ଆକ୍ରମଣ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଆଧିକାରିକ ସରକାରୀ ବାସଭବନ ଟେମ୍ପଲ ଟ୍ରି’ ଆଗର ଜମା ହୋଇଥିବା ବିକ୍ଷୋଭକାରୀଙ୍କ ଉପରେ ମହିନ୍ଦାଙ୍କ ସମର୍ଥକ ଆକ୍ରମଣ କରିଥିଲେ । ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଫଳରେ ବିକ୍ଷୋଭକାରୀ ଟେମ୍ପଲ ଟ୍ରି’ର ମୁଖ୍ୟ ଦ୍ୱାରା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀ ଆବାସ ପରିସରରରେ ଥିବା ଏକ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ସହିତ ଗୁଳିମାଡ଼ କରିଥିଲା ।

ହେଲିକପ୍ଟରରେ ପରିବାର ସହିତ ପଳାୟନ

Middle post content

ଉଗ୍ର ବିକ୍ଷୋକ୍ଷକାରୀଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ମହିନ୍ଦା ପରିବାର ସହିତ ସେନା ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ବାସଭବନରୁ ପଳାୟନ କରିଥିଲେ. । ଏଏଫପି ରିପୋର୍ଟ ଅନୁସାରେ ମହିନ୍ଦା ପରିବାର ସହିତ ତ୍ରିଙ୍କୋମାଲି ସ୍ଥିତ ନୌସେନା ଘାଟିରେ ଶରଣ ନେଇଛନ୍ତି । ଅନ୍ୟପକ୍ଷରେ ମହିନ୍ଦା ଓ ପରିବାର ନୌସେନା ଘାଟିରେ ଥିବା ଖବର ପାଇ ଜନତା ଘାଟି ଆଗରେ ଭିଡ଼ ଜମାଇଛନ୍ତି ।

ମନ୍ତ୍ରୀଙ୍କୁ କାର ସହିତ ହ୍ରଦକୁ ଫୋପାଡ଼ି ଦେଲେ ବିକ୍ଷୋଭକାରୀ

କଲମ୍ବୋରେ ଜଣେ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଡୋଙ୍କୁ ହିଂସ୍ର ଭିଡ଼ ହତ୍ୟା କରିଛି । ଜନସନଙ୍କ କାରକୁ ବିକ୍ଷୋଭକାରୀ ଘେରି ଯାଇଥିଲେ । ସେମାନେ କାର ସମେତ ଜନସନଙ୍କୁ ରାସ୍ତା କଡ଼ରେ ଥିବା ହ୍ରଦକୁ ଫୋପାଡି ଦେଇଥିଲେ । ସେହିଭଳି ଜଣେ ସାଂସଦକୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିବା ମହଙ୍ଗା ପଡିଛି । ସାଂସଦ ଅମରକିର୍ତ୍ତି ଅଥୁରକୋଲା ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ କରିଥିଲେ । ପରେ ବିକ୍ଷୋଭକାରୀଙ୍କ କବଳରୁ ବଂଚିବା ପାଇଁ ସେ ଗୋଟିଏ କୋଠାରେ ଲୁଚିଥିଲେ । ମଙ୍ଗଳବାର ଦିନ ସେହି କୋଠାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିକ୍ଷୋଭକାରୀ ମୋଟ ୧୨ ଜଣ ମନ୍ତ୍ରୀଙ୍କ ଘର ଜାଳିଦେଇଥିବା ବେଳେ କିଛି ସାଂସଦ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ବିରୋଧି ଦଳ ଦେଶବ୍ୟାପୀ ହିଂସା ପାଇଁ ସରକାରକୁ ଦାୟୀ କରିଛନ୍ତି । ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କାରଣରୁ ହିଂସା ବଢିଛି ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । ଏଣେ ଭାରତ ସରକାର ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ଜାରି କରିଛନ୍ତି ।

ଶ୍ରୀଲଙ୍କା ବାକି ଦେଶଙ୍କ ପାଇଁ କେସ୍ ଷ୍ଟଡି ?

ଶ୍ରୀଲଙ୍କା ସ୍ଥିତି ବାକି ଦେଶଙ୍କ ପାଇଁ କେସ୍ ଷ୍ଟଡି ହେବାକୁ ଯାଉଛି । ଗୋଟିଏ ଦେଶ ଯେତେବେଳେ ଋଣ ଜାଲରେ ଛନ୍ଦି ହୁଏ ସେତେବେଳେ କ’ଣ ହୁଏ ତାହା କହୁଛି ଶ୍ରୀଲଙ୍କାର ବର୍ତ୍ତମାନ ସ୍ଥିତି । ଚୀନର ଲୋନ୍ ଟ୍ରାପରେ ଫସି ଶ୍ରୀଲଙ୍କା ବରବାଦ ହୋଇଯାଇଛିଏଣେ ନାଲି ବତୀର ମଜା ନେଉଥିବା ନେତା ଏବେ ସଜା ପାଉଛନ୍ତିଟ୍ୟାକ୍ସ ଛାଡ, ମାଗଣା ଯୋଜନା ସବୁ କେମିତି ମହଙ୍ଗା ପଡିପାରେ ତା’ର କେସଷ୍ଟଡି ହେଉଛି ଶ୍ରୀଲଙ୍କା । ଦୁର୍ନୀତିରେ ଲିପ୍ତ ଥିବା ନେତା ଏବେ ଜନତା ଆକ୍ରଣରେ ତ୍ରାହି ତ୍ରାହି ଡାକୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘରକୁ ଜାଳିଦେବା, ମନ୍ତ୍ରୀଙ୍କୁ କାର ସମେତେ ହ୍ରଦ ଭିତରକୁ ଫୋପାଡି ଦେବା ଘଟଣାରୁ ଜଣା ପଡୁଛି ଯେ, ସାଧାରଣ ନାଗରିଙ୍କ ଧୈର୍ଯ୍ୟର ପାହାଡ଼ ଭୁଷୁଡିଲେ ସ୍ଥିତି କେତେ ସାଂଘାତିକ ହୋଇପାରେ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami