ହିମାଚଳପ୍ରଦେଶରୁ ରାଜ୍ୟସଭାକୁ ଯାଇପାରନ୍ତି ସୋନିଆ

Above Post Content

ନୂଆଦିଲ୍ଲୀ: ହିମାଚଳପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି ଅଲ ଇଣ୍ଡିଆ କଂଗ୍ରେସ କମିଟିର ବରିଷ୍ଠ ନେତ୍ରୀ ତଥା ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ । ପାର୍ଟି ସୂତ୍ର ଅନୁଯାୟୀ ତାଙ୍କ ନାମ ପ୍ରାୟ ଚୂଡାନ୍ତ ହୋଇସାରିଛି । କଂଗ୍ରେସ ବିଧାନସଭା ପାର୍ଟି ବୈଠକରେ ଏହା ଉପରେ ଆଲୋଚନା ହେବ ଏବଂ ସମସ୍ତଙ୍କ ମତାମତ ନିଆଯିବ । ପରେ ଖୁବଶୀଘ୍ର ଏବାବଦରେ ଘୋଷଣା କରାଯିବ ।

Middle post content

ସୋନିଆଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ରାଜ୍ୟସଭା ପଠାଇବାକୁ ହେଉଛି ଆଲୋଚନା

After 2nd paragraph post ads

ବାସ୍ତବରେ ଗତକାଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରେ ସେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟସଭା ପ୍ରାର୍ଥୀ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ତେବେ ଦଳ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ରାଜ୍ୟ କଂଗ୍ରେସ କମିଟି ହିମାଚଳପ୍ରଦେଶରୁ କିଏ ରାଜ୍ୟସଭା ଯିବେ ସେନେଇ ନିଷ୍ପତ୍ତି ଦଳର ହାଇକମାଣ୍ଡଙ୍କ ଉପରେ ଛାଡିଛି । ସୋନିଆ ଗାନ୍ଧୀ ବର୍ତ୍ତମାନ ଉତ୍ତରପ୍ରଦେଶର ରାଏବରେଲିରୁ ସାଂସଦ ଥିବାବେଳେ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁନାହିଁ । ଯେଉଁଥିପାଇଁ ଏଥର ସେ ନିର୍ବାଚନ ଲଢ଼ିବେ ନାହିଁ ଓ ଏବଂ ତାଙ୍କୁ ରାଜ୍ୟସଭାକୁ ପଠାଇବା ବିଷୟରେ ଆଲୋଚନା ଚାଲିଛି । ତେବେ ସୋନିଆଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା, ପୂର୍ବତନ ରାଜ୍ୟସଭା ସାଂସଦ ବିପ୍ଳବ ଠାକୁର, ପୂର୍ବତନ କଂଗ୍ରେସ ରାଜ୍ୟ ସଭାପତି କୌଲ ସିଂ ଠାକୁର, ପୂର୍ବତନ ମନ୍ତ୍ରୀ ଆଶା କୁମାରୀଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ହେଉଛି । ତେବେ ସୋନିଆଙ୍କ ନାମ ସବୁଠାରୁ ଆଗରେ ରହିଛି । ଉଲ୍ଲେଖ ଥାଉ କି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୧୫ ଫେବୃଆରୀ । ନାମ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୦ ଫେବୃଆରୀ । ୨୭ ଫେବୃଆରୀରେ ମତଦାନ ହେବ ଏବଂ ଫଳାଫଳ ସେହି ଦିନ ଘୋଷଣା କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami