ପୁଟିନଙ୍କୁ ଭେଟିବେ ଇମ୍ରାନ୍, ପାକିସ୍ତାନ ନିକଟତର ହେଉଛି କି ‘ଭାରତର ବନ୍ଧୁ’ ଋଷ

Above Post Content

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଋଷ ଗସ୍ତରେ ଯାଉଛନ୍ତିଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ ଇମ୍ରାନ । ଏମିତିର ପ୍ରଶ୍ନ ଉଠିଲାଣି ଯେ, ଋଷ-ଚୀନ ମଧ୍ୟରେ ବନ୍ଧୁତାର ନୂଆ ଅଧ୍ୟାୟ ୟୁକ୍ରେନକୁ ନେଇ ଆରମ୍ଭ ହୋଇଥିବା ବେଳେ ପାକିସ୍ତାନକୁ ନେଇ ଋଷର ମନ ବଦଳିଲାଣି କି ? ଭାରତର ବନ୍ଧୁ ଭାବେ ପରିଚିତ ଋଷ ପାକିସ୍ତାନ ପ୍ରତି ମନୋଭାବ ନରମ କଲାଣି କି ? ଏଠାରେ ଉଲ୍ଲେଖନୀୟ ଯେ, ଏହି ଗସ୍ତ ପାଇଁ ଋଶ ପଟୁ କୌଣସି ଉଦ୍ୟମ ହୋଇନଥିଲା । ପାକିସ୍ତାନ ପଟୁ ଏହି ଗସ୍ତ ପାଇଁ ଉଦ୍ୟମ ହୋଇଥିଲା । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଋଷ ଗସ୍ତରେ ଯିବା ପାଇଁ ଇଛା ପ୍ରକଟ କରିଥିଲେଆଗରୁ ପାକିସ୍ତାନ ଅନେକଥର ପୁଟିନଙ୍କୁ ଇସଲାମାବାଦ ଗସ୍ତରେ ଆସିବାକୁ ଅନୁରୋଧ କରିଥିଲା । ଯାହାକୁ ଋଷ ଏଡାଇ ଯାଇଥିଲା । ଏଥର କିନ୍ତୁ ଇମ୍ରାନ୍ ନିଜେ ଋଷ ଯାଉଛନ୍ତି

ପୁଟିନଙ୍କୁ ନିଜ ପଟକୁ ଆଣିବାକୁ ପାକିସ୍ତାନ ଉଦ୍ୟମ କରୁଥିବା ବେଳେ ଋଷ ସ୍ପଷ୍ଟ ଭାବେ କହି ସାରିଛି ଯେ, ପାକିସ୍ତାନ ସହିତ ସହଯୋଗ କୌଣସି ତୃତୀୟ ରାଷ୍ଟ୍ର ବିରୋଧରେ ନୁହେଁ । ଋଷ ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ପାକିସ୍ତାନ ଓ ଋଷ ମଧ୍ୟରେ ସହଯୋଗ କୌଣସି ତୃତୀୟ ରାଷ୍ଟ୍ରକୁ ଲକ୍ଷ୍ୟ କରିନୁହେଁ । ଶାନ୍ତି, ସ୍ଥିରତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଉଦ୍ୟମ ହେଉଛି ।

After 2nd paragraph post ads

୨୩ ବର୍ଷରେ ପ୍ରଥମ ଥର ପାଇଁ କୌଣସି ପାକ୍ ପ୍ରଧାନମନ୍ତ୍ରୀଙ୍କ ଋଷ ଗସ୍ତ

Middle post content

କୁହାଯାଉଛି ଯେ, ଫେବ୍ରୁଆରି ୨୩ରୁ ୨୬ ପର୍ଯ୍ୟନ୍ତ ଇମ୍ରାନ ଋଷରେ ରହିବେ । ଗତ ୨୩ ବର୍ଷ ମଧ୍ୟରେ କୌଣସି ପାକ୍ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ଋଷ ଗସ୍ତ । ଶେଷଥର ପାଇଁ ନୱାଜ ସରିଫ୍ ମାର୍ଚ୍ଚ ୧୯୯୯ରେ ଋଷ ଗସ୍ତରେ ଯାଇଥିଲେଇମ୍ରାନଙ୍କ ଏହି ଗସ୍ତ ଉପରେ ଆମେରିକାର ମଧ୍ୟ ନଜର ରହିଛି । ୟୁକ୍ରେନକୁ ନେଇ ବିବାଦ ଚରମରେ ଥିବା ବେଳେ ଇମ୍ରାନଙ୍କ ଏହି ଗସ୍ତକୁ ଆମେରିକା ସନ୍ଦେହଜନକ ଆଖିରେ ଦେଖୁଛି ।

ଭାରତ ସହ ନିବିଡ଼ ସମ୍ପର୍କ ପାଇଁ ଋଷ ପାକିସ୍ତାନକୁ ନଜର ଅନ୍ଦାଜ କରି ଆସୁଥିଲା । କିନ୍ତୁ ବଦଳୁଥିବା ଜିଓପଲିଟିକ୍ସ ଓ ଭାରତ-ଆମେରିକା ସମ୍ପର୍କ ଗାଢ ହେବା ପରଠାରୁ ଋଷ ବୈଦେଶିକ ନୀତିରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଗସ୍ତ କାଳରେ ଇମ୍ରାନ ଓ ପୁଟିନଙ୍କ ମଧ୍ୟରେ ଉତ୍ତର-ଦକ୍ଷୀଣ ପାଇପଲାଇନ୍ ପ୍ରକଳ୍ପ ଓ ଅନ୍ୟକିଛି ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଇମ୍ରାନଙ୍କ ସହିତ ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳ ମଧ୍ୟ ଋଷ ଗସ୍ତରେ ଯାଉଛି । ଗତବର୍ଷ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋଭଙ୍କ ପାକିସ୍ତାନ ଗସ୍ତ କାଳରେ ଅସ୍ତ୍ରବିକ୍ରି ଓ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା ।

ଋଷ ସହ ସାମରିକ ସମ୍ପର୍କ ପ୍ରତିଷ୍ଠା ପାକିସ୍ତାନର ଲକ୍ଷ୍ୟ

ଆଫଗାନିନସ୍ତାରେ ବଦଳୁଥିବା ପରିସ୍ଥିତି ଓ ନୂଆ ଜିଓ ପଲିଟିକାଲ ପରିବେଷ କାରଣରୁ ଋଷ ଓ ପାକିସ୍ତାନ ପରସ୍ପରର ନିକଟତର ହେଉଛନ୍ତି । ଗତ ସେପ୍ଟେମ୍ବେର ମାସରେ ଋଷ ଉପ-ପ୍ରତିରକ୍ଷାମନ୍ତ୍ରୀ ଜେନରାଲ ଆଲେକଜାନ୍ଦ୍ରେଙ୍କ ଗସ୍ତକାଳରେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହୋଇଥିଲା

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami