୬ ବର୍ଷ ହେଲା ଖାଲି ପାଦରେ ଥିଲେ ଭାଜପା ନେତା, ଶିବରାଜ ଜୋତା ପିନ୍ଧାଇ ପୂରଣ କଲେ ପ୍ରତିଜ୍ଞା

Above Post Content

ଭୋପାଳ: ନିଜ ଦଳ ଲାଗି ଜଣେ କର୍ମକର୍ତ୍ତା କିଭଳି ତ୍ୟାଗ କରିପାରେ ତାର ଏକ ଉଦାହରଣ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ଜଣେ ଭାଜପା ନେତା ଦଳର ବିଜୟ ପରେ ଦୀର୍ଘ ୬ ବର୍ଷ ପରେ ଜୋତା-ଚପଲ ପିନ୍ଧିଛନ୍ତି । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ସେଠାରେ ଉପସ୍ଥିତ ରହିଥିଲେ । ଏପରିକି ସେ ନିଜେ ତାଙ୍କୁ ଜୋତା ପିନ୍ଧାଇ ପୂରଣ କରାଇଥିଲେ ପ୍ରତିଜ୍ଞା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଜପା ସରକାର ନ ଆସିବା ଯାଏଁ ପିନ୍ଧିବେ ନାହିଁ ଜୋତା କରିଥିଲେ ପ୍ରତିଜ୍ଞା

After 2nd paragraph post ads

ମଧ୍ୟପ୍ରଦେଶର ଅନୁପପୁରର ଭାଜପା ଜିଲା ଅଧ୍ୟକ୍ଷ ରାମଦାସ ପୁରୀ । ଦୀର୍ଘ ୬ ବର୍ଷ ତଳେ ସେ ବଡ଼ ପ୍ରତିଜ୍ଞା ନେଇଥିଲେ । ଯେତେବେଳ ଯାଏ ରାଜ୍ୟରେ ଭାଜପା ସରକାର ନ ଆସିଛି ସେତେବେଳ ଯାଏଁ ସେ ଯୋତା ପିନ୍ଧିବେ ନାହିଁ ବୋଲି କହିଥିଲେ । ୨୦୧୭-୧୮ରେ ସେ ଏହି ପ୍ରତିଜ୍ଞା ନେଇଥିବା ବେଳେ ଏଯାଏ ଖାଲି ପାଦରେ ଯାଆସ କରୁଥିଲେ । ଏବେ ଭାଜପା ରାଜ୍ୟରେ ସରକାର ଗଢ଼ିବା ପରେ ସେ ପ୍ରାୟ ୬ ବର୍ଷ ପରେ ଜୋତା ପିନ୍ଧିଛନ୍ତି ।

Middle post content

ଶିବରାଜ ବି କରିଥିଲେ ସଂକଳ୍ପ

ରାମଦାସଙ୍କ ପ୍ରତିଜ୍ଞା ପରେ ଶିବରାଜ ମଧ୍ୟ ଏକ ସଂକଳ୍ପ ନେଇଥିଲେ । ସେ ଶନିବାର ନିଜ ହାତରେ ତାଙ୍କୁ ଜୋତା ପିନ୍ଧାଇ ସଂକଳ୍ପ ପୂରଣ କରିଥିଲେ । ଏହି ସମୟରେ ଶିବରାଜ ବେଶ ଭାବୁକ ନଜର ଆସିଥିଲେ । ସେ ରାମଦାସଙ୍କୁ ଆଲିଙ୍ଗନ କରିଥିଲେ । ତେବେ ପରେ ରାମଦାସଙ୍କ ଭଳି କର୍ମୀ ହିଁ ଦଳର ଶକ୍ତି । ୨୦୨୦ରେ ମଧ୍ୟ ସେ ଚପଲ ପିନ୍ଧି ନ ଥିଲେ । ପୁଣିଥରେ ସରକାର ଆସିଲେ ପିନ୍ଧିବେ ବୋଲି ଶିବରାଜ ମତବ୍ୟକ୍ତ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami