ରାମ ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା କେବଳ ପ୍ରଦର୍ଶନ

Above Post Content

ଗୌହାଟୀ: ଆଜି ଦଶମ ଦିନରେ ପହଞ୍ଚିଛି ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ଗସ୍ତ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିରୋଧୀ ଦଳ ଏବଂ ଆଗାମୀ ଲୋକସଭା ନିର୍ବାଚନ ସମ୍ପର୍କରେ ସେ କଂଗ୍ରେସର ରଣନୀତି ବିଷୟରେ ଉଲ୍ଲେଖ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ ପଛରେ ନ୍ୟାୟ ଚିନ୍ତାଧାରା ରହିଛି । ଯାହାର ୫ଟି ସ୍ତମ୍ଭ ଅଛି । ଏହି ୫ଟି ସ୍ତମ୍ଭ ମଧ୍ୟରୁ ଯୁବପିଢିଙ୍କୁ ନ୍ୟାୟ, ଅଂଶଗ୍ରହଣ, ମହିଳାଙ୍କୁ ନ୍ୟାୟ, କୃଷକଙ୍କୁ ନ୍ୟାୟ ଓ ଶ୍ରମିକମାନଙ୍କୁ ନ୍ୟାୟ ପ୍ରମୁଖ ରହିଛି ।

Middle post content

ମମତା ଆସିଲେ ଖୁସି ଲାଗିବ

After 2nd paragraph post ads

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ । ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିରର ଲହର ବିଷୟରେ ପଚରାଗଲା ରାହୁଲ ଗାନ୍ଧୀ କହିଛନ୍ତି, କୌଣସି ଲହର ନାହିଁ । ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ ଏହା ହେଉଛି ବିଜେପିର ଏକ ରାଜନୈତିକ କାର୍ଯ୍ୟକ୍ରମ । ନରେନ୍ଦ୍ର ମୋଦୀ ଜୀ ସେଠାରେ ରାଜନୈତିକ କାର୍ଯ୍ୟକ୍ରମ କରିଥିଲେ ଏବଂ ଗତକାଲି ଯେଉଁ ପୂଜା କଲେ ତାହା କେବଳ ପ୍ରଦର୍ଶନ ଥିଲା । ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ପଚରାଗଲା ଯେ ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଏହି ଯାତ୍ରାରେ ମମତା ବାନାର୍ଜୀ ଯୋଗଦେବେ କି ନାହିଁ । ଏହାର ଉତ୍ତରରେ ସେ କହିଛନ୍ତି, ଆମେ ତାଙ୍କୁ ନିମନ୍ତ୍ରଣ ପଠାଇଛୁ । ସେ ଆସିବା କଥା । ସେ ଆସିଲେ ଭଲ ଲାଗିବ । ପଶ୍ଚିମବଙ୍ଗରେ ବିରୋଧୀ ଦଳ ଏବଂ ଆସନ ବଣ୍ଟନ ସମ୍ପର୍କରେ କଂଗ୍ରେସ ନେତା କହିଛନ୍ତି ଯେ ଆସନ ଭାଗବଣ୍ଟା ନେଇ ଆମର କଥାବାର୍ତ୍ତା ଜାରି ରହିଛି । ଆମର ସମ୍ପର୍କ ବହୁତ ଭଲ । ଅନ୍ୟପକ୍ଷରେ ବିରୋଧୀ ମେଣ୍ଟ ଇଣ୍ଡିଆ ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୋଟିଏ ପଟେ ନରେନ୍ଦ୍ର ମୋଦୀ-ଆରଏସଏସ, ଅନ୍ୟ ପଟେ ଇଣ୍ଡିଆ ଅଛି । ଇଣ୍ଡିଆ ହେଉଛି ଏକ ଆଦର୍ଶ, ଏକ ଚିନ୍ତାଧାରା । ଆଜି ଇଣ୍ଡିଆ ପାଖରେ ଭାରତର ପ୍ରାୟ ୬୦ ପ୍ରତିଶତ ଭୋଟ୍ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami