ଲୋକଙ୍କ ସହ ହାତ ମିଶାଇବାରୁ ପାପୁଲିରୁ ବାହାରୁଥିଲା ରକ୍ତ

Above Post Content

ନୂଆଦିଲ୍ଲୀ : ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । କଂଗ୍ରେସ ବି ନିଜ ଦଳକୁ ଦୃଢ କରିବାକୁ ଅଣ୍ଟା ଭିଡ଼ିଛି । ଆଗାମୀ ଦିନରେ ରାହୁଲ ଗାନ୍ଧୀ ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି । ଏହି ମର୍ମରେ ସାମ ପିଟ୍ରୋଡା କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପରି ରାଜୀବ ଗାନ୍ଧୀ ମଧ୍ୟ ଅନେକ ଲୋକଙ୍କୁ ଭେଟୁଥିଲେ । ସେ ଗୋଟେ ଦିନରେ ୫ ହଜାରରୁ ଅଧିକ ଲୋକଙ୍କୁ ଭେଟିବା ସହିତ ସେମାନଙ୍କ ସହ ହାତ ମିଳାଉଥିଲେ । ଯେଉଁଥିପାଇଁ ତାଙ୍କ ହାତରୁ ବେଳେବେଳେ ରକ୍ତସ୍ରାବ ମଧ୍ୟ ହେଉଥିଲା ।

Middle post content

ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ଏତେ ସଂଖ୍ୟକ ଲୋକଙ୍କୁ ଭେଟୁଥିଲେ

After 2nd paragraph post ads

ସାମ ପିଟ୍ରୋଡା ଆହୁରି କହିଛନ୍ତି ଯେ, ଦିନେ ରାତିରେ ମୁଁ ଏବଂ ମୋ ସ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲୁ । ସେତେବେଳେ ତାଙ୍କ ହାତରୁ ରକ୍ତ ବାହାରୁଥିଲା । ଏତେ ରକ୍ତ ବୋହୁଥିଲା ଯେ, ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । କ’ଣ ହୋଇଛି ବୋଲି ମୁଁ ପଚାରିବାରୁ ସେ କହିଲେ,ଆଜି ମୁଁ ୫ ହଜାରରୁ ଅଧିକ ଲୋକଙ୍କ ସହ ହାତ ମିଳାଇଥିଲି । ମୁଁ ଯେଉଁଆଡେ ଗଲି ଲୋକମାନେ ହାତ ମିଳାଇଲେ । ସେସବୁ ଲୋକମାନେ ଚାଷ କାମ କରନ୍ତି, ସେମାନଙ୍କର ହାତ ବହୁତ ଶକ୍ତ ଥିଲା । ଏତେ ଲୋକଙ୍କ ସହ ହାତ ମିଶାଇବାରୁ ତାଙ୍କ ହାତ ପାପୁଲି ଛିଣ୍ଡି ଯାଇଥିଲା । ହାତରୁ ରକ୍ତ ବାହାରିଥିଲେ ବି ସେ ଅଟକି ନ ଥିଲେ । ସେ ସବୁବେଳେ ଖୁସିରେ ରହୁଥିଲେ ଏବଂ କହୁଥିଲେ ଲୋକଙ୍କୁ ଭେଟିବା ତାଙ୍କର କର୍ତ୍ତବ୍ୟ । ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ସେ ଏତେ ସଂଖ୍ୟକ ଲୋକଙ୍କୁ ଭେଟୁଥିଲେ । ତେବେ ଏହି ବିବୃତ୍ତି ପରେ ଏବେ ଭାଜପା ପକ୍ଷରୁ ଗାନ୍ଧୀ ପରିବାରକୁ ନେଇ କଡ଼ା ସମାଲୋଚନା କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami