ରାଜସ୍ଥାନରେ ନିର୍ବାଚନ ଲଢ଼ୁଥିବା ଏହି ପ୍ରାର୍ଥୀମାନଙ୍କର ରହିଛନ୍ତି ୨ଜଣ ଲେଖାଏଁ ସ୍ତ୍ରୀ

Above Post Content

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ନେଇ ମାହୋଲ ପୂରା ସରଗରମ ରହିଛି । ଏଭଳି ସମୟରେ ବିଭିନ୍ନ ସ୍ଥାନରୁ କିଛି ରୋଚକ ଘଟଣା ବି ସାମ୍ନାକୁ ଆସୁଛି । ରାଜ୍ୟର ମେୱାଡ-ବାଗଡ଼ ଅଞ୍ଚଳର ୨୮ଟିରୁ ୬ଟି ଏଭଳି ନିର୍ବାଚନ ମଣ୍ଡଳୀ ରହିଛି, ଯେଉଁଠି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ୭ଜଣ ପ୍ରାର୍ଥୀଙ୍କର ଦୁଇ ଦୁଇ ଜଣ ଧର୍ମପତ୍ନୀ ରହିଛନ୍ତି । ପ୍ରତାପଗଡ଼ ଆସନରୁ ଲଢ଼ୁଥିବା ବିଜେପି ଓ କଂଗ୍ରେସର ଦୁଇଜଣ ପ୍ରାର୍ଥୀଙ୍କର ଦୁଇ ଜଣ ଲେଖାଏଁ ସ୍ତ୍ରୀ ଅଛନ୍ତି । ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ବେଳେ କରିଥିବା ସତ୍ୟପାଠରୁ ଏହି ସୂଚନା ମିଳିଛି ।

୭ ପ୍ରାର୍ଥୀଙ୍କର ରହିଛନ୍ତି ଦୁଇ ଦୁଇ ଜଣ ସ୍ତ୍ରୀ

After 2nd paragraph post ads
Middle post content

ଉଦୟପୁରର ବଲ୍ଲଭନଗର ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଉଦୟଲାଲ ଡାଙ୍ଗିଙ୍କର ୨ଜଣ ପତ୍ନୀ ରହିଛନ୍ତି । ସେହିପରି ପ୍ରତାପଗଡ଼ର ବିଜେପି ପ୍ରାର୍ଥୀ ହେମନ୍ତ ମିଣା, ବାନସୱାଡା ଜିଲ୍ଲାର ଗଢ଼ିର ବିଜେପି ପ୍ରାର୍ଥୀ କୈଳାଶଚନ୍ଦ ମିଣାଙ୍କ ମଧ୍ୟ ଦୁଇ ଜଣ ଲେଖାଏଁ ପତ୍ନୀ ରହିଛନ୍ତି । ସେହିଭଳି ଖେରୱାଡାର କଂଗ୍ରେସ ପ୍ରାର୍ଥୀ ଦୟାରାମ ପରମାର , ଝାଡୋଲର କଂଗ୍ରେସ ପ୍ରାର୍ଥୀ ହୀରାଲାଲ ଦରାଙ୍ଗି, ପ୍ରତାପଗଡ଼ର କଂଗ୍ରେସ ପ୍ରାର୍ଥୀ ରାମଲାଲ ମିଣା, ଓ ଘାଟୋଲର କଂଗ୍ରେସ ପ୍ରାର୍ଥୀ ନାନାଲାଲ ନିନାମାଙ୍କର ବି ଦୁଇ ଦୁଇ ଜଣ ଧର୍ମପତ୍ନୀ ରହିଛନ୍ତି । ଏହି ପ୍ରାର୍ଥୀମାନେ ନାମାଙ୍କନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଏହା ଉଲ୍ଲେଖ କରିଛନ୍ତି । ସେହିପରି ଉଦୟପୁର ସାଂସଦ ଅର୍ଜୁନଲାଲ ମିଣାଙ୍କର ବି ଦୁଇଜଣ ଧର୍ମପତ୍ନୀ ରହିଛନ୍ତି ।

ଅନେକ ପ୍ରାର୍ଥୀଙ୍କର ରହିଛନ୍ତି ୫ରୁ ଅଧିକ ସନ୍ତାନ

କେବଳ ଏତିକି ନୁହେଁ, ନାମାଙ୍କନ ପତ୍ର ଦାଖଲ ସମୟରେ ଏମିତି କିଛି ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି, ଯେଉଁମାନଙ୍କର ୫ଜଣରୁ ଅଧିକ ସନ୍ତାନ ମଧ୍ୟ ଅଛନ୍ତି । ଝାଡୋଲର କଂଗ୍ରେସ ହୀରାଲାଲ ଦରାଙ୍ଗିଙ୍କ ୭ଜଣ ଓ ବିଜେପିର ବାବୁଲାଲ ଖରାଡ଼ିଙ୍କ ୫ଜଣ ସନ୍ତାନ ଥିବା ଜଣାପଡ଼ିଛି । ସେହିପରି ଖେରୱାଡ଼ାର ବିଜେପି ପ୍ରାର୍ଥୀ ନାନାଲାଲ ଅହାରିଙ୍କର ୬ଜଣ ସନ୍ତାନ ଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami