ଆଜିଠାରୁ ଆରମ୍ଭ ହେଲା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

Above Post Content

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ରବିବାର ଆରମ୍ଭ ହୋଇଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ମଣିପୁରର ଥୋବାଲ ଜିଲ୍ଲା ଠାରୁ ଆରମ୍ଭ ହୋଇଛି । ଏହା ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ । ଏହି ଯାତ୍ରା ନେଇ କଂଗ୍ରେସ କହିଛି ଯେ, ଏହା ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ଆଦର୍ଶଗତ ଯାତ୍ରା ।

୬୬ ଦିନ ଧରି ଚାଲିବ ଏହି ଯାତ୍ରା

After 2nd paragraph post ads
Middle post content

୬୬ ଦିନ ଧରି ଚାଲିବାକୁ ଥିବା ଏହି ‘ଭରତ ଯୋଡୋ ନ୍ୟାୟ ଯାତ୍ରା’ ଦେଶର ୧୫ ଟି ରାଜ୍ୟ ଓ ୧୧୦ଟି ଜିଲା ଦେଇ ଗତି କରିବ । ଏହି ଯାତ୍ରା ଚାଲି ଚାଲି ଏବଂ ବସ୍ ଦ୍ୱାରା କରାଯିବ । ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନରେ ଅଟକି ରହି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ । ସାଧାରଣ ସଭାକୁ ସମ୍ବୋଧିତ ବି କରିବେ । ମାର୍ଚ୍ଚ ୨୦ ରେ ଯାତ୍ରା ଶେଷ ହେବା ପରେ ରାହୁଲ ଗାନ୍ଧୀ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦୁଇ ମାସର ଯାତ୍ରାରେ ୬,୨୦୦ କିଲୋମିଟର ଦୂରତା ଅତିକ୍ରମ କରିବ । ଏହି ଯାତ୍ରା ଖୋଙ୍ଗଜୋମ ଯୁଦ୍ଧ ମେମୋରିଆଲରୁ ଆରମ୍ଭ ହୋଇଛି । ପୂର୍ବରୁ ଏହା ରାଜଧାନୀ ଇମ୍ଫାଲରୁ ଆରମ୍ଭ ହେବାର ଥିଲା । କିନ୍ତୁ ରାଜ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ମଣିପୁର ସରକାର ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇ ନ ଥିଲେ ।

ଓଡ଼ିଶାର ୪ଟି ଜିଲା ବୁଲିବ ଏହି ଯାତ୍ରା

ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡ଼ିଶାର ୪ଟି ଜିଲ୍ଲା ଦେଇ ଯିବ । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା ଦେଇ ଓଡ଼ିଶାରେ ଏହି ଯାତ୍ରା ହେବ । ଭାରତ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚିତ ହୋଇସାରିଛି । ରାହୁଲଙ୍କ ପଦଯାତ୍ରାରେ ସାଧାରଣ ଜନତା ସାମିଲ ହେବେ । ଆଗକୁ ନିର୍ବାଚନ ଆସୁଥିବାରୁ ଭାରତ ନ୍ୟାୟ ଯାତ୍ରାର ପ୍ରଭାବ ସାରା ଓଡ଼ିଶାରେ ପଡ଼ିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି । ଭାରତ ନ୍ୟାୟ ଯାତ୍ରାରେ ଓଡ଼ିଶାବାସୀଙ୍କୁ ଯୋଗଦେବାକୁ କଂଗ୍ରେସ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ସବୁ ଶ୍ରେଣୀ ଏବଂ ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ ହେବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି । ରାହୁଲ ଗାନ୍ଧି ପୂର୍ବରୁ ଭାରତଯୋଡ଼ ଯାତ୍ରାରେ କନ୍ୟାକୁମାରୀରୁ କାଶ୍ମୀର ପଦଯାତ୍ରା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami