ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ

Above Post Content

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍ । ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଶୁଣିବାକୁ ମିଳିଛି । ୧୯୯୧ ପରଠାରୁ ୨୦୦୪ ବ୍ୟତୀତ ବାରାଣସୀରେ ଭାଜପା ଜିତି ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଏବଂ ୨୦୧୯ ରେ ସେଠାରୁ ବିଜୟ ଲାଭ କରିଛନ୍ତି । ଯେଉଁଠାରୁ ତାଙ୍କୁ ୬୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିଲା ।

Middle post content

ଚର୍ଚ୍ଚାରେ ବି ଅଛନ୍ତି ନୀତିଶ କୁମାର

After 2nd paragraph post ads

ଏହି ଆସନକୁ ୧୯୫୨ ପରଠାରୁ ଦଶନ୍ଧି ଧରି କଂଗ୍ରେସ କବଜାରେ ରହିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷିତ ଆସନ ଛଡ଼ାଇନେବା ଇଣ୍ଡିଆ ବ୍ଲକ ପାଇଁ ପ୍ରାୟ ଅସମ୍ଭବ ଲାଗୁଛି । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ଏଥିପାଇଁ ଚର୍ଚ୍ଚାକୁ ଆସିଛି । ଗୋଟିଏ ସମୟରେ ଭାଜପାର ସହଯୋଗୀ ଥିବା ନୀତିଶ କୁମାର ବର୍ତ୍ତମାନ ଭାଜପାର ବିରୋଧୀ ମାନଙ୍କ ମଧ୍ୟରୁ ଅନ୍ୟତମ । ଇଣ୍ଡିଆ ବ୍ଲକର ପ୍ରତିଷ୍ଠାତା ମାନଙ୍କ ମଧ୍ୟରୁ ସେ ଅନ୍ୟତମ । ଏହା ସହିତ ସେ ଏହି ଗୋଷ୍ଠୀର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ମଧ୍ୟ ଆଲୋଚନା ହେଉଛି । ଏହାପୂର୍ବରୁ ୨୦୧୪ ନିର୍ବାଚନ ସମୟରେ ମଧ୍ୟ ତାଙ୍କର ନାଁ ଏଥିପାଇଁ ଚର୍ଚ୍ଚାରେ ଥିଲା, ସେ ସମୟରେ ସେ ଭାଜପା ସହିତ ଥିଲେ । ଅନ୍ୟପକ୍ଷେ ପ୍ରିୟଙ୍କା ଗାନ୍ଧୀ ରହିଛନ୍ତି, ଯିଏ ଏପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ନାହାନ୍ତି । ୨୦୧୯ ରେ ମଧ୍ୟ ସମାନ ପ୍ରିୟଙ୍କାଙ୍କୁ ନେଇ ସମାନ ଚର୍ଚ୍ଚା ହୋଇଥିଲା, କିନ୍ତୁ ଅଜୟ ରାୟଙ୍କୁ କଂଗ୍ରେସ ଏଠାରୁ ପ୍ରାର୍ଥୀ କରିଥିଲା । ସେ ନିର୍ବାଚନ ଫଳାଫଳରେ ତୃତୀୟରେ ରହିଥିଲେ । ଚାରି ବର୍ଷ ପୂର୍ବେ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ପ୍ରଶ୍ନରେ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, ଯେତେବେଳେ ବି ଦଳ ନିଷ୍ପତ୍ତି ନେବ, ସେ ନିର୍ବାଚନରେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami