ନିର୍ବାଚନ ଲଢିବେ ପ୍ରଶାନ୍ତ କିଶୋର, କେଉଁ ଦଳରୁ ଜାଣନ୍ତୁ..

Above Post Content

ନୂଆଦିଲ୍ଲୀ: ନିର୍ବାଚନ ଲଢିବେ ନିର୍ବାଚନୀ ରଣନୀତିଜ୍ଞ ଏବଂ ଜନସୁରଜର ସଂଯୋଜକ ପ୍ରଶାନ୍ତ କିଶୋର । ୨୦୨୫ରେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ବିହାରର ଆଗାମୀ ବିଧାନସଭା ନିର୍ବାଚନରେ ଜନସୁରଜ ସଂଗଠନ ୨୪୩ ସିଟ୍‌ରେ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି । ଅନୁମାନ କରାଯାଉଛି କି, ପ୍ରଶାନ୍ତ କିଶୋର ଖୁବଶୀଘ୍ର ନିଜ ଜନସୁରଜ ଅଭିଯାନ(ସମାଜ ସେବା ସଂଗଠନ)କୁ ରାଜନୈତିକ ଦଳ ରୂପେ ଗଠନ କରିବେ । କିନ୍ତୁ ଲୋକସଭା ନିର୍ବାଚନ ଲଢିବା ସମ୍ଭାବନା କମ୍ ଥିବା ଅନୁମାନ କରାଯାଉଛି । ହେଲେ ୧-୨ସିଟ୍‌ରେ ର୍ନିଦଳୀୟ ପ୍ରାର୍ôଥ ଓହ୍ଲାଇବାର ସମ୍ଭାବନା ରହିଛି ।

ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି ପ୍ରଶାନ୍ତ କିଶୋର

After 2nd paragraph post ads
Middle post content

ପ୍ରଶାନ୍ତ କିଶୋର ଏବେ ପୁରା ବିହାରରେ ଜନସୁରଜ ପଦଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କର ଏହି ଯାତ୍ରା ପୂର୍ବ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଛି । ପ୍ରଶାନ୍ତ କିଶୋର ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି । ନିକଟରେ ବିହାର ବିଧାନସଭା ନିର୍ବାଚନ ଲଢିବା ନେଇ ଜନସୁରଜ ପାର୍ଟି ମୁଖପାତ୍ର ସଞ୍ଜୟ ଠାକୁର ଘୋଷଣା କରିଛନ୍ତି । ପ୍ରଶାନ୍ତ କିଶୋର ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପରେ ବିହାର ରାଜନୀତି ଭିନ୍ନ ମୋଡ ନେବାର ଅନୁମାନ କରାଯାଉଛି । ସେ ଏବେ ସବୁଠି ଯାଇ କଂଗ୍ରେସ, ଆରଜେଡି, ଜେଡେୟୁ ସମେତ ସବୁ ପାର୍ଟି ବିରୋଧରେ ପ୍ରଚାର କରୁଛନ୍ତି ।

ଏଥର ମଇଦାନରେ କଡା ଟକ୍କର

ପ୍ରଶାନ୍ତ କିଶୋର ଏବେ ନିଜର ଏକ ପାର୍ଟି ଗଢି ସବୁ ସିଟରେ ନିର୍ବାଚନ ଲଢିଲେ ଏନଡିଏ ଓ ମହାମେଣ୍ଟକୁ ଚ୍ୟାଲେଞ୍ଜ ହେବେ । ତେବେ ବିହାର ବିଧାନସଭା ନିର୍ବାଚନକୁ ଦେଢ ବର୍ଷ ବାକି ଥିବାବେଳେ ମଇଦାନରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ ଅନୁମାନ କରାଯାଉଥିଲା କି, ଜନସୁରଜ ସଂଗଠନ କଂଗ୍ରେସ ସହ ମେଣ୍ଟ କରିବ । ପ୍ରଶାନ୍ତ କିଶୋର ଏକ ସାକ୍ଷାତକାରରେ କହିଥିଲେ କି, ତାଙ୍କ ବିଚାରଧାରା କଂଗ୍ରେସ ସହ ମିଶୁଛି । କିନ୍ତୁ ପରେ ସେ ଏହାକୁ ଖଣ୍ଡନ କରି କହିଥିଲେ, ଜନସୁରଜର ବିଚାରଧାରା ସ୍ୱାଧୀନତା ପୂର୍ବ କଂଗ୍ରେସ ସହ ସମାନ ଅଟେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami