ପାକିସ୍ତାନର ଗୃହଯୁଦ୍ଧ ପରିସ୍ଥିତି,କେତେ ସୁରକ୍ଷିତ ପରମାଣୁ ଅସ୍ତ୍ର?

Above Post Content

ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଗିରଫଦାରୀର ଦିନକ ପରେ ଇମ୍ରାନ ଅଦାଲତରେ ତାଙ୍କୁ ବିଷ ଇଂଜକସନ ଦେଇ ହତ୍ୟା କରାଯାଇପାରେ ବୋଲି ଦାବି କରିଥିବା ବେଳେ ଦେଶର ସବୁରାଜ୍ୟରେ ହିଂସା ଥମିବାର ନାମ ନେଉନାହିଁ। ଇମ୍ରାନଙ୍କ ଦଳ ଦେଶବ୍ୟାପି ବିକ୍ଷୋଭକୁ ଅଧିକ ଜୋରଦାର କରିବାକୁ ଧମକ ଦେଇଛି। ଏହା ଭିତରେ ଇମ୍ରାନଙ୍କ ସମର୍ଥକ ସେନା ହେଡକ୍ୱାର୍ଟରଠାରୁ ସେନା ଅଧିକାରୀଙ୍କ ଘର ଟାର୍ଗେଟ୍ କରିବାରେ ଲାଗିଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ପାକିସ୍ତାନର ସବୁଠାରୁ ବଡ଼ ରାଜ୍ୟ ପଂଜାବରେ ରାସ୍ତାକୁ ଓହ୍ଲାଇଛି ସେନା। ଏମିତିରେ ପାକିସ୍ତାନୀ ପରମାଣୁ ଅସ୍ତ୍ରର ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ଯଦି ଇମ୍ରାନଙ୍କ ସମର୍ଥକ ପାକିସ୍ତାନର ପରମାଣୁ ଅସ୍ତ୍ର ଥିବା ସ୍ଥାନ ଉପରେ ଆକ୍ରମଣ କରନ୍ତି ଓ ଏହାର ସୁଯୋଗ କୌଣସି ଆତଙ୍କବାଦୀ ସଂଗଠନ ନିଏ ତେବେ କଣ ହେବ ବୋଲି ପ୍ରଶ୍ନ ଉଠୁଛି।

କରାଚୀରେ ଭୂତଳ ପରମାଣୁ ଅସ୍ତ୍ରଭଣ୍ଡାର

After 2nd paragraph post ads

ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ପାଖରେ ବର୍ତ୍ତମାନ 165ଟି ପରମାଣୁ ଅସ୍ତ୍ର ରହିଛି। 2016ରେ ଏହି ସଂଖ୍ୟା 130ରୁ 140 ଥିଲା। ଏକ ଆମେରିକୀୟ ରିପୋର୍ଟରେ ଏହି ସବୁ ଅସ୍ତ୍ର କେଉଁଠାରେ ଅଛି ସେବାବଦରେ ସୂଚନା ପ୍ରକାଶିତ ହୋଇଥିଲାସାଟେଲାଇଟ୍ ଚିତ୍ର ଆଧାରରେ କିଛି ବୈଜ୍ଞାନିକ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟ ଅନୁସାରେ କରାଚୀର ମସରୁସ ଏୟାରବେସର ପଶ୍ଚିମ ଦିଗରେ ପରମାଣୁ ଅସ୍ତ୍ରଭଣ୍ଡାର ରହିଛି। ଏହି ଅଣ୍ଡରଗ୍ରାଉଣ୍ଡ୍ ପରମାଣୁ ଅସ୍ତ୍ରଭଣ୍ଡାରରେ ପାକିସ୍ତାନର ମୋଟ ପରମାଣୁ ଅସ୍ତ୍ରର ଅଧିକ ସଂଖ୍ୟକ ଅସ୍ତ୍ର ରହିଛି। ଏହି ଅଣ୍ଡରଗ୍ରାଉଣ୍ଡ୍ ସେଣ୍ଟର ମଧ୍ୟ ପାକିସ୍ତାନର ପରମାଣୁ କମାଣ୍ଡ୍ ସେଣ୍ଟର ବୋଲି ବିଶ୍ୱାସ କରାଯାଏ।

Middle post content

ଆର୍ମି କେଣ୍ଟ୍ ଅସଲ ବେସ୍

ଆମେରିକୀୟ ରିପୋର୍ଟ ଅନୁସାରେ ପାକିସ୍ତାନରେ ଅତିକମରେ 5ଟି ସ୍ଥାନରେ ପରମାଣୁ ଅସ୍ତ୍ର ରହିଛିସିନ୍ଧର ଏକ୍ରୋ,ପଂଜାବର ଗୁଜରନବାଲା,ବେଲୁଚିସ୍ତାନର ଖୁଜଦାର,ସିନ୍ଧର ପାନୋ ଅକିଲ ଓ ସରଗୋଧାରେ ଥିବା ଆର୍ମି କେଣ୍ଟରେ ପରମାଣୁ ଅସ୍ତ୍ର ଭଣ୍ଡାର ଥିବା ରିପୋର୍ଟରେ ଦାବି କରାଯାଇଛି। ଏହା ସହିତ ବିଶ୍ୱାସ କରାଯାଉଛି ଯେ, ବାହାବଲପୁରରେ ଓ ଡେରା ଗାଜି ଖାନରେ ମଧ୍ୟ ପାକିସ୍ତାନ ଆଉ ଦୁଇଟି ପରମାଣୁ ଅସ୍ତ୍ର ଭଣ୍ଡାର ତିଆରି କରିଛି।

ହିଂସା ଓ ପରମାଣୁ ଅସ୍ତ୍ରର ସୁରକ୍ଷା

ପାକିସ୍ତାନରେ ଏବେ ଗୃହଯୁଦ୍ଧ ପରିସ୍ଥିତି। ଦେଶର ସର୍ବେସର୍ବା କୁହାଯାଉଥିବା ସେନା ଅଧିକାରୀଙ୍କ ଘର ଓ ଅଫିସ ମଧ୍ୟ ଆକ୍ରମଣରୁ ବାଦ ପଡିନି। କୁହାଯାଉଛି ଯେ,ସେନା ଚାହୁଁଥିଲା ଇମ୍ରାନଙ୍କ ଦଳର କର୍ମୀ ଏଭଳି ହିଂସା କରନ୍ତୁ। ଯାହା ଫଳରେ ଦେଶରେ ମାର୍ଶାଲ ଲ ଲାଗୁ କରାଯାଇ ପାରିବ। କିଛି ବିଶେଷଜ୍ଞଙ୍କ ଅନୁସାରେ ଇମ୍ରାନ ଓ ତାଙ୍କ ଦଳ ସେନା ଜାଲରେ ପଡିଯାଇଛନ୍ତି। ଏଭଳି ହିଂସା ଯୋଗୁ କିନ୍ତୁ ଦେଶର ପରମାଣୁ ଅସ୍ତ୍ର ପ୍ରତି ବିପଦ ସୃ,ଷ୍ଟି ହୋଇଛି। ଦେଶରେ ଅରାଜକତାର ସୁଯୋଗେ ନେଇ ପାକିସ୍ତାନୀ ତାଲିବାନ କିମ୍ବା ବିଦେଶୀ ଆତଙ୍କବାଦୀ ସଂଗଠନ ପରମାଣୁ ଅସ୍ତ୍ର ଚୋରି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଯାହା ଭାରତ ପାଇଁ ନିଶ୍ଚିତ ଭାବେ ଶୁଭସଙ୍କେତ ନୁହେଁ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami