ଶରଣାର୍ଥୀଙ୍କ ଆଢୁଆଳରେ କରୋନା ସଂକ୍ରମିତଙ୍କୁ ଶତ୍ରୁ ଦେଶକୁ ପଠାଇବା ପାଇଁ ପାକ୍ ଷଡ଼ଯନ୍ତ୍ର

Above Post Content

ତିନି ଲକ୍ଷର ସୈନିକ ଓ ତିନି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପରେ ବି ଆଫଗାନିସ୍ତାନରେ କ୍ଷମତା ଦଖଲ କରିଛି ତାଲିବାନ । ତାଲିବାନର କ୍ଷମତା ଦଖଲ ସହିତ ସେହି ଦେଶରୁ ଶରଣାର୍ଥୀ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି । ତାଲିବାନ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଏହି ଶରଣାର୍ଥୀ ନିଜ ଦେଶ ଛାଡି ପଳାୟନ କରୁଥିବାବେଳ ଏବେ ଆଶଙ୍କା ସୃଷ୍ଟି ହେଲାଣି ଯେ, ଶରଣାର୍ଥୀଙ୍କୁ ନେଇ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇ ଏସ ଆଇ ଏକ ଭୟଙ୍କର ଷଡ଼ଯନ୍ତ୍ର କରୁଛି । ଆଇଏସଆଇ କରୋନା ସଂକ୍ରମିତଙ୍କ ଶରଣାର୍ଥୀ ଭାବେ ଭାରତ ପଠାଇ କରୋନାକୁ ଆତଙ୍କର ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି କୁହାଯାଉଛି ।

ପାକିସ୍ତାନ ପାଇଁ ଆତଙ୍କବାଦ ବ୍ୟବସାୟ

After 2nd paragraph post ads

ପାକିସ୍ତାନ ପାଇଁ ଆତଙ୍କବାଦ ଏକ ବ୍ୟବସାୟ କହିଲେ ଭୁଲ ହେବ ନାହିଁ । ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ଘରପାକିସ୍ତାନରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ମିଳିବା ସହିତ ସୁରକ୍ଷିତ ରହିବାର ଗ୍ୟାରେଣ୍ଟି ମିଳିଥାଏ । ପାକିସ୍ତାନ ବଦଳରେ ଲାଡେନ ଭଳି ଆତଙ୍କବାଦୀଠାରୁ ଟଙ୍କା ନେଉଥିଲା । ଏବେ ମଧ୍ୟ ତାହା ଜାରି ରହିଛି । ପାକିସ୍ତାନ ପାଇଁ ଅସ୍ଥିର ଆଫଗାନିସ୍ତାନ ନିଜ ଅର୍ଥନୀତିକୁ ସଜାଡିବାର ଏକ ଭଲ ସୁଯୋଗ ହୋଇପାରେ ।

ବାଂଲାଦେଶରେ ଅସ୍ଥିରତା ପାକିସ୍ତାନର ଆଗାମୀ ଲକ୍ଷ୍ୟ

Middle post content

୧୯୭୧ ଯୁଦ୍ଧର ପ୍ରତିଶୋଧ ନେବାକୁ ପାକିସ୍ତାନର ଏଜେନ୍ସୀ ଆଇଏସଆଇ ବାଂଲାଦେଶରେ ସକ୍ରୀୟ ଅଛି । ଏବେ ଆଫଗାନିସ୍ତାନରେ ଅସ୍ଥିରତା ବାଂଲାଦେଶରେ ସକ୍ରୀୟ ଥିବା ମୁସଲିମ ମୌଳବାଦୀଙ୍କୁ ସୁହାଇବ । ଆଇଏସଆଇ ସେହି ମୁସଲିମ ମୌଳବାଦୀ ସଂଗଠନକୁ ନିଜ ପଟକୁ ନେଇ ସେଠାରେ ବିଦ୍ରୋହ କରିପାରେ । ଅସ୍ଥିର ବାଂଲାଦେଶ ଭାରତର ସୁରକ୍ଷା ପାଇଁ ବିପଦ । ଆଫଗାନିସ୍ତାନରୁ ଶରଣାର୍ଥୀ ବେଶରେ ଯଦି ଆତଙ୍କବାଦୀ ବାଂଲାଦେଶକୁ ପ୍ରବେଶ କରନ୍ତି ତେବେ ଏହା କେବଳ ସେହି ଦେଶ ପାଇଁ ନୁହେଁ ଭାରତ ପାଇଁ ମଧ୍ୟ ବିପଜ୍ଜନକ ହୋଇପାରେ ।

ଶରଣାର୍ଥୀ ରୂପରେ ଭାରତକୁ ପଠାଇପାରେ ଏଜେଣ୍ଟ୍

ଆଫଗାନିସ୍ତାନରେ ସରକାରକୁ କ୍ଷମତାଚ୍ୟୁତ କରିବା ଆଇଏସଆଇର ବିଜୟ । ଏଥିରେ ସନ୍ଦେହ ନାହିଁ । ଆଫଗାନିସ୍ତାନୀ ସୈନିକଙ୍କ ଦ୍ୱାରା ନିହତ ତାଲିବାନୀ ଆତଙ୍କବାଦୀଙ୍କ ନିକଟରୁ ପାକ୍ ସୈନିକଙ୍କ ଆଇକାର୍ଡ ମିଳିଛି । ସୁରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ପାକିସ୍ତାନ ଏବେ ଆଫଗାନିସ୍ତାନରୁ ଶରଣାର୍ଥୀ ଭାବେ ନିଜ ଏଜେଣ୍ଟଙ୍କୁ ବିଶ୍ୱର ବିଭିନ୍ନ ଦେଶକୁ ପଠାଇ ପାରେ । ଏହି ଦେଶଙ୍କ ତାଲିକାରେ ସଭା ଉପରେ ଭାରତ ଯଦି ଥିବ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଆଇ ଏସ ଆଇର କରୋନା ଷଡ଼ଯନ୍ତ୍ର

ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ଆଇଏସଆଇ ଏହି ସମୟରେ ଏହାକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ମନ ବନାଇ ସାରିଛି । ଆଫଗାନିସ୍ତାନରୁ ଭାରତ ଯାଉଥିବା ଶରଣାର୍ଥୀଙ୍କୁ କରୋନା ସଂକ୍ରମିତ କରାଇ ସେମାନଙ୍କୁ ଭାରତ ପଠାଇବା ପାଇଁ ଆଇଏସଆଇ ଉଦ୍ୟମ କରୁଛି ବୋଲି କୁହାଯାଉଛି । ଯଦି ଏହା ହୁଏ ତେବେ ସେପ୍ଟେମ୍ବରରେ କରୋନାର ତୃତୀୟ ଲହର ଭାରତରେ କରାଳ ରୂପ ଦେଖାଇବା ଆଶଙ୍କା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami