ଆସ୍ଥାଭୋଟରେ ଜିତିଲେ ନୀତିଶ କୁମାର, ବିରୋଧୀ କଲେ କକ୍ଷତ୍ୟାଗ

Above Post Content

ପଟନା: ବିହାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ନୀତିଶ କୁମାର । ତାଙ୍କ ସପକ୍ଷରେ ୧୨୯ଟି ଭୋଟ ପଡ଼ିଥିଲା । ହେଲେ ବିପକ୍ଷରେ କୌଣସି ଭୋଟ ପଡ଼ି ନ ଥିଲା । କାରଣ ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ । କେବଳ ଏତିକି ନୁହେଁ, ୩ ଜଣ ଆରଜେଡି ବିଧାୟକ କ୍ରସଭୋଟିଂ କରିଥିବା ଜଣାଯାଇଛି ।

Middle post content

ଆରଜେଡ଼ିକୁ ଟାର୍ଗେଟ କଲେ ନୀତିଶ

After 2nd paragraph post ads

ଆସ୍ଥାଭୋଟ ପୂର୍ବରୁ ନୀତିଶ କୁମାର ଗୃହରେ ଆରଜେଡିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ଆମେ ସେମାନଙ୍କୁ ସମ୍ମାନ ଦେଇଥିଲୁ ଏବଂ ଆମେ ଜାଣିବାକୁ ପାଇଲୁ ଯେ ଏହି ଲୋକମାନେ ଦୁର୍ନୀତି କରୁଥିଲେ । ବିଜେପି କେବେ ବି ଏପରି କରେନାହିଁ । ସେମାନେ ସମସ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲେ । ଆମେ ଏହାର ଯାଞ୍ଚ କରିବୁ । ଟଙ୍କା କେଉଁଠୁ ଆସିଲା, ଆମେ ସମସ୍ତଙ୍କର ତଦନ୍ତ କରିବୁ । ଆପଣଙ୍କ ଦଳ ଠିକ୍ କାମ କରୁନାହିଁ । ଯେତେବେଳେ ଆପଣଙ୍କର ସମସ୍ୟା ଥାଏ ସେତେବେଳେ ଆମକୁ ଦେଖା କରନ୍ତୁ । ଆମେ ଆପଣଙ୍କ କାମ କରିବୁ । ଆମେ ରାଜ୍ୟର ସ୍ୱାର୍ଥ ପାଇଁ କାମ କରିବୁ । ଆମେ ତିନିଜଣ ସବୁବେଳେ ଏକାଠି ରହିବୁ । ପୂର୍ବରୁ ଗୃହରେ ଆରଜେଡି ନେତା ତେଜସ୍ୱୀ ଯାଦବ କହିଥିଲେ ଯେ ଆମେ ଲାଲୁଜୀଙ୍କ ପୁଅ, ଆମେ ଏସବୁକୁ ଭୟ କରୁନାହୁଁ, ଆମେ ଲଢ଼େଇ କରିଥାଉ । ଗତ ୧୭ ମାସ ମଧ୍ୟରେ ହୋଇଥିବା କାମର ଶ୍ରେୟ ଆମେ କାହିଁକି ନ ନେବୁ ? ସମୟ ଆସିଲେ ତେଜସ୍ୱୀ ଫେରିବ । ବିହାରକୁ ଆଗକୁ ନେବା ପାଇଁ ଆମେ ଯୁବକମାନଙ୍କୁ ଆଗେଇ ନେଉଛୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami