ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ହେଲା ଉଚ୍ଛେଦ

Above Post Content

 

ଭୋପାଳ: ମଧ୍ୟପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଦାୟିତ୍ୱ ନେବା ଆରମ୍ଭରୁ ହିଁ ଆକ୍ସନ ମୁଡ୍‌ରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନେଉ ନେଉ ମଧ୍ୟପ୍ରଦେଶର ଧାର୍ମିକ ସମାବେଶ ତଥା ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକର/ ଡିଜେ ଉପରେ ନିଷେଧାଦେଶ ଜାରି କରିଥିଲେ । ଏହାସହ ମାଂସ, ମାଛ ଇତ୍ୟାଦି ବେଆଇନ କ୍ରୟ ଏବଂ ବିକ୍ରୟ ଯାଞ୍ଚ କରିବା ପାଇଁ ଏକ ଅଭିଯାନ ଘୋଷଣା କରିଥିଲେ । ଏବେ କ୍ଷମତାକୁ ଆସିବାର ଗୋଟିଏ ଦିନ ମଧ୍ୟରେ ପ୍ରଥମ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ବୁଲ୍‌ଡୋଜର ଲଗେଇ ଭଙ୍ଗାଯାଇଛି । ଅପରାଧକୁ ରୋକିବା ପାଇଁ ଭୋପାଳ ଜିଲା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

After 2nd paragraph post ads
Middle post content

କଂଗ୍ରେସ ବିଧାୟକଙ୍କ ସମର୍ଥକ କରିଥିଲେ ଆକ୍ରମଣ

କୋଲାର ଏସଡିଏମ ଆଶୁତୋଷ ଗୋସ୍ୱାମୀଙ୍କ ନେତୃତ୍ୱରେ ପ୍ରଶାସନିକ କର୍ମଚାରୀମାନେ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲେ । ପରେ ବୁଲ୍‌ଡ଼ୋଜର ଲଗାଇ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗିରୂଜି ମାଟିରେ ମିଶାଇ ଦେଇଥିଲେ । କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟିହେବା ଆଶଙ୍କାରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସୂଚନାଯୋଗ୍ୟ,ଗତ ୩ ତାରିଖରେ ଭୋଟ ଦେବା ପରେ ନିର୍ବାଚନୀ ହିଂସା ଘଟାଇ ଭାଜପା କର୍ମୀ ଦେବେନ୍ଦ୍ର ସିଂ ଠାକୁରଙ୍କୁ କଂଗ୍ରେସ ବିଧାୟକ ଆରିଫ ମାସୁଦଙ୍କ ସମର୍ଥକ ଫାରୁକ ରେନ୍‌, ଆସଲମ ଶାହରୁଖ, ବିଲାଲ ଏବଂ ସମୀର ଆକ୍ରମଣ କରିଥିଲେ । ସେମାନେ ଠାକୁରଙ୍କୁ ଆକ୍ରମଣ କରି ତାଙ୍କ ପାପୁଲି କାଟି ଦେଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଠାରେ ବହୁ ବରିଷ୍ଠ ଭାଜପା ନେତା ତାଙ୍କୁ ଭେଟିବାକୁ ଆସିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami