ଲୋକଙ୍କ ସହ ଯୋଡି ହେବାକୁ ନବୀନଙ୍କ ନିର୍ଦ୍ଦେଶ

Above Post Content

ଭୁବନେଶ୍ୱର: ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି । ନବୀନ ନିବାସରେ ଚାଲିଛି ନିର୍ବାଚନୀ ଏକ୍ସରସାଇଜ । ନିର୍ବାଚନମଣ୍ଡଳୀର ତୃଣମୂଳ ସ୍ତରରେ ଲୋକାଭିମୁଖୀ ଯୋଜନା ନେଇ ଲୋକଙ୍କ ସହ ଯୋଡ଼ି ହେବାକୁ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ବଡ଼ ବିଜୟ ନେଇ ବିଭିନ୍ନ ସର୍ଭେ ରିପୋର୍ଟ ଆସିବା ପରେ ଗ୍ରାଉଣ୍ଡରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଯୋଦ୍ଧାଙ୍କୁ ପ୍ରସ୍ତୁତ କରୁଛି ଦଳ । ଦୁଇ ବିରୋଧୀ କିନ୍ତୁ ନିର୍ବାଚନ ପ୍ରସ୍ତୁତିରେ ପଛରେ ପଡ଼ିଯାଇଛନ୍ତି । ବିଜେଡିର ଯୋଦ୍ଧା ପ୍ରସ୍ତୁତ । ନବୀନ ନିବାସରେ ନେତାଙ୍କୁ ନବୀନଙ୍କ ଟିପ୍ସ । ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ନବୀନ ଦେଉଛନ୍ତି ଗୁରୁମନ୍ତ୍ର । ରେକର୍ଡ ବିଜୟ ପାଇଁ ସମରସଜ୍ଜା ।

ନବୀନ ନିବାସରେ ଆରମ୍ଭ ହୋଇଛି ଏକ୍ସରସାଇଜ

After 2nd paragraph post ads
Middle post content

ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରେ ବହୁଛି ବିଜେଡି ହାୱା । ଉଭୟ ବିଧାନସଭା ଓ ଲୋକସଭାରେ ଦଳ ରେକର୍ଡ ସଂଖ୍ୟକ ଆସନ ଜିତିବାକୁ ଆରମ୍ଭ କରିଛି ସମରସଜ୍ଜା । ଶ୍ରୀକ୍ଷେତ୍ର ପାଇଁ ବିଜେଡି ଯୋଦ୍ଧା ପ୍ରସ୍ତୁତ କରିଛି । ତୃଣମୂଳ ସ୍ତରରୁ ସଂଗଠନ ଶକ୍ତି ବୃଦ୍ଧି ସହ ବିକାଶମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । ପର୍ଯ୍ୟାୟକ୍ରମେ ଅନ୍ୟ ସଂସଦୀୟ କ୍ଷେତ୍ର ପାଇଁ ଯୋଦ୍ଧା ପ୍ରସ୍ତୁତ କରିବ ବିଜେଡି । ଲୋକଙ୍କୁ ବିକଶିତ ଓଡ଼ିଶା ଗଠନ ସମ୍ପର୍କରେ ଜଣାଇବା ସହ ନିର୍ବାଚନ ଏକ୍ସରସାଇଜ ଆରମ୍ଭ କରିଛି ଦଳ । ପୂର୍ବରୁ ଶଙ୍ଖ ଭବନରେ ପ୍ରଶିକ୍ଷଣ ନେଇଥିବା ୪ଲକ୍ଷ ଯୋଦ୍ଧାଙ୍କୁ ବିଜେଡି ୨୧ଟି ସଂଦୀୟ କ୍ଷେତ୍ରରେ ଦାୟିତ୍ୱ ବଣ୍ଟନ କରି ନିର୍ବାଚନୀ କାମ ଆରମ୍ଭ କରିଦେଇଛି । ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯେଉଁସବୁ ଯୋଜନା କରିଛନ୍ତି, ତାହା ଦଳକୁ ବଡ଼ ବିଜୟ ଦେବ ବୋଲି ବିଧାୟକ କହିଛନ୍ତି । ଏଥର ବିଜେଡି ପୁଣି କ୍ଷମତା ଦଖଲ କରିବା ସହ ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ରେକର୍ଡ କରିବେ ବୋଲି ବିଭିନ୍ନ ସର୍ଭେ ରିପୋର୍ଟ ଆସିଛି । ବିଜେଡି ମଧ୍ୟ ନିର୍ବାଚନ ଘୋଷଣା ପୂର୍ବରୁ ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ।

ନିର୍ବାଚନ ପାଇଁ ଫୁଲ ଜୋସରେ ବିଜେଡି

ନିର୍ବାଚନ ଘୋଷଣା ପରେ ଦଳ ଲୋକଙ୍କ ପାଖକୁ ଯିବାର ଅଭିଯାନକୁ ଅଧିକ କ୍ରିୟାଶୀଳ କରିଛି । ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛି । କଂଗ୍ରେସ କିନ୍ତୁ ଆଗୁଆ ଟିକେଟ ବଣ୍ଟନରେ ଫେଲ୍ ମାରିବା ପରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଣି ନିର୍ବାଚନୀ ମାହୋଲ ସୃଷ୍ଟି କରିବାକୁ ଯୋଜନା କରିଛି । ବରିଷ୍ଠ ରାଜନୈତିକ ସମୀକ୍ଷକ କହିଛନ୍ତି, ଏଯାଏଁ ବିଜେପି ଓ କଂଗ୍ରେସ ନିର୍ବାଚନୀ ପ୍ରସ୍ତୁତି କରିନାହାନ୍ତି କି ଲୋକଙ୍କ ପାଖକୁ ଯାଇନାହାନ୍ତି । ବିଜେଡି କିନ୍ତୁ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରି ଲୋକଙ୍କ ପାଖକୁ ଯାଉଛି । ନିର୍ବାଚନ ଫଳାଫଳର ସବୁ ରେକର୍ଡ ଭାଙ୍ଗିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ମଧ୍ୟ ଲମ୍ବା ସମୟ ଓ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ସ୍ଥାନ ବଜାୟ ରଖିବେ । ଏଥିପାଇଁ ସଂସଦୀୟ କ୍ଷେତ୍ରରୁ ବିଜୟ ଅଭିଯାନ ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami