ପୁଣି ଫେରିବ ନବୀନ ସରକାର: ପାଣ୍ଡିଆନ

Above Post Content

ଭବାନୀପାଟଣା: କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯୋଡି ଶଙ୍ଖକୁ ଭୋଟ ଦେବାକୁ ଅପିଲ୍ କଲେ ନବୀନ । ବିରୋଧୀ ସବୁବେଳେ ମିଛ କହୁଛନ୍ତି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭବାନୀପାଟଣା ସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭବାନୀପାଟଣା ମଞ୍ଚରୁ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିଜେଡ଼ି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।

Middle post content

୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ

After 2nd paragraph post ads

ଆୟୁଶ୍ମାନ ଭାରତ ଯୋଜନାରେ ପୁରା ଦେଶ ପାଇଁ ଭାରତ ସରକାର ଯେତିକି ଟଙ୍କା ବଜେଟ୍ ରଖିଛନ୍ତି ତା’ଠାରୁ ଅଧିକ ବିଏସକେୱାଇ ବଜେଟ । ଓଡ଼ିଶାର ଭାଗ ମାତ୍ର ୩ଶହ କୋଟି ପଡ଼ିବ । ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା କେବଳ ବିପିଏଲ କାର୍ଡ୍ ଧାରୀଙ୍କୁ ମିଳିବ କିନ୍ତୁ ବିଏକେୱାଇ ଯୋଜନାରେ ସମସ୍ତଙ୍କୁ ଏହି ସୁବିଧା ମିଳିଥାଏ । ଆୟୁଷ୍ମାନ ଭାରତରେ ବୀମା କମ୍ପାନୀଙ୍କ ଦୟା ଉପରେ ସବୁକିଛି ନିର୍ଭର କରେ । ଆମ ମୁଖ୍ୟମନ୍ତ୍ରୀ ବିଏସକେୱାଇ ଭଳି କାର୍ଡ୍ ଦେଇଛନ୍ତି ଯାହା କ୍ରେଡିଟ୍ କାର୍ଡ୍ ଭଳି । ଯେଉଁଥିରେ ଗରିବ ଗୁରୁବାଙ୍କୁ ବୀମା କମ୍ପାନୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସେମାନେ ଏହି କାର୍ଡରୁ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବେ । ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣିଥରେ ଶପଥ ନେବେ । ଯିଏ ଯାହା କୁହନ୍ତୁ ନବୀନ ସରାକର ପୁଣିଥରେ ଆସିବ । ସେପଟେ ଡବଲ ଇଂଜିନ ସରକାର ଯେଉଁଠି ଆସେ ସେହି ରାଜ୍ୟ ୨୦ ବର୍ଷ ପଛକୁ ଫେରିଯାଏ । କିଛି ରାଜ୍ୟରେ ଡବଲ ଇଂଜିନ ସରକାର ଆସିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami