ସଂସଦରେ ଏମପିଙ୍କ ନୃତ୍ୟ ସାଙ୍ଗକୁ ଦମଦାର ଭାଷଣ

Above Post Content

ୱେଲିଂଟନ୍ : ସାଧାରଣତଃ ଜଣେ ଲୋକପ୍ରତିନିଧିଙ୍କ ଦମଦାର ଭାଷଣ ସାଧାରଣ ଜନତାଙ୍କୁ ପ୍ରଭାବିତ କରିଥାଏ । ଜନସଭାରେ ହେଉ କି ବିଶେଷ କରି ସଂସଦରେ ସେମାନେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିଥାନ୍ତି । ନିକଟରେ ଜଣେ ଏମପିଙ୍କ ନିଆରା ଢଙ୍ଗରେ ସଂସଦରେ ଦାବି ଉପସ୍ଥାପନା କରିବା ସମସ୍ତକୁ ଆକୃଷ୍ଟ କରିବା ସହ ଚକିତ ବି କରିଛି । ଏବେ ମହିଳା ଏମପିଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ସଂସଦରେ ନାଚି ନାଚି ଜନସାଧାରଣଙ୍କ ଦାବି ଉପସ୍ଥାପନ କରୁଛନ୍ତି । ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ସର୍ବ କନିଷ୍ଠ ଏମପି ହାନା ରହିତି ମାଇପି ର୍କଲାକେ । ନ୍ୟୁଜିଲାଣ୍ଡ ସଂସଦରେ ତାଙ୍କର ଦମଦାର ଭାଷଣ ସାଙ୍ଗକୁ ଦାବି ଉପସ୍ଥାପନ କରିବାର ପ୍ରଭାବଶାଳୀ ନୃତ୍ୟ ସାରା ବିଶ୍ୱକୁ ଚକିତ କରିଛି ।

ସଂସଦରେ ପ୍ରଦର୍ଶନ କରିଥିଲେ ‘ହାକା’ ନୃତ୍ୟ

After 2nd paragraph post ads
Middle post content

ହାନାଙ୍କ ବୟସ ମାତ୍ର ୨୧ ବର୍ଷ । ତେଣୁ ସେ ଦେଶର ସର୍ବ କନିଷ୍ଠ ଏମପି ଭାବେ ପରିଚିତ । ଲୋକଙ୍କ ସମସ୍ୟା ସଂସଦରେ ନିଆରା ଢଙ୍ଗରେ ଉପସ୍ଥାପନା କରିଛନ୍ତି । ତାଙ୍କର ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜନସାଧାରଣଙ୍କୁ ମୁଁ ପ୍ରତିଶ୍ରୁତି ଦେଇଛି, ସେମାନଙ୍କର କୌଣସି ସମସ୍ୟା ହେଲେ ମୁଁ ଆଗରେ ଠିଆ ହେବି । ଦରକାର ପଡ଼ିଲେ ସେମାନଙ୍କ ପାଇଁ ମୁଁ ଜୀବନ ମଧ୍ୟ ଦେଇପାରେ । କିନ୍ତୁ ବର୍ତ୍ତମାନ ମୁଁ ଆପଣଙ୍କ ପାଇଁ ବଞ୍ଚିବାକୁ ଚାହୁଁଛି । ଆପଣଙ୍କ ପାଇଁ କାମ କରିବାକୁ ଚାହୁଁଛି । ତେବେ ଭାଷଣ ଦେବା ସମୟରେ ସେ ଅନେକ ଥର ଭାବପ୍ରବଣ ହୋଇଯାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସଂସଦରେ ନିଜ ଭାଷଣକୁ ସେ ନୃତ୍ୟ କରି ଉପସ୍ଥାପନ କରିଥିଲେ । ସେ ମାଓରି ସଂସ୍କୃତିର ‘ହାକା’ ନୃତ୍ୟ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ଏହା ଏକ ଯୁଦ୍ଧଗୀତ । ଯାହାକୁ ବିଭିନ୍ନ ଭାବଭଙ୍ଗୀ ସହ ପ୍ରସ୍ତୁତ କରାଯାଇଥାଏ । ଭାଷଣ ଦେବା ସମୟରେ ସେ ଜନତାଙ୍କ ଦାବି ଉଠାଇ ସଂସଦରେ ଗର୍ଜୁ ଥିବାର ନଜର ଆସିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami