ମଧ୍ୟପ୍ରଦେଶରେ ବିଜେପିକୁ ଜିତାଇଲା ‘ଲାଡଲି ବେହନା ଯୋଜନା’

Above Post Content

ଭୋପାଳ: ମଧ୍ୟପ୍ରଦେଶରେ ବିଜେପିକୁ ଜିତାଇଲା ‘ଲାଡ଼ଲି ବେହନା ଯୋଜନା’ । ମଧ୍ୟପ୍ରଦେଶରେ ବିପୁଳ ବିଜୟ ପରେ ଉତ୍ସାହିତ ହୋଇପଡ଼ିଛି ବିଜେପି । କିନ୍ତୁ ଏହି ବିଜୟର ଶ୍ରେୟ ଦିଆଯାଉଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ତାଙ୍କର ଏକ ସ୍ୱତନ୍ତ୍ର ଯୋଜନା ଲାଡଲି ବେହନା ଯୋଜନା । ନିର୍ବାଚନ ପ୍ରଚାର ବେଳେ ଶିବାରାଜଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଶେଷ ଗୁରୁତ୍ୱ ଦେଇ ନ ଥିବା ଅଭିଯୋଗ ହୋଇଥିଲା । ଭୋପାଳର ବିଜେପି କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଶିବରାଜ ନା ହୋର୍ଡିଂରେ ଥିଲେ ନା ହାଇକମାଣ୍ଡଙ୍କ ଭାଷଣରେ । କିନ୍ତୁ ଶିବରାଜଙ୍କ ବିଶ୍ୱାସ ଥିଲା ଯେ ତାଙ୍କ ଲାଡଲି ବେହନା ଯୋଜନା ଦଳକୁ ସଂଖ୍ୟାଗରିଷ୍ଠତା ଆଣିଦେବ । ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଯେ ସଂଖ୍ୟାଗରିଷ୍ଠତା ଆଡକୁ ବିଜେପିର ନେତୃତ୍ୱରେ ଲାଡଲି ବେହନା ଯୋଜନାର ବଡ଼ ହାତ ରହିଛି ।

Middle post content

ମହିଳାଙ୍କୁ ସୁହାଇଲା ଲାଡ଼ଲି ଯୋଜନା

After 2nd paragraph post ads

ଲାଡଲି ବେହନା ଯୋଜନା ମାଧ୍ୟମରେ ଶିବରାଜ ସରକାର ପ୍ରତି ମାସରେ ୧୨୫୦ ଟଙ୍କା ରାଜ୍ୟର ୧ କୋଟି ୩୧ ଲକ୍ଷ ମହିଳାଙ୍କୁ ପ୍ରଦାନ କରିଥିଲେ । ଏହି ରାଶି ସିଧାସଳଖ ତାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା । ପରେ ଏହାକୁ ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ଘୋଷଣା କରାଯାଇଥିଲା । ଏହା ଅନୁମାନ କରାଯାଇପାରେ ଯେ ଏହି ଯୋଜନା ହେତୁ ମହିଳାମାନେ ଶିବରାଜ ସରକାରଙ୍କ ସପକ୍ଷରେ ବହୁ ସଂଖ୍ୟାରେ ଭୋଟ୍ ଦେଇଥିଲେ । ମହିଳାମାନେ ଭାଜପା ସପକ୍ଷରେ ଭୋଟ୍ ଦେଇଛନ୍ତି, ଏହି ୪ ପ୍ରତିଶତ ଅତିରିକ୍ତ ଭୋଟ୍ ଏହି ଯୋଜନା ଯୋଗୁଁ ଶେଷ ମୁହୂର୍ତ୍ତରେ ଆଗଧାଡ଼ିର ବିଜେତା ହୋଇପାରିଛି । ଏହି ଗୋଟିଏ କାରଣ ମଧ୍ୟପ୍ରଦେଶରେ ନିର୍ବାଚନର ଫଳାଫଳକୁ ବଦଳାଇ ଦେଇଛି । ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୨ କୋଟି ୭୨ ଲକ୍ଷ, ଅର୍ଥାତ୍ ପ୍ରାୟ ୨୯ଟି ଏଭଳି ଆସନ ରହିଛି ଯେଉଁଥିରେ ମହିଳା ଭୋଟରଙ୍କ ମଧ୍ୟରେ ମୋଡ଼ ବଦଳାଇବାର ସାମର୍ଥ୍ୟ ରହିଛି । ଏହାକୁ ଭଲଭାବରେ ବୁଝି ବିଜେପି ଯୋଜନା କରିଥିଲା ଓ ସଫଳ ହୋଇଥିଲା । ଏପରିକି କଂଗ୍ରେସର କେତେକ ନେତା ସ୍ୱୀକାର କରିଛନ୍ତି ଯେ ଲାଡଲି ଯୋଜନା ଯୋଗୁଁ ବିଜେପି ସୁବିଧାଜନକ ସ୍ଥିତିକୁ ଚାଲିଆସିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami