ରାଜସ୍ଥାନରେ ଚାଷୀଙ୍କ ଉପରେ ଅଧିକ ଫୋକସ୍‌

Above Post Content

ନୂଆଦିଲ୍ଲୀ: ୨୫ ନଭେମ୍ବରରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବଭୋଟ୍ ଦେବାର ଚାରି ଦିନ ପୂର୍ବରୁ କଂଗ୍ରେସ ନିଜର ଘୋଷଣାପତ୍ର ପ୍ରକାଶ କରିଛି । ଘୋଷଣାପତ୍ରରେ ଚାଷୀଙ୍କୁ ହାତେଇବା ପାଇଁ କଂଗ୍ରେସ ଏକ ବଡ ପଦକ୍ଷେପ ନେଇଛି । କଂଗ୍ରେସ କହିଛି ଯେ ଯଦି ରାଜ୍ୟରେ ପୁନର୍ବାର ସରକାର ଗଠନ ହୁଏ ତେବେ ସ୍ୱାମୀନାଥନଙ୍କ ରିପୋର୍ଟ ଆଧାରରେ ସର୍ବନିମ୍ନ ସହାୟତା ମୂଲ୍ୟ ଏମଏସପି ଗ୍ୟାରେଣ୍ଟି ଦେବା ଆଇନ କାର୍ଯ୍ୟକାରୀ ହେବ । ଡିସେମ୍ବର ୩ ରେ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

ମହିଳାଙ୍କୁ ବି ଦିଆଯାଇଛି ପ୍ରାଧାନ୍ୟ

After 2nd paragraph post ads
Middle post content

ରାଜସ୍ଥାନ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଜାତୀୟ କୃଷକ ଆୟୋଗର ସୁପାରିଶ ଅନୁଯାୟୀ କଂଗ୍ରେସ ଏମଏସପି ଗ୍ୟାରେଣ୍ଟି ଦେବାକୁ ଘୋଷଣା କରିଛି । ଏହି ନିୟମ ଅନୁଯାୟୀ, ଏମଏସପି ଠାରୁ କମ୍ ମୂଲ୍ୟରେ କୃଷକଙ୍କ ଫସଲ କେହି କିଣି ପାରିବେ ନାହିଁ । ଯେଉଁମାନେ କୃଷକମାନଙ୍କଠାରୁ କମ୍ ମୂଲ୍ୟରେ ଫସଲ କିଣୁଛନ୍ତି ସେମାନଙ୍କୁ ଜରିମାନା ପଡିବ ଏବଂ ସେମାନଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ଅଛି । କେବଳ ଏତିକି ନୁହେଁ କଂଗ୍ରେସ ଏହାର ‘ପବ୍ଲିକ୍ ମେନିଫେଷ୍ଟୋ’ରେ ଘୋଷଣା କରିଛି ଯେ ଯଦି ସରକାର ଗଠନ ହୁଏ ତେବେ ଚାଷୀଙ୍କୁ ବିନା ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ମେନିଫେଷ୍ଟୋରେ କଂଗ୍ରେସ ମଧ୍ୟ ୫ ବର୍ଷ ମଧ୍ୟରେ ୪ ଲକ୍ଷ ସରକାରୀ ଚାକିରୀ ସମେତ ୧୦ ଲକ୍ଷ ଚାକିରୀ ଯୋଗାଇଦେବାକୁ ପ୍ରତିଶୃତି ଦେଇଛି । ଏଥି ସହିତ ପଞ୍ଚାୟତ ସ୍ତରରେ ସରକାରୀ ଚାକିରିର ଏକ ନୂତନ କ୍ୟାଡର ସୃଷ୍ଟି ହେବ ।

ଏଥର କଂଗ୍ରେସ ରାଜ୍ୟକୁ ଫେରିବ

କଂଗ୍ରେସ ମେନିଫେଷ୍ଟୋରେ ଛୋଟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତଲୋନ୍‌, ବ୍ୟବସାୟୀ କ୍ରେଡିଟ କାର୍ଡ ଯୋଜନା ଆରମ୍ଭ କରାଇଦେବାର ପ୍ରତିଶ୍ରୃତି ଦେଇଛି,ସେହିପରି ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା ଭଳି ଯୋଜନା ମଧ୍ୟ ରହିଛି,’ଚିରଞ୍ଜୀବୀ ସ୍ୱାସ୍ଥ୍ୟ ସୁରକ୍ଷା ବୀମା’ ର ପରିମାଣ ୨୫ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯିବ । ପରିବାରର ଜଣେ ମହିଳା ସଦସ୍ୟଙ୍କୁ ବର୍ଷକୁ ୧୦,୦୦୦ ଟଙ୍କା ସମ୍ମାନ ପ୍ରଦାନ କରାଯିବ ।‘ପବ୍ଲିକ୍ ମନିଫେଷ୍ଟୋ’ ରିଲିଜ୍ ହେବା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖର୍ଗେ କହିଛନ୍ତି ଯେ ରାଜସ୍ଥାନ ହେଉଛି କଂଗ୍ରେସର ଏକ ଦୃଢ ଗଡ଼ । ଆମେ କେବଳ ସେହି ପ୍ରତିଶୃତି ଦେଇଥାଉ ଯାହାକୁ ଆମେ ପୂରଣ କରିପାରିବା । ଆସନ୍ତା ୫ ବର୍ଷ ମଧ୍ୟରେ ଆମେ ରାଜ୍ୟର ଯୁବକମାନଙ୍କୁ ୧୦ ଲକ୍ଷ ଚାକିରି ଯୋଗାଇବୁ, ସେଥିମଧ୍ୟରୁ ୪ ଲକ୍ଷ ସରକାରୀ ଚାକିରି ହେବ । ସେ କହିଛନ୍ତି ଯେ ଏଥର କଂଗ୍ରେସ ରାଜ୍ୟକୁ ଫେରିବ । ଏଥି ସହିତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ରାଜସ୍ଥାନର ଅର୍ଥନୀତି ୧୫ ଲକ୍ଷ କୋଟି ଟଙ୍କା ହେବ ଏବଂ ୨୦୩୦ ସୁଦ୍ଧା ଏହାକୁ ୩୦ ଲକ୍ଷ କୋଟି ଟଙ୍କାକୁ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami