ଦାୟିତ୍ୱ ନେଉ ନେଉ ମୋହନଙ୍କ ବଡ଼ ନିଷ୍ପତ୍ତି, ଆଉ ଧାର୍ମିକ ସ୍ଥାନରେ ବାଜିବନି ମାଇକ୍‌

Above Post Content

ଭୋପାଳ :ଏଣିକି କୌଣସି ଧାର୍ମିକ ସ୍ଥାନରେ ଉଚ୍ଚ ସ୍ୱରରେ ମାଇକ୍ ବାଜି ପାରିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶର ଧାର୍ମିକ ସ୍ଥାନରେ ଉଚ୍ଚ ସ୍ୱରରେ ମାଇକ୍ ବାଜିବାକୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ଯଦି କେହି ଏହି ନିୟମରେ ଖିଲାପ କରନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଭୋପାଳରେ ପ୍ରଥମ କ୍ୟାବିନେଟ ବୈଠକରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

Middle post content

ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ମାଇକ୍ ବାଜିବା ଉଚିତ

After 2nd paragraph post ads

ବୁଧବାର ଭୋପାଳରେ ମୁଖ୍ୟମନ୍ତ୍ରୀ ପ୍ରଥମ କ୍ୟାବିନେଟ ବୈଠକ କରିଥିଲେ । ସେ ପ୍ରଥମ ବୈଠକରେ କଡ଼ା ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଧାର୍ମିକ ସ୍ଥାନ ସମେତ ସର୍ବତ୍ର ଉଚ୍ଚ ସ୍ୱରରେ ମାଇକ୍ ବ୍ୟବହାର କରିବାକୁ ବାରଣ କରାଯାଇଛି । ସେ କହିଛନ୍ତି, ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ମାଇକ୍ ବାଜିବା ଉଚିତ । ଏ ବାବଦରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମାଇକ୍ ଯାଞ୍ଚ କରିବା ପାଇଁ ସମସ୍ତ ଜିଲାରେ ଫ୍ଲାଇଙ୍ଗ୍ ସ୍କ୍ୱାଡ ଗଠନ କରାଯିବ ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami