କୃଷକଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ

Above Post Content

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିବେ କିନ୍ତୁ ଚାଷୀଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ନାହିଁ । ମୋଦି ହେଉଛନ୍ତି ମିଛର ଫ୍ୟାକ୍ଟ୍ରି । ଏମିତି କହିଛନ୍ତି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । କୃଷକ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ କାହିଁକି ଅନ୍ନଦାତାଙ୍କୁ ଭେଟିବେ ନାହିଁ ବୋଲି ତେଜସ୍ୱୀ ଯାଦବ ପ୍ରଶ୍ନ ଉଠାଇଛନ୍ତି । ବିହାରର ସାସାରାମରେ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ମଧ୍ୟ କହିଛନ୍ତି ଯେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ଭାଗ ନେବାକୁ ଏଠାକୁ ଆସିଥିଲେ ।

Middle post content

୨୦୨୪ରେ ଭାଜପାକୁ ହଟାଇବେ

After 2nd paragraph post ads

ତେଜସ୍ୱୀ ଯାଦବ କହିଛନ୍ତି ଯେ କୃଷକମାନେ ଏମଏସପି ପାଇବା ଉଚିତ । ୨୦୨୪ରେ ସେମାନେ ଭାଜପା ଏବଂ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ହଟାଇବେ । ୧୭ ମାସ ମଧ୍ୟରେ, ସେ ୫ ଲକ୍ଷ ସରକାରୀ ଚାକିରୀ ଯୋଗାଇବା କାର୍ଯ୍ୟ କରିଛନ୍ତି, କିନ୍ତୁ ନରେନ୍ଦ୍ର ମୋଦି ମିଥ୍ୟା କାରଖାନା ବା ମିଛର ଫ୍ୟାକ୍ଟ୍ରି । ଏବେ ସେମାନେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଉଚିତ । ସେ କହିଛନ୍ତି ଯେ ଆମେ କାହାକୁ ଭୟ କରୁନାହୁଁ । ଲାଲୁ ଯାଦବ ଏବଂ ତାଙ୍କ ପୁଅ କାହାକୁ ଭୟ କରନ୍ତି ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami