ବେକରେ ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ

Above Post Content

ନୂଆଦିଲ୍ଲୀ: ବେକରେ ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ । ମଧ୍ୟପ୍ରଦେଶର ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ ବେକରେ ଏକ ବୋମାମାଳ ପକାଇ ବିଧାନସଭାରେ ପହଞ୍ଚିଥିବା ଘଟଣା ଚର୍ଚ୍ଚାକୁ ଆସିଛି । ବିଧାୟକଙ୍କ ଏଭଳି ଅବତାର ଦେଖି ବିଧାନସଭାରେ ଉପସ୍ଥିତ ଥିବା ପ୍ରତିଟି ବ୍ୟକ୍ତି ଚକିତ ଓ ଭୟଭୀତ ହୋଇଯାଇଥିଲେ । ପରେ ଜଣାପଡ଼ିଲା କି ରାମକିଶୋର ବେକରେ ପକାଇଥିବା ବୋମାମାଳ ଅସଲି ନୁହେଁ ।

Middle post content

ଏପରି ଦେଖି ଅନ୍ୟ ବିଧାୟକ ଭୟଭୀତ

After 2nd paragraph post ads

ମଧ୍ୟପ୍ରଦେଶର ହରଦା ଜିଲ୍ଲାସ୍ଥିତ ଏକ ବେଆଇନ ବାଣ କାରଖାନାରେ ଭୟାନକ ବିସ୍ଫୋରଣ ହୋଇଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଥିଲେ । ୫୦ରୁ ଅଧିକ ଘର ଜଳିଯାଇଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୨୦ରୁ ଅଧିକ ଆହତଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଏହି ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାର ଜିଲ୍ଲାପାଳ ଋଷି ଗର୍ଗଙ୍କୁ ବଦଳି କରିବା ସହିତ ଏସପି ସଞ୍ଜୀବ କୁମାର କଞ୍ଚନଙ୍କୁ ଭୋପାଳ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରିଛନ୍ତି । ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ବିରୋଧୀ ଦଳର ବିଧାୟକ ରାମକିଶୋର ଦୋଗନେ ବେକରେ ବୋମା ମାଳ ପକାଇ ମହାତ୍ମାଗାନ୍ଧିଙ୍କ ପ୍ରତିମା ସମ୍ମୁଖରେ ଧାରଣା ଦେଇଥିଲେ । ତାଙ୍କୁ ଏପରି ଅବସ୍ଥାରେ ଦେଖି ଅନ୍ୟ ବିଧାୟକମାନେ ଭୟଭୀତ ହୋଇପଡ଼ିଥିଲେ । ଏଥିସହିତ ସେ କହିଛନ୍ତି, ୪ଲକ୍ଷ ଟଙ୍କାର ସହାୟତା, ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଦେଲେ କିଛି ହେବ ନାହିଁ । ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami