‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେ ମଣିପୁର ସରକାର

Above Post Content

ଇମ୍ଫାଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ମିଳିଲା ଅନୁମତି । ମଣିପୁର ସରକାର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବୁଧବାର ଅନୁମତି ଦେଇଛନ୍ତି । ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି । ଏହାପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ମଣିପୁର ସରକାର ଇମ୍ଫାଲର ପ୍ୟାଲେସ ଗ୍ରାଉଣ୍ଡରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଅନୁମତି ଦେଇନାହାନ୍ତି ।

Middle post content

୧୫ଟି ରାଜ୍ୟ ବୁଲିବ ଏହି ଯାତ୍ରା

After 2nd paragraph post ads

ଆସନ୍ତା ୧୪ ତାରିଖରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ମଣିପୁରରୁ ଆରମ୍ଭ ହେବ । ପ୍ରାୟ ୬,୭୦୦ କିଲୋମିଟର ଦୂରତା ଅତିକ୍ରମ କରି ଏହି ଯାତ୍ରା ୧୫ଟି ରାଜ୍ୟ ଦେଇ ମୁମ୍ବାଇରେ ଶେଷ ହେବ । ଏହା ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ଉପରେ ଧ୍ୟାନ କେନ୍ଦ୍ରିତ କରିବ । ସୂଚନାଯୋଗ୍ୟ, ଗତ ବର୍ଷ ମେ ମାସରୁ ମଣିପୁର ଜାତି ହିଂସାର ଶିକାର ହୋଇଛି, ଯେଉଁଥିରେ ୧୮୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami