ଭଗବାନଙ୍କ ଉପରେ କବଜା କରିଛନ୍ତି ମୋଦି

Above Post Content

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ । ଆଜି ଅଯୋଧ୍ୟାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେଉଥିବା ବେଳେ କଂଗ୍ରେସ ନେତା ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଆସାମର ନାଗାଓଁରେ ଏକ ରାଲିରେ ସମ୍ବୋଧିତ କରି ଖାର୍ଗେ କହିଥିଲେ ଯେ, ଜଣେ ବ୍ୟକ୍ତି ସମଗ୍ର ଭଗବାନଙ୍କୁ କାବୁ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରରେ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଲୋକ ବାହାରେ ଅଛନ୍ତି । ସେ ଏକାକୀ ସବୁ କରିବାକୁ ଚାହୁଁଛନ୍ତି । ଯଦି ଆପଣ ସବୁ କିଛି ଏକୁଟିଆ କରନ୍ତି ତେବେ ଅନ୍ୟମାନଙ୍କୁ କାହିଁକି ଭୋଟ ମାଗୁଛ ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି ।

Middle post content

ଭାଜପାକୁ ଭୟ କରେନି କଂଗ୍ରେସ

After 2nd paragraph post ads

ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଖାର୍ଗେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଗସ୍ତରେ ଭାଜପା ଲୋକମାନେ ଭୟଭୀତ ଅଛନ୍ତି । ଏହି ଲୋକମାନେ ଜୟରାମ ରମେଶଙ୍କ ଗାଡି ଉପରେ ଆକ୍ରମଣ କରୁଛନ୍ତି, କିନ୍ତୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଭୟ କରନ୍ତି ନାହିଁ । ଯଦି ଆମେ ବ୍ରିଟିଶମାନଙ୍କୁ ଭୟ କରୁନାହୁଁ ତେବେ ଆମେ କାହିଁକି ଭାଜପାକୁ ଭୟ କରିବୁ ?

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami