ଆଜି ଓଡ଼ିଶା ଆସୁଛନ୍ତି ଖଡ୍‌ଗେ: ନେତା, କର୍ମୀ ସମସ୍ତେ ଉତ୍ସାହିତ

Above Post Content

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ତାଙ୍କର ଦିନିକିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ନେତାଙ୍କଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ସମସ୍ତେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ମଲ୍ଲିକାର୍ଜୁନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଭବ୍ୟ ସ୍ୱାଗତ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏହି ଗସ୍ତର ପ୍ରଭାବ କିଭଳି ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡିବ ସେ ନେଇ ମଧ୍ୟ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ‘ଓଡିଶା ବଞ୍ଚାଅ ସମାବେଶ’ ଜରିଆରେ ଦଳ ୩୦ ଜିଲ୍ଲାର କର୍ମୀଙ୍କୁ ଏକାଠି କରିବା ଲାଗି ଯୋଜନା କରିଛି । କେବଳ ସେତିକି ନୁହେଁ, ଖଡ୍‌ଗେଙ୍କ ଭାଷଣ ଶୁଣିବା ପରେ ସେହି ବାର୍ତ୍ତା ରାଜ୍ୟର ଗାଁ ଗହଳି ପର୍ଯ୍ୟନ୍ତ କିଭଳି ଯିବ, ଦଳ ସେ ନେଇ ବି ଖସଡ଼ା ପ୍ରସ୍ତୁତ କରିଛି ।

‘ଓଡ଼ିଶା ବଞ୍ଚାଓ ସମାବେଶ’ରେ ହେବେ ସାମିଲ

After 2nd paragraph post ads
Middle post content

ଆଜି ପୂର୍ବାହ୍ନ ୧୧ଟା ୪୫ରେ ଖଡ଼ଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଅଣାଯିବ । ମଧ୍ୟାହ୍ନ ୧୨ଟାରେ ଲୋୟର ପିଏମ୍‌ଜିରେ ‘ଓଡ଼ିଶା ବଞ୍ଚାଓ ସମାବେଶ’ରେ ସାମିଲ ହେବେ । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ ଚୌଧୁରୀଙ୍କ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ବିଧାୟକ, ବରିଷ୍ଠ ନେତାମାନେ ଯୋଗଦେବେ । ୨୦୨୪ ନିର୍ବାଚନକୁ କଂଗ୍ରେସ ଗୁରୁତ୍ୱର ସହିତ ଗ୍ରହଣ କରିଛି । ଏଇଥିପାଇଁ ଯେ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଓଡ଼ିଶାରେ ଶୋଚନୀୟ ପ୍ରଦର୍ଶନ କରିଥିଲା । ଏକ ଜାତୀୟ ଦଳ ହିସାବରେ ଏଥର ରାଜ୍ୟ କଂଗ୍ରେସ ଲୋକସଭା ଆସନକୁ ମଧ୍ୟ ଗୁରୁତ୍ୱ ଦେଉଛି ।

ଓଡ଼ିଶାରେ ରାହୁଲଙ୍କ ଯାତ୍ରା ସଫଳ ନେଇ କରିବେ ଆଲୋଚନା

୨୦୧୯ରେ କଂଗ୍ରେସ ଲୋକସଭା ନିର୍ବାଚନରେ ୧୪% ଭୋଟ ହାସଲ କରିଥିଲା । ଏସବୁ ପରିସଂଖ୍ୟାନ ଦେଖି ହାଇକମାଣ୍ଡ ବେଶ୍ ଚିନ୍ତାପ୍ରକଟ କରିଥିଲେ । ଏଥିପାଇଁ ରାଜ୍ୟ ନେତାଙ୍କୁ ବିଭିନ୍ନ ସମୟରେ ଦାୟିତ୍ୱ ଦିଆଯାଇଥିଲା । ଏଥିରୁ ସେମାନେ କେତେ କାର୍ଯ୍ୟ କରିଛନ୍ତି, ତାହା ଖଡ୍‌ଗେଙ୍କ ଗସ୍ତ ବେଳେ ଜାତୀୟ ନେତୃତ୍ୱ ଅନୁଧ୍ୟାନ କରିବେ । ଏହାସହ ଆସନ୍ତା ଫେବ୍ରୁଆରି ୧୪ ତାରିଖରୁ ରାହୁଲ ଗାନ୍ଧୀ ଓଡ଼ିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡୋ ନ୍ୟାୟ ଯାତ୍ରା କରିବେ । ଏହା କିଭଳି ସଫଳ ହେବ ସେ ନେଇ ମଧ୍ୟ ଖଡ୍‌ଗେ ନେତାଙ୍କ ସହ ଆଲୋଚନା କରିବେ । ଏହି ଗସ୍ତକାଳରେ ସେ ରାଜ୍ୟର ଇଣ୍ଡିଆମେଣ୍ଟ କର୍ମକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami