ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ମହୁଆ ମୈତ୍ର

Above Post Content

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକସଭା ସାଂସଦ ପଦରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଏହା ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନରେ ମହୁଆ କହିଛନ୍ତି ଯେ, ମୋତେ ଲୋକସଭା ସାଂସଦ ପଦରୁ ବହିଷ୍କାର କରି ଅନ୍ୟାୟ କରାଯାଇଛି । ମୋ ବିରୋଧରେ ମିଥ୍ୟ ଆରୋପ ଲଗାଯାଇଛି । ଟଙ୍କା ନେଇ ପ୍ରଶ୍ନ ପଚାରିନାହିଁ ବୋଲି କହିଛନ୍ତି ମହୁଆ ।

Middle post content

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ନେଉଥିଲେ ଲାଞ୍ଚ

After 2nd paragraph post ads

ଗତ ସପ୍ତାହରେ ସଂସଦରେ ପ୍ରଶ୍ନ ପଚାରିବାକୁ ଟଙ୍କା ନେବା ମାମଲାରେ ମହୁଆଙ୍କୁ ସଂସଦରୁ ବହୁଷ୍କୃତ କରିଥିଲା ଏଥିକ୍ସ କମିଟି । ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା । ରିପୋର୍ଟ ଉପରେ ଚର୍ଚ୍ଚା କାଳରେ ବିରୋଧୀ ଦଳ ସଦସ୍ୟ କକ୍ଷତ୍ୟାଗ କରିଥିଲେ । ବିରୋଧୀ ପକ୍ଷ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ଦାବି କରିଥିଲେ । ଯାହାକୁ ବିଜେପି ଓ ଅନ୍ୟ ଏନଡିଏ ସଦସ୍ୟ ବିରୋଧ କରିଥିଲେ । ବାଚସ୍ପତି ବିରୋଧୀ ଦଳର ଦାବିକୁ ଗ୍ରହଣ କରିନଥିଲେ । ପ୍ରତିବାଦରେ ବିରୋଧୀ ଦଳ କକ୍ଷ ତ୍ୟାଗ କରିଥିଲେ । ରିପୋର୍ଟରେ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ସାଂଘାତିକ ବୋଲି କୁହାଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବ୍ୟବସାୟୀ ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିଲେ । ଏଥିପାଇଁ ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍‌-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ସେଆର୍ କରିଥିଲେ । ଏହା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଦାମୀ ଗିଫ୍ଟ ଆଣିଥିବା ଅଭିଯୋଗ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami