ଶେଷରେ ସରକାରୀ ବଙ୍ଗଳା ଛାଡ଼ିଲେ ମହୁଆ

Above Post Content

ନୂଆଦିଲ୍ଲୀ: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ଏମ୍‌ପି ମହୁଆ ମୋଇତ୍ରା ଶେଷରେ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରିଛନ୍ତି । ଦୁଇ ଦିନ ପୂର୍ବେ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ମହୁଆକୁ ନୋଟିସ ପଠାଯାଇଥିଲା । ଏହା ପରେ ମହୁଆ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ହାଇକୋର୍ଟ ମହୁଆଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଶେଷରେ ସେ ସରକାରୀ ବଙ୍ଗଲା ଖାଲି କରିଛନ୍ତି ।

Middle post content

ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଥିଲେ ମହୁଆ

After 2nd paragraph post ads

ସୂଚନାଯୋଗ୍ୟ, ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ୮ ଡିସେମ୍ବର ୨୦୨୩ରେ ମହୁଆଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏହା ପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ଦୁଇଥର କୁହାଯାଇଥିଲା । କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ । ଏହା ପରେ ତୃତୀୟ ଥର ପାଇଁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ ପଠାଯାଇଥିଲା । ମହୁଆଙ୍କୁ ଏହି ବଙ୍ଗଳାକୁ ଲୋକ ସଭା ଏମ୍‌ପି ଭାବରେ ଦିଆଯାଇଥିଲା, କିନ୍ତୁ ତାଙ୍କର ସଦସ୍ୟତା ବାତିଲ ହେବା ମାତ୍ରେ ତାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା । ଜଣେ ସାଂସଦ ଭାବରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାରୁ ତାଙ୍କୁ ବାହାର କରିବା ପାଇଁ ନିର୍ଦ୍ଦେଶାଳୟ ଏକ ଟିମ୍ ପଠାଯାଇଥିବା ଏକ ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି । ତେଣୁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବି ବିଫଳ ହୋଇଥିଲେ । କୋର୍ଟ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ କହିଥିଲେ । ତେଣୁ ସେ ବାଧ୍ୟ ହୋଇ ଘର ଖାଲି କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami