ତେଲେଙ୍ଗାନାର ସୁନା ଝିଅ ସୀତାକ୍କା

Above Post Content

ହାଇଦ୍ରାବାଦ: ଦିନ ଥିଲା ପୋଲିସର ନିଦ ହଜାଇ ଦେଉଥିବା ଲେଡ଼ି ନକ୍ସଲ କମାଣ୍ଡର ଏବେ ତେଲେଙ୍ଗାନାର ସୁନା ଝିଅ । ଲୋକଙ୍କ ଅସୁବିଧା ଶୁଣିବା ମାତ୍ରେ ପହଞ୍ଚି ଯାଆନ୍ତି ସେ । ଲୋକଙ୍କ ଦୁଃଖ ଦୂର କରନ୍ତି । ଲୋକଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତି । ଆଉ ଅଳ୍ପ ଦିନରେ ପାଲଟିଯାଇଥିଲେ ସମସ୍ତଙ୍କର ପ୍ରିୟ ମଣିଷଟିଏ । ସବୁଠୁ ବଡ଼ କଥା,  ସେ ଲେଡ଼ି ନକ୍ସଲ କମାଣ୍ଡରରୁ ଏବେ ପାଲଟି ଯାଇଛନ୍ତି କ୍ୟାବିନେଟ୍ ମନ୍ତ୍ରୀ । ସେ ହେଉଛନ୍ତି ଦନାସାରି ଅନସୂୟା ସୀତାକ୍କା । ସୀତାକ୍କା ନାଁରେ ସେ ବେଶ୍ ପରିଚିତ । ସୀତାକ୍କାଙ୍କ କାହାଣୀ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ରୋଚକ ମଧ୍ୟ ।

ନକ୍ସଲଙ୍କ ସହ ଜଙ୍ଗଲରେ କରୁଥିଲେ ରାଜ୍‌

After 2nd paragraph post ads
Middle post content

ସୀତାକ୍କା ମାତ୍ର ୧୦ମ ଶ୍ରେଣୀ ଯାଏଁ ପଢିଛନ୍ତି । ୧୯୮୮ ମସିହାରେ ସେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ । ଆଉ ଅନ୍ୟ ନକ୍ସଲ ସହ ମିଶି ଜଙ୍ଗଲରେ କରୁଥିଲେ ରାଜ । ଏଥିପାଇଁ ସେ ନକ୍ସଲ ଗ୍ରୁପର ହୋଇଥିଲେ କମାଣ୍ଡର । କେବଳ ସୀତାକ୍କା ନୁହନ୍ତି ତାଙ୍କର ପୁରା ପରିବାର ନକ୍ସଲରେ ହୋଇଥିଲେ ସାମିଲ । ଏମିତି କି ସୀତାକ୍କାଙ୍କ ସ୍ୱାମୀ ଓ ଭାଇ ମଧ୍ୟ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି । ଏହାପରେ ସୀତାକ୍କାଙ୍କ ମନ ବଦଳିଥିଲା । ମୁଖ୍ୟସ୍ରୋତକୁ ଫେରିବା ପାଇଁ ଇଛା ବଳାଇଲେ । ପୋଲିସ ନିକଟରେ ଆତ୍ମସମର୍ପଣ କଲେ । ପରେ ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲେ । ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳରେ ଅଧିକ ଲୋକପ୍ରିୟ ହେବାକୁ ଲାଗିଲେ ।

୩ ଥର ହୋଇଛନ୍ତି ବିଧାୟକ

ଆଦିବାସୀ ଇଲାକାରେ ତାଙ୍କର ଏତେ ଲୋକପ୍ରିୟତା ବଢ଼ିଯାଇଥିଲା ଯେ ଶେଷରେ ୨୦୦୯ରେ ତେଲୁଗୁ ଦେଶମ ପାର୍ଟି ତାଙ୍କୁ ବିଧାନସଭା ଟିକଟ ଦେଇଥିଲା । ସେ ମୁଲୁଗ ଆସନରୁ ପ୍ରଥମଥର ୨୦୦୯ରେ ନିର୍ବାଚନ ଜିତି ବିଧାୟକ ପାଲଟିଥିଲେ । ଏହାପରେ ସିତାକ୍କା କେବେ ଆଉ ପଛକୁ ଫେରିନାହାନ୍ତି । ତେଲଙ୍ଗାନା ଗଠନ ପରେ ଟିଡିପିରୁ ଅଲଗା ହୋଇ ରେବନ୍ଥ ରେଡ୍ଡୀଙ୍କ ସହ କଂଗ୍ରେସରେ ସାମିଲ ହୋଇଥିଲେ । ୩ ଥର ବିଧାୟିକା ସାଜିଥିବା ଆଦିବାସୀ ନେତ୍ରୀ ସୀତାକ୍କାଙ୍କ ଲୋକପ୍ରିୟତା ଏତେ ବଢ଼ିଥିଲା ଯେ ସେ ମଧ୍ୟ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଥିଲେ । ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଲୁଗ ଆସନରୁ ସୀତାକ୍କା ୩୩,୭୦୦ ଭୋଟ ବ୍ୟବଧାନରେ ଏଠାରୁ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି । ସୀତାକ୍କା ଏବେ ତେଲଙ୍ଗାନାର ଖୁବ୍ ଲୋକପ୍ରିୟ ମନ୍ତ୍ରୀ । ସେ ମାଟ୍ରିକ ପାସ କରିବା ପରେ ସାର୍ବଜାନୀନ ଜୀବନରେ ବ୍ୟସ୍ତତା ଭିତରେ ସେ ନିଜ ପାଠ ପଢା ଜାରି ରଖିଥିଲେ । ୨୦୨୨ରେ ସେ ରାଜନୀତି ବିଜ୍ଞାନରୁ ପିଏଚଡି ଡିଗ୍ରି ହାସଲ କରିଥିଲେ ଏହାସହ ଆଇନ ପାଠ ମଧ୍ୟ ପଢ଼ିଥିଲେ । ସୀତାକ୍କାଙ୍କ ନିକଟରେ ଏବେ ୮୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami