୨୦୨୪ରେ ପୃଥିବୀ ସୂର୍ଯ୍ୟଠାରୁ ଦୂରେଇଯିବ, ହେବ ପୁଟିନଙ୍କ ହତ୍ୟା !

Above Post Content

୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଯେଉଁଥିରେ ସେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହତ୍ୟା ଉଦ୍ୟମଠାରୁ ଆରମ୍ଭ କରି କର୍କଟ ଏବଂ ଆଲଜାଇମର ରୋଗର ଉପଶମ ସନ୍ଧାନ, ୟୁରୋପରେ ଆତଙ୍କବାଦୀ ଘଟଣାର ବୃଦ୍ଧି ପର୍ଯ୍ୟନ୍ତ ସବୁକିଛି ଦାବି କରିଛନ୍ତି । ଏହି ଅନ୍ଧ ଭବିଷ୍ୟଦ୍‌ବକ୍ତାଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ୍ୟ ପ୍ରମାଣିତ ହୋଇଥିବା ଦାବି ହୁଏ । ୨୦୨୨ରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣର ବାବା ଭେଙ୍ଗା ପୂର୍ବାନୁମାନ କରି ପାରିଥିଲେ ବୋଲି ଦାବି କରାଯାଏ । ବାବା ଭେଙ୍ଗା ବାଲକାନର ନାସ୍ତ୍ରଦମ୍ସ ଭାବରେ ପରିଚିତ । ୧୯୧୧ ମସିହାରେ ଜନ୍ମ ହୋଇଥିବା ରହସ୍ୟମୟ ବାବା ଭେଙ୍ଗା କୌଣସି ଏକ ଘୂର୍ଣ୍ଣିବାତ୍ୟାରେ ଫସି ଅନ୍ଧ ହୋଇଯାଇଥିବା କୁହାଯାଏ । ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ କରିବାର ତାଙ୍କର ଅସାଧାରଣ ଦକ୍ଷତା ଥିବା ବିଶ୍ୱାସ କରାଯାଏ । ବାବା ଭେଙ୍ଗାଙ୍କର ୨୬ ବର୍ଷ ପୂର୍ବେ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ, କିନ୍ତୁ ଏବେ ମଧ୍ୟ ତାଙ୍କ ଭବିଷ୍ୟବାଣୀକୁ ନେଇ ହୁଏ ଚର୍ଚ୍ଚା ।
୨୦୨୪ ପାଇଁ ବାବା ଭେଙ୍ଗା କିଛି ପୂର୍ବାନୁମାନ କରି ଯାଇଛନ୍ତି । ଏହାମଧ୍ୟରୁ ଗୋଟିଏ ପୃଥିବୀର କକ୍ଷପଥ ପରିବର୍ତ୍ତନ ସହିତ ସମ୍ପର୍କିତ – ଯାହାର ଅର୍ଥ ହେଉଛି ଆମକୁ ସୁପର ଫ୍ଲଡ୍ ବା ମହାବନ୍ୟା କିମ୍ବା ପରବର୍ତ୍ତୀ ହିମ ଯୁଗର ସମ୍ମୁଖୀନ ହେବାକୁ ପଡ଼ିବ,ଯାହା ପୃଥିବୀ ସୂର୍ଯ୍ୟଠାରୁ କେତେ ଦୂରକୁ ଯିବ ତାହା ଉପରେ ନିର୍ଭର କରେ । ୨୦୨୪କୁ ନେଇ ବାବା ଭେଙ୍ଗାକୁ ଆଉ ଗୋଟିଏ ଚମକପ୍ରଦ ଭବିଷ୍ୟତବାଣୀ ପୁତିନଙ୍କ ହତ୍ୟା ଉଦ୍ୟମ ସହିତ ସମ୍ପର୍କିତ । କୁହାଯାଉଛି ଯେ, ୨୦୨୪ରେ ପୁତିନଙ୍କ ହତ୍ୟା ଉଦ୍ୟମ ହୋଇପାରେ । ଆସନ୍ତୁ ଜାଣିବା ୨୦୨୪ରେ କ’ଣ ସବୁ ଘଟିପାରେ ।

ପୁତିନଙ୍କ ହତ୍ୟା ଉଦ୍ୟମ

After 2nd paragraph post ads

ଦ’ ମିରର ରିପୋର୍ଟ୍ ଅନୁସାରେ, ବାବା ଭେଙ୍ଗା ହୁଏତ ପୂର୍ବାନୁମାନ କରିଥିବେ ଯେ ଆସନ୍ତା ବର୍ଷ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କର ଜଣେ ଦେଶବାସୀ ହତ୍ୟା କରିବେ । ପୁଟିନଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରି କ୍ରେମଲିନ୍ ଦ୍ୱାରା ଜାରି ବିବୃତି ପରେ ଏହି ଭବିଷ୍ୟତବାଣୀକୁ ନେଇ ଚର୍ଚ୍ଚା ହେଉଛି । ନିକଟରେ ଏକ ଟେଲିଗ୍ରାମ ଚ୍ୟାନେଲ ମସ୍କୋର ଉତ୍ତରରେ ଥିବା ତାଙ୍କ ଭାଲଡାଇ ପ୍ରାସାଦରେ ପୁଟିନଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଦାବି କରିଥିଲା । ଏହା ସହିତ ପୁଟିନଙ୍କୁ କର୍କଟ ରୋଗ ହୋଇଥିବା ଖବରକୁ ମଧ୍ୟ କ୍ରେମଲିନ୍ ଅସ୍ୱୀକାର କରିଛି ।

ୟୁରୋପେର ଆତଙ୍କବାଦୀ ଆକ୍ରମଣ

୨୦୨୪ରେ ୟୁରୋପରେ ଆତଙ୍କବାଦୀ କାର୍ଯ୍ୟକଳାବ ବୃଦ୍ଧି ପାଇବ ବୋଲି ବାବା ଭେଙ୍ଗା ଭବିଷ୍ୟତବାଣୀ କରିଥିବା ଦ’ ମିରର ଦାବି କରିଛି । ଦି ମିରର ରିପୋର୍ଟ ଅନୁସାରେ ୨୦୨୪ରେ ଗୋଟିଏ ବଡ଼ ଦେଶ ଜୈବିକ ଅସ୍ତ୍ର ପରୀକ୍ଷଣ କରିବ ।

ଭୟାବହ ପ୍ରାକୃତିକ ବିପର୍ଯ୍ୟୟ

୨୦୨୪ ପାଇଁ ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୃଥିବୀର କକ୍ଷପଥରେ ପରିବର୍ତ୍ତନ ଘଟିପାରେ,ଯାହା ସାଧାରଣତଃ ଦୀର୍ଘ ସମୟ ଅବଧିରେ ଘଟିଥାଏ । କିନ୍ତୁ ଯଦି ଏହା ଶୀଘ୍ର ଘଟେ,ତେବେ ଆମେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିକିରଣ ସ୍ତରର ବୃଦ୍ଧି ମଧ୍ୟ ଦେଖିପାରିବା ।

Middle post content

ଆର୍ôଥକ ସଙ୍କଟ ହେବ ଭୟାବହ

ବାବା ଭେଙ୍ଗା ଙ୍କ ଅନୁସାରେ ୨୦୨୪ରେ ଏକ ବଡ ଅର୍ଥନୈତିକ ସଙ୍କଟର ସମ୍ମୁୀନ ହେବ ବିଶ୍ୱ, ଯାହା ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବ । ଋଣ ସ୍ତର ବୃଦ୍ଧି, ଭୂ-ରାଜନୀତି(ଜିଓ ପଲିଟିକ୍ସ)କୁ ନେଇ ତିକ୍ତତା ଏବଂ ପାଶ୍ଚାତ୍ୟରୁ ପୂର୍ବକୁ ବିଶ୍ୱ ଅର୍ଥନୀତିର ଶକ୍ତି ସ୍ଥାନାନ୍ତର ଭଳି କାରଣ ହେତୁ ଏହା ହୋଇପାରେ ବୋଲି ସେ ଦାବି କରିଛନ୍ତି ।

ସାଇବର ଆକ୍ରମଣ

ବାବା ଭେଙ୍ଗା ଦାବି କରିଛନ୍ତି ଯେ ୨୦୨୪ ରେ ସାଇବର ଆକ୍ରମଣରେ ବୃଦ୍ଧି ଘଟିପାରେ । ଆଜ୍ଞା ହଁ, ଚତୁର ହ୍ୟାକର୍ସ ବିଦ୍ୟୁତ୍ ଗ୍ରୀଡ୍ ଏବଂ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରି ଜଟିଳ ଭିତ୍ତିଭୂମି ଉପରେ ସିଧାସଳଖ ଆକ୍ରମଣ କରିବେ, ଯାହାଦ୍ୱାରା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ।

ବୈଷୟିକ ବିପ୍ଳବ

ସେହିଭଳି ହିଷ୍ଚ୍ରିଉକ୍ଟ.ଙ୍କଳ ର ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗା ମଧ୍ୟ ୨୦୨୪ ରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଏକ ବଡ଼ ସଫଳତା ମିଳିବ ବୋଲି କହିଥିଲେ । କ୍ୱାଣ୍ଟମ୍ ଗଣନା ଦ୍ରୁତ ଅଗ୍ରଗତି କରୁଥିବାରୁ ଏହା ଆସିବ ଏବଂ ପାରମ୍ପାରିକ କମ୍ପ୍ୟୁଟର ଅପେକ୍ଷା ଶୀଘ୍ର ସମସ୍ୟାର ସମାଧାନ କରିପାରିବ । ଯଦି ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୁଏ, ତେବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଶକ୍ତି ୨୦୨୪ ରେ ଆକାଶ ଛୁଇଁପାରେ ।

ଡାକ୍ତରୀ ସଫଳତା

ଚିକିତ୍ସା କ୍ଷେତ୍ରରେ ମଧ୍ୟ ସର୍ବୋତ୍ତମ ଫଳାଫଳ ୨୦୨୪ରେ ଆସିପାରେ ବୋଲି ବାବା ଭେଙ୍ଗା ଭବିଷ୍ୟବାଣୀ କରି ଯାଇଛନ୍ତି । ଏହି ଅନ୍ଧ ଭବିଷ୍ୟତବକ୍ତାଙ୍କ ଅନୁସାରେ ୨୦୨୪ ମସିହାରେ ଆଲଜାଇମର ଏବଂ କର୍କଟ ଭଳି ଭୟଙ୍କର ରୋଗ ପାଇଁ ନୂତନ ଚିକିତ୍ସା ପଦ୍ଧତି ଆବିଷ୍କୃତ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami