ପତ୍ନୀଙ୍କ ସହ ସୁନ୍ଦରକାଣ୍ଡ ପାଠ କଲେ କେଜ୍‌ରିିୱାଲ

Above Post Content

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ଭାଗବାନ ରାମଲଲ୍ଲାଙ୍କ ବିଗ୍ରହ ପ୍ରତିଷ୍ଠା ତାରିଖ ଯେତିକି ପାଖେଇ ଆସୁଛି ବିରୋଧୀ ଦଳମାନଙ୍କ ଧର୍ମସଂକଟ ସେତିକି ବଢିଚାଲିଛି । କଂଗ୍ରେସ ନେତାମାନେ ସୋମବାର ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଦଳ ଆମ ଆଦମି ପାର୍ଟି ମଧ୍ୟ ସୁନ୍ଦର କାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କରିଛି । ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ସୁନ୍ଦରକାଣ୍ଡ ପାଠ କରିଛି । ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏଏପି ଏହି ଘୋଷଣା କରିଥିଲେ ।

Middle post content

ସମସ୍ତଙ୍କ ସୁଖଶାନ୍ତି ପାଇଁ କରିଛନ୍ତି ସୁନ୍ଦରକାଣ୍ଡ ପାଠ

After 2nd paragraph post ads

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ତାଙ୍କ ପତ୍ନୀଙ୍କ ସହ ମଙ୍ଗଳବାର ରୋହିଣୀ ମନ୍ଦିରରେ ସୁନ୍ଦରକାଣ୍ଡ ପାଠ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସମସ୍ତଙ୍କର ସୁଖ, ଶାନ୍ତି ପାଇଁ ଆମ ଆଦମୀ ପାର୍ଟି ଦିଲ୍ଲୀରେ ଅନେକ ସ୍ଥାନରେ ସୁନ୍ଦରକାଣ୍ଡ ପାଠ କରିଛି । ମୁଁ ମୋ ଧର୍ମପତ୍ନୀଙ୍କ ସହ ଅପରାହ୍ନ ୩ ଟାରେ ରୋହିଣୀ ମନ୍ଦିରରେ ସମସ୍ତ ଭକ୍ତଙ୍କ ସହିତ ସୁନ୍ଦରକାଣ୍ଡ ପାଠ କରିଛି । ସେହିପରି ଏଏପି ନେତା ସୌରଭ ଭରଦ୍ୱାଜ ଦିଲ୍ଲୀର ସମସ୍ତ ୭୦ ବିଧାନସଭା ନିର୍ବାଚନମଣ୍ଡଳୀରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami