ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେଲେ କେଜରିୱାଲ

Above Post Content

ନୂଆଦିଲ୍ଲୀ : ଭର୍ଚୁଆଲି କୋର୍ଟରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ତେବେ ଭିଡିଓ କନଫରେନ୍ସିଂ (ଭିସି) ମାଧ୍ୟମରେ ସେ କୋର୍ଟରେ ହାଜର ହୋଇଥିଲେ । କେଜରିୱାଲଙ୍କ ଓକିଲ ହାଜର ହେବା ପାଇଁ ଆବେଦନ କରିଥିଲେ ।

Middle post content

ହାଜର ନ ହେବାର କାରଣ କହିଲେ କେଜରିୱାଲ

After 2nd paragraph post ads

ଫେବୃଆରୀ ୧୭ରେ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ମଦ ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜାରି କରାଯାଇଥିବା ପାଞ୍ଚଟି ସମନର ସେ କାହିଁକି ଉତ୍ତର ଦେଇନାହାଁନ୍ତି ଏ ସମ୍ପର୍କରେ ସେ କୋର୍ଟରେ ଉତ୍ତର ଦେଇଛନ୍ତି । ଅରବିନ୍ଦ କେଜରିୱାଲ କୋର୍ଟରେ ହାଜର ନ ହେବାର କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ବଜେଟ ଆସିଯିବା କାରଣରୁ ସେ ହାଜର ହେଉନାହାଁନ୍ତି । ମୁଁ ଆସିବାକୁ ଚାହୁଁଥିଲି, କିନ୍ତୁ ବଜେଟ ଆସିଗଲା, କୋର୍ଟ ଯାହା ତାରିଖ ଦେବେ, ମୁଁ ଆସିବି । ଇଡି ଏହାକୁ ବିରୋଧ କରି ନ ଥିଲେ । ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ ରାଉଜ ଆଭେନ୍ୟୁ କୋର୍ଟରେ ଅନୁଷ୍ଠିତ ହେବ, ଯେଉଁଥିରେ କେଜରିୱାଲ ସକାଳ ୧୦ଟାରେ ହାଜର ହେବେ । ସୂଚନାଯୋଗ୍ୟ, ଦିଲ୍ଲୀ ଲିକର ପଲିସି ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜରିୱାଲଙ୍କ ନିକଟକୁ ପାଞ୍ଚଟି ସମନ ପଠାଇଛି, କିନ୍ତୁ ସେ ଥରେ ବି ଇଡି କାର୍ଯ୍ୟାଳୟରେ ପହଞ୍ଚି ନଥିଲେ । ବର୍ତ୍ତମାନ ଇଡି ତାଙ୍କୁ ଷଷ୍ଠ ସମନ ପଠାଇଥିଲା । ଏହା ପରେ ଶନିବାର ସେ ଭିସି ମାଧ୍ୟମରେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami