ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି  ଧର୍ମେନ୍ଦ୍ର  

Above Post Content

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ । ଦୀର୍ଘ ବର୍ଷ ହେଲାଣି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି, ହେଲେ ବିଜେପି ତାଙ୍କୁ ଯୋଗ୍ୟ ଭାବୁନି । ଯେଉଁଥି ପାଇଁ ତାଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି ବୋଲି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ରାଜ୍ୟରେ ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନ ପଟ୍ଟନାୟକ ରହିଛନ୍ତି, ମାତ୍ର ବିଜେପିର କିଏ ମୁଖ୍ୟମନ୍ତ୍ରୀ ଚେହେରା ତାହା କେହି ଜାଣି ନାହାନ୍ତି । ଯେଉଁଦିନ ବିଜେପି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ, ସେବେଠାରୁ ବିଜେପି ବିଧାନସଭାରେ ଦୁଇ ଅଙ୍କ ଆସନ ଛୁଇଁପାରିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

Middle post content

ଦମ ଥିଲେ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବିଜେପି

After 2nd paragraph post ads

ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ କଡ଼ା ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଦମ ଅଛି ତ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି । ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ବିଜେପି ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ଜିତିବନି । ବିକାଶର ଯେତେ ଭାଷା କହିଲେ ବି କେନ୍ଦ୍ରମନ୍ତ୍ରୀ ବୁଝିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲକ୍ଷ୍ମୀ, ବିଏସକେୱାଇ କଥା ବୁଝିପାରୁନାହାନ୍ତି । ୧୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛ । ହେଲେ ବିଜେପି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନି । ଆଗ ନିଜ ଦଳର ବିଶ୍ୱାସ ଜିତନ୍ତୁ ତାପରେ ନବୀନଙ୍କ ଆଗରେ ଠିଆ ହୋଇ ପ୍ରଶ୍ନ ପଚାରିବାକୁ ତମର ଯୋଗ୍ୟତା ହେବ ବୋଲି କହି ଧର୍ମେନ୍ଦ୍ରଙ୍କୁ ତେରଛା ବାଣ ମାରିଛନ୍ତି ପାଣ୍ଡିଆନ । ଭାରତୀୟ ଜନତା ପାର୍ଟି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲେ ବିଜେପି ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ପାଇବେନି । ଦମ ଥିଲେ ଧର୍ମେନ୍ଦ୍ରଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami