ସୁରକ୍ଷିତ ଭାବେ ନିଖୋଜ ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ଆଣିଲେ ମିଳିବ ୧୧ହଜାର ଟଙ୍କା

Above Post Content

ନୂଆଦିଲ୍ଲୀ: ନିଖୋଜ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଜମି ଦୁର୍ନୀତି ମାମଲାରେ ଜେରା କରିବା ଲାଗି ଇଡି ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଖୋଜି ଆଣିଲେ ବା ତାଙ୍କର ସୂଚନା ଦେଲେ ଉକ୍ତ ଭଦ୍ର ବ୍ୟକ୍ତିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ପୁରସ୍କାର ରାଶିର ମୂଲ୍ୟ ୧୧ହଜାର ଟଙ୍କା ରଖାଯାଇଛି । ନିଖୋଜ ଥିବା ବ୍ୟକ୍ତି ଜଣକଙ୍କ ନାମ ହିମନ୍ତ ସୋରେନ, ରଙ୍ଗ ଶ୍ୟାମଳ, ଉଚ୍ଚତା ୫ ଫୁଟ ୨ ଇଞ୍ଚର ଏକ ପୋଷ୍ଟର ଲଗାଯାଇଛି । ଆଉ ସୋସିଆଲ ମିଡ଼ିଆରେ ଏହି ପୋଷ୍ଟର ଘୂରି ବୁଲୁଛି । ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେବ ନିଖୋଜ ଥିବା କଥା ସରକାରୀ ଅଧିକାରୀମାନେ କହୁଛନ୍ତି । ହେଲେ ତାଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କହୁଛି ଯେ, ମୁଖ୍ୟମନ୍ତ୍ରୀ ନିରାପଦରେ ଅଛନ୍ତି ଏବଂ ସେମାନଙ୍କ ସହିତ ଯୋଗାଯୋଗ ରଖିଛନ୍ତି ।

Middle post content

ସୋସିଆଲ ମିଡିଆରେ ଘୂରି ବୁଲୁଛି ପୋଷ୍ଟର

After 2nd paragraph post ads

ଏହି ଘଟଣା ପରେ ଝାଡ଼ଖଣ୍ଡର ରାଜନୀତି ଚର୍ଚ୍ଚାରେ ରହିଛି । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡି ଏକ ପୋଷ୍ଟ ଏକ୍ସରେ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ବାବୁଲାଲ ମରାଣ୍ଡି ଲେଖିଛନ୍ତି, ‘ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କେନ୍ଦ୍ରୀୟ ଏଜେନ୍ସି ଭୟରେ ନିଖୋଜ ହୋଇଯାଇଛନ୍ତି । ଗତ ୪୦ଘଣ୍ଟା ହେବ ତାଙ୍କର କୌଣସି ସୂଚନା ମିଳି ପାରୁ ନାହିଁ । ଭାରି ଚିନ୍ତା ଲାଗୁଛି । ଯିଏବି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଖୋଜି ଆଣିବେ ବା ତାଙ୍କର ସୂଚନା ତେବେ ତାଙ୍କୁ ୧୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ନିଖୋଜ ଥିବା ବ୍ୟକ୍ତି ଜଣକଙ୍କ ନାମ ହିମନ୍ତ ସୋରେନ, ରଙ୍ଗ ଶ୍ୟାମଳ, ଉଚ୍ଚତା ୫ ଫୁଟ ୨ ଇଞ୍ଚ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ପୋଷ୍ଟର ଏହି ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଇଡି ସୂତ୍ରରୁ ପ୍ରକାଶ, ସେମାନେ ସୋରେନ୍‌ଙ୍କ ପତ୍ତା ପାଉନାହାନ୍ତି । ସୋରେନ ରାଞ୍ଚିରୁ ଦିଲ୍ଲୀ ଆସିଥିବା ଚାଟର ବିମାନ ଦିଲ୍ଲୀ ବିମାନ ବନ୍ଦରରେ ରହିଛି । ତାଙ୍କ ଲୋକମାନଙ୍କ ମଧ୍ୟରୁ କେତେକଙ୍କ (କର୍ମଚାରୀ) ଫୋନ୍ ସୁଇଚ୍ ଅଫ୍‌ଅଛି । ତାଙ୍କ ବିଏମ୍‌ଡବ୍ଲୁ କାରକୁ ଇଡି ଜବତ କରିଛି । ତାଙ୍କ ଡ୍ରାଇଭରଙ୍କୁ ଜେରା କରାଯାଇଛି, କିନ୍ତୁ କିଛି ଲାଭ ହୋଇନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami