୫ମ ଥର ପାଇଁ ରାଜ୍ୟସଭା ଦୌଡ଼ରେ ଜୟା ବଚ୍ଚନ

Above Post Content

ନୂଆଦିଲ୍ଲୀ: ୫ମ ଥର ପାଇଁ ରାଜ୍ୟସଭା ଦୌଡ଼ରେ ବଲିଉଡ୍ ଅଭିନେତ୍ରୀ ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ । ସେ ୫ମ ଥର ପାଇଁ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ମନୋନୀତ ହେବାକୁ ଯାଉଛନ୍ତି । ସେ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ କରିବା ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଶିବପାଲ ଯାଦବ ଉପସ୍ଥିତ ଥିଲେ ।

Middle post content

ବଚ୍ଚନ ଦମ୍ପତିଙ୍କ ମୋଟ ସମ୍ପତ୍ତି ୧୫୭୮ କୋଟି

After 2nd paragraph post ads

୭୫ ବର୍ଷୀୟା ଜୟା ବଚ୍ଚନ ୨୦୦୪ରୁ ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଆସୁଛନ୍ତି । ଆଜି ନାମାଙ୍କନପତ୍ର ସହ ସେ ଦାଖଲ କରିଥିବା ସତ୍ୟପାଠରେ ସ୍ୱାମୀ ଅମିତାଭଙ୍କ ସହ ମୋଟ ସମ୍ପତ୍ତିର ମୂଲ୍ୟ ୧୫୭୮ କୋଟି ଟଙ୍କା ଦର୍ଶାଇଛନ୍ତି । ଉଭୟଙ୍କ ମୋଟ ଅସ୍ଥାବର ସମ୍ପତ୍ତି ୮୪୯.୧୧ କୋଟି ଟଙ୍କା ହୋଇଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭୨୯.୭୭ କୋଟି ଟଙ୍କା । ଜୟାଙ୍କ ବ୍ୟାଙ୍କ ଖାତାରେ ୧୦ କୋଟି ୧୧ ଲକ୍ଷ ଟଙ୍କା ଥିବା ବେଳେ ଅମିତାଭଙ୍କ ବ୍ୟାଙ୍କ ଖାତାରେ ୧୨୦ କୋଟି ୪୫ ଲକ୍ଷ ଟଙ୍କା ରହିଛି । ଜୟାଙ୍କ ଅସ୍ଥାବର ସମ୍ପତ୍ତି ମଧ୍ୟରେ ବ୍ୟକ୍ତିଗତ ଅଳଙ୍କାରର ମୂଲ୍ୟ ୪୦ କୋଟି ୯୭ ଲକ୍ଷ ଟଙ୍କା ରହିଛି । ଅମିତାଭଙ୍କ ନିକଟରେ ୫୪ କୋଟି ୭୭ ଲକ୍ଷ ଟଙ୍କାର ଅଳଙ୍କାର ରହିଥିବା ବେଳେ ଦୁଇଟି ମର୍ସିଡିଜ୍‌, ଗୋଟିଏ ରେଞ୍ଜ ରୋଭର କାର ସମେତ ୧୬ଟି ବିଳାସପୂର୍ଣ୍ଣ କାର ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami