ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧର ଆଶଙ୍କା ରହିଛି ବୋଲି ଦାବି କଲା ଆମେରିକା

Above Post Content

ଭାରତ ଓ ଚୀନ୍ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ସଂଘର୍ଷର ଆଶଙ୍କା ରହିଛି । ଏହି ସଂଘର୍ଷ ପରବର୍ତ୍ତି କାଳରେ ଯୁଦ୍ଧର ରୂପ ନେଇପାରେ ବୋଲି ଆମେରିକା ଗୁଇନ୍ଦା ବିଭାଗ ଦାବି କରିଛିଆମେରିକୀୟ ଗୁଇନ୍ଦା କମ୍ୟୁନିଟିର ବାର୍ଷିକ ବିପଦ ଆକଳନ ରିପୋର୍ଟରେ ଏଭଳି କୁହାଯାଇଛି । ୟୁଏଏସ ଇଣ୍ଟେଲିଜେନସ ରିପୋର୍ଟ ଅନୁସାରେ ଭାରlତ ଓ ଚୀନ୍ ମଧ୍ୟରେ ସଂଘର୍ଷ ସ୍ଥିତି ଉତ୍ପନ ହେଲେ ଏହା ଆମେରିକୀୟ ସ୍ୱାର୍ଥକୁ ପ୍ରଭାବିତ କରିବ ।

ରିପୋର୍ଟରେ କ’ଣ ଅଛି ?

After 2nd paragraph post ads

ରିପୋର୍ଟରେ କୁହାଯାଇଛି ଯେ, ବର୍ଷ ୨୦୨୦ରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଘାତକ ସଂଘର୍ଷକୁ ଦେଖିଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିବ । ଯଦିଓ ଦୁଇ ଦେଶ ସ୍ଥିତିକୁ ସାମାନ୍ୟ କରିବା ପାଇଁ କଥା ହେଉଛନ୍ତି ଓ କିଛି ବିଷୟରେ ସହମତି ମଧ୍ୟ ବନିଛି । ଏଥିରେ କୁହାଯାଇଛି ଯେ, ଭାରତ ଓ ଚୀନ ମଧ୍ୟରେ ବିଗତ ଦିନରେ ଯେଉଁ ଗତିରୋଧ ଦେଖାଯାଇଥିଲା ସେଥିରୁ ଜଣାପଡୁଛି ଯେ, ଏଲଏସିରେ ଛୋଟମୋଟ ସଂଘର୍ଷ କେତେବେଳେ ବି ବଡ଼ ସଂଘର୍ଷରେ ପରିବର୍ତ୍ତିତ ହୋଇପାରେ ।

Middle post content

ଉଲ୍ଲେଖନୀୟ ଯେ, ଭାରତ-ଚୀନ୍ ମଧ୍ୟରେ ପୂର୍ବ ଲଦ୍ଦାଖରେ ଗତ ୩୦ ବର୍ଷ ଧରି ଗତିରୋଧ ଜାରି ରହିଛିପେଙ୍ଗାଙ୍ଗ ହ୍ରଦରେ ହିଂସକ ଝଗଡା ପରେ ଗଲବାନ ଘାଟିରେ ବଡ଼ ଧରଣର ସଂଘର୍ଷ ହୋଇଥିଲା । ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ଅନ୍ୟପକ୍ଷରେ ଚୀନ ଅଧିକ ସଂଖ୍ୟକ ସୈନିକଙ୍କୁ ହରାଇଥିଲେ ମଧ୍ୟ ନିରବ ଥିବା ବିଭିନ୍ନ ରିପୋର୍ଟରେ ଦାବି କରାଯାଇଥିଲା ।

ପାକିସ୍ତାନ ସହିତ ମଧ୍ୟ ଯୁଦ୍ଧର ଆଶଙ୍କା

ୟୁଏଏସ ଇଣ୍ଟେଲିଜେନ୍ସ ରିପୋର୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କକୁ ନେଇ ମଧ୍ୟ ଆଲୋଚନା ହୋଇଛି । ରିପୋର୍ଟ ଅନୁସାରେ ପାକିସ୍ତାନ ସହିତ ନିୟନ୍ତ୍ରଣ ରେଖାରେ ଭାରତର ସଂଘର୍ଷ ହୋଇପାରେ । ଭାରତ ଓ ପାକିସ୍ତାନ ମଧ୍ୟରେ ୩୦୦୦ କିଲୋମିଟରରୁ ଅଧିକ ସୀମା ରହିଛି । ଏହି ସୀମାରେଖାରେ କିଛି ସ୍ଥାନକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ବିଶେଷକରି କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ତେଣୁ ଭବିଷ୍ୟତରେ ଦୁଇ ପରମାଣୁ ରାଷ୍ଟ୍ର ଯୁଦ୍ଧ କରିପାରନ୍ତି ବୋଲି ଆଶଙ୍କା କରାଯାଇଛି । ଏହା ସହିତ ରିପୋର୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନର ନରେନ୍ଦ୍ର ମୋଦି ସରକାର ପାକିସ୍ତାନକୁ ନେଇ ଉଦାର ନୁହେଁ । ପାକିସ୍ତାନର କୌଣସି ପ୍ରକାରର ହରକତର ଜବରଦସ୍ତ ଉତ୍ତର ଦେବାକୁ ଭାରତ ପ୍ରସ୍ତୁତ ଅଛି ପାକିସ୍ତାନ ପଟୁ ଯଦି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ହୁଏ ତେବେ ଭାରତ ଏହା ଦୃଢ଼ ଯବାବ ଦେବ ବୋଲି ରିପୋର୍ଟରେ ଦାବି କରାଯାଇଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami