କିଛି ଦିନରେ ଆସୁଛି କରୋନାର ତୃତୀୟ ପ୍ରବାହ,ନୂଆ ରିପୋର୍ଟରେ ଭାରତକୁ ଆଲର୍ଟ

Above Post Content

କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନର ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଓମିକ୍ରନର ବିପଦ ଭିତରେ ଭାରତର ଅନେକ ରାଜ୍ୟରେ ଓମିକ୍ରନ ଭୟଙ୍କର ଭାବେ ନିଜ ଉପସ୍ଥିତି ଜାହିର କରିବାରେ ଲାଗିଲାଣି । ଯାହାକୁ ଦେଖି ତୃତୀୟ ଲହରର ଆଶଙ୍କା ବ୍ୟକ୍ତ କରାଗଲାଣିଦିଲ୍ଲୀ ଓ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜଜ୍ ବିଜନେସ୍ ସ୍କୁଲର ପ୍ରଫେସର ପଲ କଟମ୍ୟାନ୍ କହିଛନ୍ତି ଯେ, ଭାରତରେ ଆଗାମୀ ଅଳ୍ପ କେଇ ଦିନ ଭିତରେ କରୋନା ସଂକ୍ରମଣ ବୃଦ୍ଧି ପାଇବ ।

କଟମ୍ୟାନ୍ ଓ ତାଙ୍କ ଟିମ୍ ଅନୁସାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କୋଭିଡ୍ ୧୯ ଇଣ୍ଡିଆ ଟ୍ରାକର-ଯାହାକୁ କଟମ୍ୟାନ୍ ଓ ତାଙ୍କ ଟିମ୍ ତିଆରି କରିଛନ୍ତି-ସେହି ଟ୍ରାକର ଅନୁସାରେ ୬ ରାଜ୍ୟରେ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛିସେ ଏକ ଭାରତୀୟ ଖବରକାଗଜକୁ ଇମେଲ୍ ଜରିଆରେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, କିଛିଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଆଗାମୀ ଏକ ସପ୍ତାହ ମଧ୍ୟରେ ଏଭଳି ହୋଇପାରେ । ତେବେ ଦୈନିକ ସଂକ୍ରମଣ ସଂଖ୍ୟା କେତେ ରହିବ ତାହା ଅନୁମାନ କରିବା ସହଜ ନୁହେଁ ବୋଲି ସେ କହିଛନ୍ତି ।

After 2nd paragraph post ads
Middle post content

ଭାରତରେ ବୁଧବାର ଦିନ କରୋନାର ୯ ହଜାର ମାମଲା ସାମ୍ନାକୁ ଆସିଛିକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଗତ ସପ୍ତାହରେ ହିଁ କେନ୍ଦ୍ର ସରକାର ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । କରୋନାର ଗତିକୁ ଦେଖି ଦିଲ୍ଲୀରେ ଏକରକମ ହାଇ ଆଲର୍ଟ ଜାରି ହୋଇଛି । ଦିଲ୍ଲୀରେ ଅନେକ ପ୍ରକାରର ପ୍ରତିବନ୍ଧକ ଲାଗୁ ହୋଇଛି ।

ଦିଲ୍ଲୀରେ ସିନେମା ଘର, ଜିମ୍ ବନ୍ଦ କରିବାକୁ ଆଦେଶ ଦିଆଯାଇଥିବା ବେଳେ ବାହାଘର ଓ ଅନ୍ତିମକ୍ରିୟାରେ ୨୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇ ପାରିବେ ନାହିଁ ବୋଲି ସରକାର ଆଦେଶ ଜାରି କରିଛନ୍ତି । ଦିଲ୍ଲୀରେ ଜୁନ୍ ମାସ ପରେ ମଙ୍ଗଳବାର ଦିନ ସର୍ବାଧିକ ମାମଲା ସାମ୍ନାକୁ ଆସିଛିମହାରାଷ୍ଟ୍ରରେ ଯେଉଁ ପ୍ରକାରରେ କରୋନା ମାମଲା ବଢିବାରେ ଲାଗିଛି ସେଠାରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି ।

ବିଶେଷଜ୍ଞଙ୍କ ଅନୁସାରେ ଓମିକ୍ରନନ ସେତେ ଅଧିକ ଘାତକ ନହେଲେ ମଧ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଣ୍ଟା ଭାଙ୍ଗିବାକୁ ଏହା ସକ୍ଷମ । କରୋନା ଭାଇରସ ଇତିହାସରେ ଏହା ହେଉଛି ସବୁଠାରୁ ଦ୍ରୁତଗତିରେ ସଂକ୍ରମିତ ହେଉଥିବା ଭୂତାଣୁ ଇଂଲଣ୍ଡ, ଆମେରିକା,ଫ୍ରାନ୍ସ ଓ ଡେନମାର୍କ ଭଳି ଦେଶରେ ସ୍ଥିତି ବେକାବୁ ହେବାରେ ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami