ପାକିସ୍ତାନରେ ମାତିଛି ଅଜ୍ଞାତ ଆତତାୟୀ , ଆତଙ୍କରେ ଆତଙ୍କର ଦେଶ

Above Post Content

ପାକିସ୍ତାନରେ ଅଜ୍ଞାତ ଆତତାୟୀ ପୁଣି ଦେଖାଇଛି କାରନାମା । ଏଥର ଅଜ୍ଞାତ ଆତତାୟୀର ଶିକାର ହୋଇଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାଷ୍ଟରାମାଇଣ୍ଡ୍ ଜୈଶ ଏ ମହମ୍ମଦର ମୌଲାନ ରହୀମୁଲ୍ଲା ତାରିକ । ତାରିକକୁ କରାଚିରେ ହତ୍ୟା କରାଯାଇଛି । ଜନଗହଳି ପୂର୍ଣ୍ଣ ଅଂଚଳରେ ତାରିକ ଉପରେ ହୋଇଥିବା ଆକ୍ରମଣ ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ପାକ୍ ଆତଙ୍କବାଦୀଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ । ଏହାପୂର୍ବରୁ ଲଶ୍କର-ଏ-ତାଇବା ଆତଙ୍କବାଦୀ ଆକ୍ରାମ ଗାଜିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଅଜ୍ଞାତ ଆତତାୟୀର ଆତଙ୍କ ପାକିସ୍ତାନରେ କେତେ ଅଧିକ ତାର ଉଦାହରଣ ଏବେ ପାକିସ୍ତାନର ଜଣାଶୁଣା ସାମ୍ବାଦିକ ହମିଦ ମୀରଙ୍କର ଏକ ଭିଡିଓରୁ ସାମ୍ନାକୁ ଆସିଛି । ଏହି ଭିଡିଓରେ ମୀର ଶୁଣିବାକୁ ମିଳୁଛି ଯେ ଏହି ଘଟଣା ପଛରେ ଭାରତ ଅଛି ।

ହମିଦ ମୀର କ’ଣ କହିଛନ୍ତି ?

After 2nd paragraph post ads

ଭିଡିଓରେ ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ଆରଏଡ଼ବ୍ଲ୍ୟୁ ବିଷୟରେ ଅନେକ କଥା କହୁଥିବା ଶୁଣିବାକୁ ମିଳୁଛି । ମୀର କହୁଛନ୍ତି, ‘ର’ ଗତ କିଛି ବର୍ଷ ଧରି ପାକିସ୍ତାନରେ ସକ୍ରିୟ ଅଛି । ଆଫଗାନିସ୍ତାନରେ ଆଶ୍ରାଫ ଘାନି ସରକାର ଅମଳରେ ଆରଏଡ଼ବ୍ଲ୍ୟୁ, ଆଫଗାନି ଗୁପ୍ତଚର ଏଜେନ୍ସି ଏନଡ଼ିଏସର ସହଯୋଗରେ ପାକିସ୍ତାନରେ ସ୍ଲିପର ସେଲ୍ ତିଆରି କରିଥିଲା । ସେହି ଏଜେଣ୍ଟ ମାନେ ଏବ ପାକିସ୍ତାନରେ ଟାର୍ଗେଟ କିଲିଂ କରୁଛନ୍ତି । ସେମାନଙ୍କୁ ଭାରତରୁ ଇଣ୍ଟେଲିଜେନ୍ସ ଏଜେନ୍ସି ର’ ନିୟନ୍ତ୍ରଣ କରୁଛି । ପାକିସ୍ତାନରେ ସକ୍ରିୟ ଥିବା ସବୁ ଏଜେଣ୍ଟ ଆଫଗାନିସ୍ତାନୀ ବୋଲି ସେ ଦାବି କରିଛନ୍ତି । ଏହି ଏଜେଣ୍ଟମାନେ ଆଫଗାନିସ୍ତାନର ସୈନିକ ଏବଂ ଏନଡ଼ି,ସ ରୁ ତାଲିମପ୍ରାପ୍ତ ବୋଲି ସେ କହିଛନ୍ତି । ଏହି ଏଜଣ୍ଟ ମାନେ କରାଚି ଏବଂ ଲାହୋରକୁ ଯାଇ ଟାର୍ଗେଟରେ ହତ୍ୟା କରନ୍ତି । ଏପରିକି ସେମାନେ ପାକ୍ ଅଧିକୃତ କାଶ୍ମୀର ଯାଇ ଟାର୍ଗେଟରେ ହତ୍ୟାକାଣ୍ଡ ଘଟାଇଛନ୍ତି ।

Middle post content

ଏପର୍ଯ୍ୟନ୍ତ କେତେଜଣ ଆତଙ୍କବାଦୀ ନିହତ ହୋଇଛନ୍ତି?

ପାକିସ୍ତାନର ଅଜ୍ଞାତ ଆତତାୟୀମାନେ ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତାଇବା ସମେତ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ମାସୁଦ ଅଜହରଙ୍କ ଘନିଷ୍ଠ ସହଯୋଗୀ ତାରିକ ବ୍ୟତୀତ ତାର ଅନ୍ୟ ଜଣେ ଘନିଷ୍ଠ ସହଯୋଗୀ ଡାୱଡ ମଲିକ ମଧ୍ୟ ଟାର୍ଗେଟ୍ କିଲିଂର ଶିକାର ହୋଇଥିଲା । ଏହା ବ୍ୟତୀତ ଆକ୍ରାମ ଗାଜୀ, ପଠାନକୋଟ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ସହିଦ ଲତିଫ, ଲଶ୍କରର ଜିଆଉର ରେହମାନ, ଅବୁ କାସିମ କାଶ୍ମୀରୀ, ସର୍ଦ୍ଦାର ହୁସେନ୍ ଅରାଇନ୍‌, ଖାଲିସ୍ତାନ କମାଣ୍ଡୋ ଫୋର୍ସର ପରମଜିତ୍ ସିଂ ପଞ୍ଜୱର, ସୟଦ ନୁର ଶାଲୋବର, ବଶିର ଅହମ୍ମଦ ପେର, ସୟଦ ଖାଲିଦା ଅହମ୍ମଦ ଆଜା ,ହରବିନ୍ଦର ସିଂ ରିଣ୍ଡା ଏବଂ ଜାହୋରକୁ ମଧ୍ୟ ହତ୍ୟା କରାଯାଇଛି ।

ଚଳିତ ବର୍ଷ ଆରମ୍ଭରୁ ଆରମ୍ଭ ଅଜ୍ଞାତ’ର ଆତଙ୍କ

ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନରେ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ଖବର ସାମ୍ନାକୁ ଆସିଥିଲା । ଜାନୁଆରୀରେ ଆଫଗାନିସ୍ତାନର କୁନ୍ନର ପ୍ରଦେଶରେ ଇଜାଜ ଅହମ୍ମଦ ଅଙ୍ଗାରକୁ ହତ୍ୟା କରାଯାଇଥିଲା । ସେତେବେଳେ କୁହାଯାଇଥିଲା ଯେ ତାଲିବାନ ତାକୁ ହତ୍ୟା କରିଛି । ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଙ୍ଗର ଇସଲାମିକ୍ ଷ୍ଟେଟ୍ (ଆଇଏସ୍‌) ର ସର୍ବୋଚ୍ଚ କମାଣ୍ଡର ଥିଲା । ଏହା ପରେ ଫେବୃଆରୀରେ ଅଲ ବଦର ମୁଜାହିଦ୍ଦିନ ସହ ଜଡିତ ସୟଦ ଖାଲିଦ ରଜାକୁ କରାଚିରେ ଅଜ୍ଞାତ ଆକ୍ରମଣକାରୀ ହତ୍ୟା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami