ନୀତିଶଙ୍କ ଅଛି ଦିଲ୍ଲୀରେ ଗୋଟିଏ ଫ୍ଲାଟ୍‌, ୩ଟି ବ୍ୟାଙ୍କରେ ଆକାଉଣ୍ଟ

Above Post Content

ପାଟନା: ସାଧାରଣତଃ କେହି ବି ରାଜନୀତିରେ ସାମିଲ ହେଲେ ରାତାରାତି କୋଟିପତି ହୋଇଯାଆନ୍ତି । ହଠାତ୍ ବଦଳିଯାଏ ତାଙ୍କର ଜୀବନଶୈଳୀ । ବିଳାସପୂର୍ଣ୍ଣ କାର ଓ ଘର ବ୍ୟବହାର କରନ୍ତି । ହେଲେ ଏମିତି ଜଣେ ନେତା ଅଛନ୍ତି ଯିଏ ବର୍ଷ ବର୍ଷ ଧରି ରାଜନୀତିରେ ଥିଲେ ମଧ୍ୟ ତାଙ୍କ ପାଖରେ ବ୍ୟାଙ୍କ ବାଲାନ୍ସ , ବିଳାସପୂର୍ଣ୍ଣ ବଙ୍ଗଳା କି କାରଟିଏ ନାହିଁ । ସେ ଅନ୍ୟ ନେତାଙ୍କଠାରୁ ସାଧାରଣ ଜୀବନଯାପନ କରିଥାନ୍ତି । ସବୁଠୁ ବଡ଼ କଥା, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷେ ଟଙ୍କାଟିଏ ବି ନାହିଁ । ଏହା ଅବିଶ୍ୱାସ ଲାଗୁଥିଲେ ବି ସତ । ସେ ଆଉ କେହି ନୁହଁନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ନିତିଶ କୁମାର

After 2nd paragraph post ads
Middle post content

ବିହାରରେ ରାଜନୀତି ମାହୋଲ ପୁରା ଉଷ୍ମ । ନୀତିଶ କୁମାର ରାଜ୍ୟରେ ପୁଣି ଥରେ ବିଜେପି ସହଯୋଗରେ ସରକାର ଗଢିପାରନ୍ତି । ଆଜି ନିତିଶଙ୍କ ନେତୃତ୍ୱରେ ବିଜେପି-ଜେଡିୟୁ ମେଣ୍ଟ ସରକାର ଶପଥ ଗ୍ରହଣ କରିବ । ଯଦି ନିତିଶ ପୁଣି ସରକାରର ମଙ୍ଗ ସମ୍ଭାଳନ୍ତି ତେବେ ରାଜ୍ୟରେ ବିଜେପି ସହଯୋଗରେ ସେ ନବମ ବାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ରାଜନୀତିକୁ ଆସିବା ମାତ୍ରେ କିଛି ଲୋକ ଅଳ୍ପ ସମୟରେ କୋଟିପତି ହୋଇଯାଆନ୍ତି, ହେଲେ ନିତିଶଙ୍କ କ୍ଷେତ୍ରରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳେ । ସେଥିଲାଗି ରାଜନୀତିରେ ତାଙ୍କୁ ପଲଟୁରାମ ବୋଲି କୁହାଯାଏ ।

ନୀତିଶଙ୍କ ପାଖରେ ରହିଛି ୨୩ଟି ଗାଈବାଛୁରି

ନିକଟରେ ବିହାର ସରକାରଙ୍କ ୱେବସାଇଟ୍‌ରେ ନେତାମାନଙ୍କ ସମ୍ପତ୍ତିର ତାଜା ବିବରଣୀ ଅପଲୋଡ କରାଯାଇଛି । ଏହି ବିବରଣୀ ଅନୁସାରେ ନିତିଶ କୁମାରଙ୍କ ମୋଟ ଚଳ ଓ ଅଚଳ ସମ୍ପତ୍ତି ମିଶି ୧.୬୪ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ନିତିଶଙ୍କ ୩ଟି ଅଲଗା ଅଲଗା ବ୍ୟାଙ୍କରେ ପାସ୍ ବୁକ୍ ଥିବା ବେଳେ ଏଥିରେ ମୋଟ ୪୮ ହଜାର ଟଙ୍କା ଜମା ଅଛି । ଏହା ସହିତ ତାଙ୍କ ପାଖରେ ନଗଦ ୨୨,୫୫୨ ଟଙ୍କା ରହୁଥିବା ଜଣାପଡିଛି । ନିତିଶଙ୍କ ଚଳନ୍ତି ସମ୍ପତ୍ତିରେ ୧୧.୩୨ ଲକ୍ଷ ଟଙ୍କାର ଏକ ଫୋର୍ଡ କାର ଅଛି । ଏହାକୁ ମିଶାଇ ତାଙ୍କ ମୋଟ ଚଳନ୍ତି ସମ୍ପତ୍ତି ମୂଲ୍ୟ ୧୬.୮୪ଲକ୍ଷ ଟଙ୍କା । ଏହା ଛଡା ଦିଲ୍ଲୀ ଦ୍ୱାରକାରେ ତାଙ୍କର ୧ହଜାର ବର୍ଗଫୁଟର ଏକ ଫ୍ଲାଟ୍ ରହିଛି । ଯାହାର ମୂଲ୍ୟ ଏବେ ୧.୪୮ କୋଟି ଟଙ୍କା ଆକଳନ କରାଯାଉଛି । ତେବେ ନିତିଶ ଏହି ଫ୍ଲାଟ୍ ଟିକୁ ୧୩.୭୮ ଲକ୍ଷ ଟଙ୍କାରେ କ୍ରୟ କରିଥିଲେ । ଆଉ ତାଙ୍କ ପାଖରେ ଏବେ ଗାଈବାଛୁରୀ ମିଶି ୨୩ଟି ଥିବା ଜଣାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami