ଦୂରରେ ବସି ମାଉସ୍ କ୍ଲିକରେ ହେଲିକପ୍ଟରକୁ କରାଯାଇ ପାରିବ ହ୍ୟାକ୍ !

Above Post Content

ସେପ୍ଟେମ୍ବର ୧୯,୨୦୧୬ । ଆମେରିକାର ଆଟଲାଣ୍ଟିକ୍ ଏୟାରପୋର୍ଟରେ ବୋଇଂ ୭୫୭ ଫ୍ଲାଇଟ୍ ଅବତରଣ କରେ । ଏହାର ଦୁଇ ଦିନ ପରେ ବିମାନ ଭିତରକୁ ନଯାଇ କିଛି ବ୍ୟକ୍ତି ତାକୁ ହ୍ୟାକ୍ କରିନେଲେ । ସେମାନେ ଫ୍ଲାଇଟ୍ ରେଡିଓ ଫ୍ରିକ୍ୱେନ୍ସି କମ୍ୟୁନିକେଶନ ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ରେଡିଓ କମ୍ୟୁନିକେଶନକୁ ପ୍ରବେଶ କରି ଏହି ହ୍ୟାକର ମାନେ ପୁରା ପ୍ଲେନର ସିଷ୍ଟମକୁ ନିଜ କବଜାକୁ ନେଇ ପାରିଥିଲେ ।

ଏହି ଘଟଣାର ବର୍ଷକ ପରେ ନଭେମ୍ବର ୮ ତାରିଖ ୨୦୧୭ରେ ଆମେରିକାର ସାଇବର ସିକ୍ୟୁରିଟି ସହିତ ଜଡିତ ହୋମଲ୍ୟାଣ୍ଡ୍ ସିକ୍ୟୁରିଟିର ଜଣେ ଅଧିକାରୀ ସ୍ୱୀକାର କରିଥିଲେ ଯେ,ଏହି ହ୍ୟାକିଂ ପଛରେ ସେମାନେ ଥିଲେ । ବିମାନକୁ ନଛୁଇଁ ସେମାନେ ତାକୁ ନିଜ କବଜାକୁ ନେଇ ପାରିଥିଲେ । ଯଦିଓ ଏହା କେବଳେ ପ୍ରୟୋଗ ପାଇଁ କରାଯାଇଥିଲା ତଥାପି ଏହି ଘୋଷଣା ପୁରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା । କାରଣ ଏହା ହେଉଛି ବିମାନ ଅପରହରଣର ନୂଆ ଟେକନିକ୍ । ବିମାନ ଭିତରକୁ ନଯାଇ ମଧ୍ୟ ଆତଙ୍କବାଦୀ ବିମାନର ଅପହରଣ କରିପାରନ୍ତି ।

After 2nd paragraph post ads

ସିଡିଏସ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଓ ଷଡ଼ଯନ୍ତ୍ର ଥିଓରୀ

ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସ ପରେ ପରେ ଏବେ ଏଭଳି ଆଶଙ୍କା ସୃଷ୍ଟି ହେଉଛି ଯେ, ତାଙ୍କ ହେଲିକପ୍ଟରକୁ ହ୍ୟାକ କରାଯାଇଥିଲା । ସାଇବର ସୁରକ୍ଷା ସହିତ ସଂପର୍କ ରଖୁଥିବା ବିଶେଷଜ୍ଞ ମଧ୍ୟ ସ୍ୱୀକାର କରନ୍ତି ଯେ, ସାଇବର ଯୁଦ୍ଧରେ ହ୍ୟାକିଂ ଜରିଆରେ ଦୁରରେ ବସି ମଧ୍ୟ ଯୁଦ୍ଧ ବିମାନ କିମ୍ବା ହେଲିକପ୍ଟରକୁ ଟାର୍ଗେଟ୍ କରାଯାଇ ପାରେ । ଏପରିକି ଦୁନିଆର ସବୁଠାରୁ ହାଇଟେକ୍ ଆର୍ମି କୁହାଯାଉଥିବା ଆମେରିକାର ସେନା ମଧ୍ୟ ସୁରକ୍ଷିତ ନୁହେଁ । ବିଶେଷଜ୍ଞଙ୍କ ଅନୁସାରେ ଆମେରିକା ୨୦୧୨ରୁ ୨୦୧୭ ମଧ୍ୟରେ ଯେଉଁ ସବୁ ପ୍ରତିରକ୍ଷା ପ୍ରଣାଳୀ (ୱିପନ୍ ସିଷ୍ଟମ) ବିକାଶ କରିଛି ସେ ସବୁ ସାଇବର ଆକ୍ରମଣ ଦୃଷ୍ଟିରୁ ସମ୍ବେଦନଶୀଳ ।

ହେଲିକପ୍ଟରକୁ ଡିଜିଟାଲି ହ୍ୟାକ୍ କରିବା ଅସମ୍ଭବ ନୁହେଁ

Middle post content

ବିଶେଷଜ୍ଞଙ୍କ ଅନୁସାରେ ସିଡିଏସ ଯେଉଁ ହେଲିକପ୍ଟରରେ ଯାତ୍ରା କରୁଥିଲେ ତାକୁ ଡିଜିଟାଲି ହ୍ୟାକ୍ କରାଯାଇପାରେ । ସାଇବର ଯୁଦ୍ଧର ଦୁନିଆରେ ଏହା ସହଜରେ କରିହେବ । ସାଇବର ଆକ୍ରମଣକାରୀ ଏଭଳି କାଣ୍ଡ କରିବାରେ ସକ୍ଷମ ଅଟନ୍ତିରେଡିଓ ସିଗନାଲକୁ ଜାମ୍ କରିବା,ପାଇଲଟକୁ ଭୁଲ ସଂକେତ କିମ୍ବା ନିର୍ଦ୍ଦେଶ ଦେବା,ଫ୍ଲାଇଟ୍ ଡାଟା ଭୁଲ ଦେବା ଭଳି କାମ ସହଜରେ କରାଯାଇ ପାରିବ । ଦୁନିଆରେ ଏଭଳି ହ୍ୟାକିଂକୁ ରୋକିବା ପାଇଁ ଆଡଭାନ୍ସ ସିଷ୍ଟମ ବିକଶିତ ମଧ୍ୟ ହୋଇ ନାହିଁ ।

ଇରାନର ପରମାଣୁ କେନ୍ଦ୍ର ଉପରେ ହୋଇଥିଲା ସାଇବର ଆଟାକ୍

ସିଡିଏସ ରାୱତଙ୍କ ହେଲିକପ୍ଟର ଉପରେ ସାଇବର ଆକ୍ରମଣର ଆଶଙ୍କା ପଛର ବଡ଼ କାରଣ ହେଲା ଇରାନ ଉପରେ ଆଗରୁ ଏମିତି ଆକ୍ରମଣ ହୋଇଛିଇରାନର ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲ ଏଭଳି ଆକ୍ରମଣ କରିଥିଲା । ଫଳରେ ଇରାନର ପରମାଣୁ ଅସ୍ତ୍ର ବିକାଶ କାର୍ଯ୍ୟ ୧୦ ବର୍ଷ ପଛକୁ ଚାଲିଯାଇଥିଲା ।

ସରକାର ଏଭଳି ଆକ୍ରମଣକୁ ଲୁଚାନ୍ତି !

ବିଶେଷଜ୍ଞଙ୍କ ଅନୁସାରେ ପ୍ରାୟ ସବୁଦେଶର ସରକାର ଏଭଳି ସାଇବର ଆଟାକ୍ ସମ୍ପର୍କରେ ମୁହଁ ଖୋଲନ୍ତି ନାହିଁ । କାରଣ ହେଉଛି ବଦନାମିର ଡର । ସରକାର ଯଦି ସ୍ୱୀକାର କରନ୍ତି ଯେ, ସାଇବର ଆଟାକ୍ ହୋଇଛି ତେବେ ଦେଶର ସୁରକ୍ଷାତନ୍ତ୍ର ଉପରେ ନାଗରିକଙ୍କ ଭରସା କମିଯିବ । ଏମିତିରେ ସିଡିଏସ ବିପିନ ରାୱତଙ୍କ ବିମାନ ଉପରେ ସାଇବର ଆଟାକ ହୋଇଥିଲା କି ନାହିଁ ତା’ର ସତ କେବେ ମଧ୍ୟ ସାମ୍ନାକୁ ଆସିବ ନାହିଁ ବୋଲି ବିଶେଷଜ୍ଞ ଆଶଙ୍କା କରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami