![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଦିଲ୍ଲୀର କାମରାଜ୍ ରୋଡ୍ ସ୍ଥିତ ସିଡିଏସ ଭବନରେ ଗତ ୫ ଦିନ ଧରି ଗରୁଡ଼ ପୁରାଣ ପାଠ ଚାଲିଛି । ହେଲିକପ୍ଟର କ୍ରାଶରେ ସହିଦ ସିଡିଏସ ରାୱତ ଓ ତାଙ୍କ ପତ୍ନୀଙ୍କ ଆତ୍ମାର ଶାନ୍ତି ପାଇଁ ଗରୁଡ଼ ପୁରାଣ ପାଠ ଚାଲିଛି । ସିଡିଏସ ଭବନରେ ଏବେ ରାୱତଙ୍କ ବଡ଼ ଝିଅ,ଜ୍ୱାଇ ଓ ଶଳାଙ୍କ ପରିବାର ରହୁଛନ୍ତି ।
ମାସକ ମଧ୍ୟରେ ଛାଡିବାକୁ ପଡିପାରେ ଘର
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଜେନରାଲ ରାୱତଙ୍କ ଶଳା ୟଶବର୍ଦ୍ଧନ ସିଂହଙ୍କ ଅନୁସାରେ ରାୱତ ପରିବାରକୁ ମାସକ ମଧ୍ୟରେ ଘର ଛାଡିବାକୁ ପଡିପାରେ । ସରକାର ପରିବାରକୁ ନୂଆ ଘରକୁ ସିଫ୍ଟ କରିପାରନ୍ତି । ଜେନରାଲ ରାୱତଙ୍କ ବଡ଼ ଝିଅଙ୍କ ବିବାହ ସରିଥିବା ବେଳେ ସାନ ଝିଅ ପାଇଁ ପ୍ରସ୍ତାବ ଖୋଜା ଚାଲିଥିଲା । ସାନ ଝିଅ ଏବେ ଲ’ ପ୍ରାକ୍ଟିସ କରୁଛନ୍ତି । ବଡ଼ ଝିଅ ନିଜ ପରିବାର ସହିତ ମୁମ୍ବାଇରେ ରହୁଛନ୍ତି । ଅନ୍ତିମ ସଂସ୍କାର ସହିତ ଜଡିତ କ୍ରିୟାକର୍ମ ଡିସେମ୍ବର ୨୦ ତାରିଖରେ ସରିବ । ସେ ପର୍ଯ୍ୟନ୍ତ ପରିବାର ସିଡିଏସ ଭବନରେ ରହିବେ । ଏବେ ସାନ ଝିଅଙ୍କୁ ବଡ଼ ଭଉଣୀ ନିଜ ସହିତ ମୁମ୍ବାଇ ନେବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ତାଙ୍କ ପିଉସୀ ତାଙ୍କୁ ନିଜ ସହିତ କିଛି ଦିନ ରଖିବାକୁ ଇଛା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାୱତଙ୍କ ଭଉଣୀ ଆମେରିକାରେ ରୁହନ୍ତି । ସେହିଭଳି ରାୱତଙ୍କ ସାନ ଭାଇ ସେନାରୁ ଅବସର ନେଇ ଜୟପୁରରେ ରହୁଛନ୍ତି ।
ନୋଏଡାରେ ଘର ଅଛି କିନ୍ତୁ କେବେ ଘରେ ରହି ନାହାନ୍ତି
ଜେନରାଲ ରାୱତଙ୍କର ନୋଏଡର ସେକ୍ଟର ୩୭ରେ ଗୋଟିଏ ଘର ଅଛି । କିନ୍ତୁ ସେଠାରେ ସେ କେବେ ମଧ୍ୟ ରହିନାହାନ୍ତି । କାରଣ ସେନାର ବଡ଼ ପଦବୀରେ ରହିବା କାରଣରୁ ତାଙ୍କୁ ଦିଲ୍ଲୀରେ ହିଁ ରହିବାକୁ ପଡୁଥିଲା ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)