ଟିକେଟ୍ କଟିବା ପରେ ବଢିଲା ଅସନ୍ତୋଷ

Above Post Content

ଭୁବନେଶ୍ୱର : ରବିବାର ବିଜେପି ଜାରି କରିଛି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଯେଉଁଥିରେ ରହିଛି ଓଡ଼ିଶାର ୧୮ ଟି ଲୋକସଭା ଆସନର ପ୍ରାର୍ଥୀଙ୍କ ନାଁ । କିନ୍ତୁ ଚଳିତ ଥର ଦଳୀୟ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଛନ୍ତି ରାଜ୍ୟ ବିଜେପିର କିଛି ହେବିୱେଟ ନେତା । ଆଉ ବାଦ୍ ପଡିଥିବା ନେତାଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ ଓ ନିତେଶ ଗଂଗଦେବ । ଉକ୍ତ ୪ ସାଂସଦଙ୍କ ଟିକେଟ୍ କଡ଼ିବା ପରେ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ବିଜେପି କ୍ୟାମ୍ପରେ ଅସନ୍ତୋଷ ତୀବ୍ର ହୋଇପାରେ ।

Middle post content

୪ ସାଂସଦଙ୍କ ଟିକେଟ୍ କଟିବା ପରେ ଆରମ୍ଭ ହେଲା ସମର୍ଥକଙ୍କ ବିରୋଧ

After 2nd paragraph post ads

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ଟିକେଟ କାଟି ତାଙ୍କ ବଦଳରେ ମୟୁରଭଞ୍ଜ ଲୋକସଭା ଆସନ ପାଇଁ ନବ ଚରଣ ମାଝୀଙ୍କୁ ଟିକେଟ୍ ଦିଆଯାଇଛି । ସେହିପରି ବରଗଡ ଲୋକସଭା ଆସନରୁ ଗତଥର ଟିକେଟ୍ ପାଇଥିବା ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ସମ୍ବଲପୁର ଆସନରୁ ଗତଥର ପ୍ରାର୍ଥୀ ହୋଇ ସାଂସଦ ହୋଇଥିବା ନିତେଶ ଗଂଗଦେବଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିକେଟ୍ ହାତେଇଛନ୍ତି । ଏପଟେ ବିଜେପି ଟିକେଟର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢି ପରାସ୍ତ ହୋଇଥିବା ଭୃଗୁବକ୍ସି ପାତ୍ରଙ୍କୁ ଏଥର ଟିକେଟ୍ ଦେଇନି ଦଳ । ବ୍ରହ୍ମପୁର ଆସନ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ସାଂସଦ ପ୍ରାର୍ଥୀ କରି ଚମକାଇ ଦେଇଛି ବିଜେପି । କଳାହାଣ୍ଡି ଲୋକସଭା ଆସନ ପାଇଁ ଏଥର ସାଂସଦ ବସନ୍ତ ପଣ୍ଡାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ କଟକ, କନ୍ଧମାଳ ଓ ଯାଜପୁର ଆସନରୁ କିଏ ପ୍ରାର୍ଥୀ ହେବ ସେନେଇ କୌଣସି ଘୋଷଣା କରିନାହିଁ ବିଜେପି । ଚର୍ଚ୍ଚା ହେଉଛି, ଓଡ଼ିଶାର ଲୋକସଭା ଆସନ ପାଇଁ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ପରେ ରାଜ୍ୟ ବିଜେପି କ୍ୟାମ୍ପ୍ ରେ ଅସନ୍ତୋଷ ତୀବ୍ର ହୋଇଛି । ଯେଉଁମାନଙ୍କ ଟିକେଟ୍ କଟିଛି, ସେହି ନେତାଙ୍କ ସମର୍ଥକ ମାନେ କୁଆଡେ ନିଜ ନିଜ ଅଂଚଳରେ ଭିତିରିଆ ବିରୋଧ ଆରମ୍ଭ କଲେଣି । ଯାହା ଆଗାମୀ ନିର୍ବାଚନରେ ପଦ୍ମ ପାର୍ଟିକୁ ଜେ ବଡ ଝଟକା ନ ଲାଗିବ, ଏ କଥାକୁ ଏଡାଇ ଦିଆଯାଇ ନ ପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami