ସାମ୍ରାଜ୍ୟ ହଡ଼ପ ପାଇଁ ଅତିକକୁ ମାରିଛନ୍ତି ଅନ୍ୟ ମାଫିଆ ?

Above Post Content

44 ବର୍ଷର ମାଫିଆ ସାମ୍ରାଜ୍ୟ ଏମିତି ଭୁଷୁଡି ପଡ଼ିବ ବୋଲି କେହି ମଧ୍ୟ ଭାବିନଥିଲେ। ଯେଉଁ ଅତିକକୁ ଭୟ କରି ହାଇକୋର୍ଟ ବିଚାରପତି ମାମଲାର ଶୁଣାଣି କରିବାକୁ ମନା କରିଦେଉଥିଲେ ସେହି ଅତିକକୁ ତିନିଜଣ ଅଜଣା ଅସୁଣା ଅପରାଧୀ କେମିତି ମାରିଦେଲେ ? ହତ୍ୟା ପଛର କାରଣ ଖୋଜିବାକୁ ଏସଟିଏଫ୍ ଗଠନ ହୋଇ ସାରିଛି। ଏହାରି ଭିତରେ ହତ୍ୟାକୁ ନେଇ ତିନୋଟି କାରଣକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ, ଅତିକର ଅପରାଧିକ ସାମ୍ରାଜ୍ୟ ହଡ଼ପ କରିବାକୁ ଜୈଦ୍ ଓ ଭାଟି ଗ୍ୟାଙ୍ଗ ସୁପାରୀ ଦେଇ ତାର ହତ୍ୟା କରିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ, କୌଣସି ଇଣ୍ଟରନ୍ୟାସନାଲ ମାଫିଆ ଏହି ହତ୍ୟା ପଛରେ ରହିଛି। ଆସନ୍ତୁ ଜାଣିବା ହତ୍ୟା ପଛରେ ଥିବା ତିନିଜଣ ସମ୍ଭାବ୍ୟ ଷଡ଼ଯନ୍ତ୍ରକାରୀ କିଏ

ଜୈଦ୍ ଗ୍ୟାଙ୍ଗ୍

After 2nd paragraph post ads

ଜୈଦ୍ ଏକଦା ଅତିକର ଖାସମଖାସ୍ ଥିଲା। ସେ ଥିଲା ଅତିକର ଡାହଣ ହାତ ଆବିଦ୍ ପ୍ରଧାନର ଜୁଆଁଇଜୈଦ୍ ହିଁ ଅତିକର ସବୁ କାମ କରୁଥିଲାଅତିକର ପ୍ରପର୍ଟି ଡିଲିଂଠାରୁ ହପ୍ତା ଆଦାୟ ଓ ଅପହରଣ ଭଳି କାମ କରୁଥିଲା ଜୈଦ୍। ତେବେ 2018ରେ ଏକ ଜମିକୁ ନେଇ ଅତିକ ଓ ଜୈଦ୍ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। 2018ରେ ଅତିକ ଦେବରିଆ ଜେଲରେ ବନ୍ଦ ଥିବା ବେଳେ ଜୈଦକୁ ବିଶ୍ରାମପୁରରେ ଥିବା ଜମି ଉପରୁ କବଜା ଛାଡିବାକୁ କହିଥିଲା। କିନ୍ତୁ ଜୈଦ ମାନିନଥିଲା। ଏହାପରେ ଜୈଦକୁ ଅତିକର ଲୋକ ଅପହରଣ କରି ଜେଲକୁ ନେଇଥିଲେ। ଜେଲ ଭିତରେ ଅତିକ ନିର୍ମମ ଭାବେ ମାଡ଼ ମାରିଥିଲା। ସେଠାରେ ସେ ଜୈଦକୁ ତୁରନ୍ତ ଜମି ଛାଡିବାକୁ କହିବା ସହିତ ଉମେଶ ପାଲ ପଛରେ ଲାଗିବାକୁ କହିଥିଲାଜୈଦ ମାଡଖାଇ ଜେଲରୁ ଦରମରା ହୋଇ ଫେରିବା ପରେ ଅତିକ ଗ୍ୟାଙ୍ଗରୁ ଅଲଗା ହୋଇଯାଇଥିଲା ଅତିକର ବିଭିନ୍ନ ସ୍ଥାନରେ ଥିବା 12ଶହ କୋଟି ଟଙ୍କାର ସମ୍ପତି ଓ ସାମ୍ରାଜ୍ୟ ଉପରେ କବଜା ପାଇଁ ଜୈଦ୍ ସୁପାରୀ ଦେଇଥାଇପାରେ ବୋଲି ଆଲୋଚନା ହେଉଛି

Middle post content

ଭାଟ୍ଟି ଗ୍ୟାଙ୍ଗ୍

ହତ୍ୟା ପଛରେ ପଶ୍ଚିମ ଉତ୍ତରପ୍ରଦେଶର ଭାଟ୍ଟି ଗ୍ୟାଙ୍ଗ ଥିବା ନେଇ ମଧ୍ୟ ଅନୁମାନ କରାଯାଉଛି। ସୁନ୍ଦର ଭାଟ୍ଟି ପଶ୍ଚିମ ୟୁପିର ବଡ଼ ମାଫିଆ। ପଶ୍ଚିମ ୟୁପିର ମିରଟରେ ଅତିକର ସମ୍ପର୍କୀୟ ରୁହନ୍ତି। ଏହାସହିତ ସେଠାରେ ତାର ସମ୍ପତି ରହିଛି। ସେଠାରେ ମଧ୍ୟ ଅତିକ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିଲା। ଯାହାକୁ ନେଇ ଦୁଇ ଗ୍ୟାଙ୍ଗ୍ ମଧ୍ୟରେ ଗ୍ୟାଙ୍ଗୱାର ମଧ୍ୟ ହୋଇଛି ପୋଲିସ ଅନୁସାରେ ଭଟ୍ଟି ଅନେକ ବର୍ଷ ଧରି ଅତିକକୁ ନିଜର ସବୁଠାରୁ ବଡ଼ ଶତ୍ରୁ ଭାବେ ଗଣି ଆସୁଥିଲା। ଏହା ସହିତ ଅତିକକୁ ମାରିଥିବା ହତ୍ୟାକାରୀଙ୍କ ପାଖରୁ ଯେଉଁ ବିଦେଶୀ ପିସ୍ତଲ ମିଳିଛି ତାକୁ ଭଟି ଗ୍ୟାଙ୍ଗର ଜଣେ ସଦସ୍ୟ ଯୋଗାଇଥିବା ଜଣା ପଡ଼ିଛି। ତେଣୁ ଅତିକକୁ ମାରିବାକୁ ସୁନ୍ଦର ଭଟ୍ଟି ସୁପାରୀ ଦେଇଥିବା ଆଶଙ୍କା କରାଯାଉଛି।

ଇଣ୍ଟରନ୍ୟାସନାଲ ମାଫିଆ

ବିଦେଶୀ ବନ୍ଧୁକକୁ ନେଇଅତିକର ଆଇଏସଆଇ ଲିଙ୍କକୁ ନେଇ ଏଭଳି ଆଶଙ୍କା କରାଯାଉଛିତୁର୍କୀ ତିଆରି ବନ୍ଧୁକ ତିନିଜଣ ଛୋଟକାଟିଆ ଅପରାଧୀଙ୍କ ହାତକୁ କେମିତି ଆସିଲା ତାକୁ ନେଇ ଆଶଙ୍କା କରାଯାଉଛି। କୁହାଯାଉଛି ଯେ, ଅତିକର ଆଇଏସଆଇ ଓ ଅନ୍ୟ ବିଦେଶୀ ମାଫିଆ ସହିତ ସମ୍ପର୍କ ଥିଲା। ସେହି ସମ୍ପର୍କ ଉପରୁ ଯେମିତି ପରଦା ନହଟେ ସେଥିପାଇଁ ଅତିକକୁ ବିଦେଶୀ ଶକ୍ତି ହତ୍ୟା କରିଥାଇ ପାରନ୍ତି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami