ଫାର୍ମହାଉସ୍‌ରେ ପଡ଼ିଯିବାରୁ ଭାଙ୍ଗିଗଲା କେସିଆରଙ୍କ କମର ହାଡ

Above Post Content

ହାଇଦ୍ରାବାଦ: ଏରାବଲ୍ଲୀସ୍ଥିତ ଫାର୍ମହାଉସ୍‌ରେ ପଡ଼ିଯିବାରୁ ଗୁରୁବାର ରାତିରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୁରୁତର ହୋଇଛନ୍ତି । ତାଙ୍କୁ ସୋମାଜିଗୁଡ଼ାର ଯଶୋଦା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କର କମରର ହାଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି । ତାହା ଅସ୍ତ୍ରୋପଚାର କରାଯିବ । ତାଙ୍କୁ ଦେଖା କରିବା ଲାଗି ତେଲେଙ୍ଗାନାର ବିଭିନ୍ନ ପ୍ରାନ୍ତରୁ ବିଧାୟକମାନେ ଡାକ୍ତରଖାନାକୁ ଆସୁଛନ୍ତି । ପୂର୍ବତନ ମନ୍ତ୍ରୀ କେ. ଟି. ରାମା ରାଓ, ହରିଶ ରାଓ ଓ ‘ଏମ୍‌ଏଲ୍‌ସି’ କବିତା କେ. ଚନ୍ଦ୍ରଶେଖର ରାଓଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିଛନ୍ତି ।

Middle post content

ସ୍ୱାସ୍ଥ୍ୟାବସ୍ଥା ରହିଛି ସ୍ଥିର

After 2nd paragraph post ads

‘ଯଶୋଦା ହସ୍ପିଟାଲ୍‌’ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ରାଓଙ୍କର କମର ହାଡ଼ ଭାଙ୍ଗିଯାଇଛି । ସେଥିପାଇଁ ଅସ୍ତ୍ରୋପଚାର କରାଯିବା ବିଷୟରେ ଡାକ୍ତରମାନେ ବିଚାରବିମର୍ଶ କରୁଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । କେଉଁ ପରିସ୍ଥିତିରେ ସେ ପଡ଼ିଗଲେ ସେ ବିଷୟରେ ସ୍ପଷ୍ଟ ହୋଇନାହିଁ । ସମ୍ପ୍ରତି ସମ୍ପନ୍ନ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ‘କେସିଆରଙ୍କ ନେତୃତ୍ୱାଧୀନ ବିଆରଏସ ପରାସ୍ତ କରି କଂଗ୍ରେସ ସରକାର ଗଠନ କରିଛି । ଗତ ବୁଧବାର ତେଲେଙ୍ଗାନାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ରେବନ୍ତ ରେଡ୍ଡୀ ଓ ତାଙ୍କ କ୍ୟାବିନେଟ୍ ସଦସ୍ୟ ଭାବେ ୧୧ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami