![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
କଟକ: ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପି ଛାଡ଼ିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ ଦଳର କଟକ ଜିଲ୍ଲା ସଭାପତି ଥିଲେ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ କଟକ ଜିଲ୍ଲା ବିଜେପି ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇ ଦେଇଛନ୍ତି । ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ବାରବାଟୀ କଟକରୁ ଲଢ଼ିବା ପାଇଁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରକାଶ ବେହେରା ବିଳମ୍ବିତ ରାତିରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିବା ପରେ ନିଷ୍ପତ୍ତି ହୋଇଥିବା ନେଇ ଖବର ମିଳୁଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ମୋ କାର୍ଯ୍ୟ ମୁଁ ଠିକ୍ ଭାବେ କରିଆସିଛି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ପ୍ରକାଶ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି- ମୁଁ ସଦାବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରାୟସ କରିଛି । ତା’ ସହିତ ଦଳ ଯେପରି ମାଇଲଖୁଣ୍ଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି । କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରି ନାହିଁ । ସୂଚନାଯୋଗ୍ୟ, ପ୍ରକାଶ ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ । ସେ ଭାଜପାର ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦେଶ ସଭାପତି ବସନ୍ତ ପଣ୍ଡା,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ । ପ୍ରକାଶ ୨୦୧୪ରେ ସାଲେପୁରରୁ କଂଗ୍ରେସ ବିଧାୟକ ହୋଇଥିଲେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)