ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍‌: ଖର୍ଚ୍ଚ ହେବ ୧୦ ହଜାର କୋଟି

Above Post Content

ନୂଆଦିଲ୍ଳୀ: ଏଥର ପ୍ରତି ୧୫ ବର୍ଷରେ ବଦଳିବ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ୍ ବା ଇଭିଏମ । ଏଥିଲାଗି ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା । ଭାରତର ନିର୍ବାଚନ କମିସନ୍ କେନ୍ଦ୍ର ସରକାରଙ୍କୁ ଏହା ଜଣାଇଛନ୍ତି । ଦେଶବ୍ୟାପୀ ଏକ ସମୟରେ ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ ଆୟୋଜନ ଲାଗି ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହାଉପରେ ବିଚାରବିମର୍ଶ ଲାଗି ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି । ତେବେ ଏକ ସମୟରେ ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ଥରେ ଇଭିମ୍ ବଦଳାଇବାକୁ ପଡ଼ିବ ।

ଇଭିଏମ୍‌ର ଜୀବନକାଳ ହେଉଛି ୧୫ ବର୍ଷ

After 2nd paragraph post ads
Middle post content

କେନ୍ଦ୍ର ସରକାରଙ୍କୁ ପଠାଇଥିବା ରିପୋର୍ଟରେ କମିସନ୍ କହିଛନ୍ତି ଯେ ଇଭିଏମ୍‌ର ଜୀବନକାଳ ହେଉଛି ୧୫ ବର୍ଷ । ଅର୍ଥାତ୍ ଏକ ସଙ୍ଗରେ ନିର୍ବାଚନ ହେଲେ ଲୋକସଭା ଓ ବିଧାନସଭା ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ର ଗୋଟିଏ ଗୋଟିଏ ସେଟ୍ ତିନି ଥର ହିଁ ବ୍ୟବହୃତ ହୋଇପାରିବ । ଏହାପରେ ଇଭିଏମ୍ ବଦଳାଇବାକୁ ପଡ଼ିବ । କମିସନଙ୍କର ଆକଳନ ଅନୁଯାୟୀ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୧୧ ଲକ୍ଷ ୮୦ ହଜାର ପୋଲିଂ ବୁଥ୍ ହେବ । ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହେଲେ ପ୍ରତି ବୁଥ୍ ଲାଗି ଦୁଇଟି ଇଭିଏମ୍ ଦରକାର । ଗୋଟିଏରେ ଲୋକସଭା ଏବଂ ଅନ୍ୟଟିରେ ବିଧାନସଭା ପାଇଁ ମତଦାନ ହେବ । ଅନେକ ସମୟରେ ଇଭିଏମ୍ ଖରାପ ହୋଇପଡ଼ୁଥିବାରୁ ଅତିରିକ୍ତ ମେସିନର ମଧ୍ୟ ଆବଶ୍ୟକତା ପଡ଼ୁଛି । ଏହାସହିତ ପ୍ରତି ଇଭିଏମ୍ ପାଇଁ ଗୋଟିଏ ଲେଖାଏଁ କଂଟ୍ରୋଲ ୟୁନିଟ୍‌, ବାଲଟ୍ ୟୁନିଟ୍ ଏବଂ ଭୋଟ୍ ଭେରିଫିକେସନ ପେପର ମେସିନ୍‌ର ମଧ୍ୟ ଆବଶ୍ୟକତା ରହିଛି । ଏଥିଲାଗି ଅଧିକ ଖର୍ଚ୍ଚ ହେବା ସ୍ୱାଭାବିକ । ଏହାସହିତ ଇଭିଏମ୍ ରଖିବା ଲାଗି ଅଧିକ ସ୍ଥାନ ଦରକାର, ଅଧିକ ଗାଡ଼ି ଦରକାର । କେବଳ ଏତିକି ନୁହେଁ, ଅଧିକ ନିର୍ବାଚନ କର୍ମଚାରୀ ଓ ଅଧିକ ସୁରକ୍ଷା କର୍ମଚାରୀର ମଧ୍ୟ ଆବଶ୍ୟକତା ପଡ଼ିବ ।

ଏକ ସମୟରେ ଲୋକସଭା-ବିଧାନସଭା ନିର୍ବାଚନ ସମ୍ଭବ ନୁହେଁ

ଉପରୋକ୍ତ ଆବଶ୍ୟକତା ବିଚାରକୁ ନେଲେ ଏକ ସମୟରେ ଲୋକସଭା-ବିଧାନସଭା ନିର୍ବାଚନ ଏବେ ସମ୍ଭବ ନୁହେଁ । ଏଥିପାଇଁ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ସୂଚନାଯୋଗ୍ୟ ଯେ ଏକ ସମୟରେ ଲୋକସଭା-ବିଧାନସଭା ନିର୍ବାଚନ ସମ୍ଭାବନା ସଂପର୍କରେ ଅନୁଧ୍ୟାନ କରିବା ସହିତ ରିପୋର୍ଟ ଦେବାଲାଗି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami