ଫଳାଫଳ ଆସିବା ପୂର୍ବରୁ ରାମରାଜ୍ୟ ପୋଷ୍ଟର ଝୁଲାଇ କଂଗ୍ରେସ ପାଳିଲା ବିଜୟ ଉତ୍ସବ

Above Post Content

ନୂଆଦିଲ୍ଲୀ: ଆଜି ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଗଡ଼ରେ ବିଧାନସଭା ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ ଗଣନା ଆରମ୍ଭ ହୋଇଯାଇଛି । ଖବର ଲେଖାଯିବା ବେଳକୁ ପ୍ରାରମ୍ଭିକ ଟ୍ରେଣ୍ଡ୍‌ରୁ ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ‘ବିଜେପି’ ଆଗୁଆ ଥିବାବେଳେ ତେଲେଙ୍ଗାନାରେ ‘ବିଆରଏସ୍‌’ଠାରୁ କଂଗ୍ରେସ ଆଗରେ ରହିଛି । ସେହିପରି ଛତିଶଗଡ଼ରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି । ବର୍ତ୍ତମାନ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିନି । ହେଲେ କଂଗ୍ରେସ ତାର ବିଜୟ ଉତ୍ସବ ମନାଇଲାଣି । ଦିଲ୍ଲୀ ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳିବା ପାଇଁ ସମସ୍ତ ପ୍ରସ୍ତୁତି ସାରି ଦେଇଛନ୍ତି । ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ଏକ ଅଲଗା ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି । ଫଳାଫଳ ସାମ୍ନାକୁ ଆସିବା ପୂର୍ବରୁ ଢୋଲ, ବାଜା ବଜାଇ ବିଜୟ ଉତ୍ସବ ପାଳୁଥିବା ଦେଖିବାକୁ ମିଳିଛି । କର୍ମକର୍ତ୍ତାମାନେ ଭଗବାନ ରାମଙ୍କର ଫଟୋ ଥିବା ପୋଷ୍ଟର ଲଗାଇଛନ୍ତି । ଏଥିରେ ଦାବି କରାଯାଇଛି, ୪ ରାଜ୍ୟରେ କଂଗ୍ରେସ ସରକାର ଗଢିବାକୁ ଯାଉଛି ।

Middle post content

କଂଗ୍ରେସ ବାଣ୍ଟିଲାଣି ମିଠା

After 2nd paragraph post ads

ଏହି ପୋଷ୍ଟରରେ ଭଗବାନ ରାମଙ୍କ ଫଟୋ ଉପରେ ରହିଥିବାବେଳେ ତଳେ ରାହୁଲ ଓ ପ୍ରିୟଙ୍କାଙ୍କର ଫଟୋ ରହିଛି । ଯେଉଁଥିରେ ଉଲ୍ଲେଖ ରହିଛି, ‘ରାହୁଲ ପ୍ରିୟଙ୍କାଙ୍କର ଦେଖ ଖେଳ..ଭାଜପାକୁ କରିଦେଲେ ରେଲ ।’ ଏହାବ୍ୟତୀତ ରାହୁଲ ପ୍ରିୟଙ୍କାଙ୍କ ଫଟୋ ଉପରେ ଅନେକ ନାରା ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି । ଅନ୍ୟ ଏକ ପୋଷ୍ଟରରେ ଲେଖା ଯାଇଛି, ଅବକି ବାର ଝୋଲା ଉଠାଏ ମୋଦି ସରକାର । ସେହିପରି ଛତିଶଗଡରେ ବି କଂଗ୍ରେସ ଦାବି କରିଛି ବହୁମତ ସହ ସରକାର ଗଠନ କରିବ । ଏହାକୁ ନେଇ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି । ଏପରିକି ସେଠାରେ ଫଳାଫଳ ଆସିବା ପୂର୍ବରୁ ମିଠା ବଣ୍ଟ ଆରମ୍ଭ ହୋଇଗଲାଣି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami