ପୁଣି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଇଲା ଇଡ଼ି

Above Post Content

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପୁଣି ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପୂର୍ବରୁ ୭ଥର ସମନ କରିଥିଲା ଇଡ଼ି । ଏବେ ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନୂଆ ଡେଡ୍‌ଲାଇନ ଦିଆଯାଇଛି । ଅସନ୍ତା ଜାନୁଆରୀ ୧୬ରୁ ୨୦ ଭିତରେ ହାଜର ହେବାକୁ କୁହାଯାଇଛି । ଯଦି ସେ ହାଜର ନ ହୁଅନ୍ତି ତେବେ ଇଡିର ଅଧିକାରୀମାନେ ତାଙ୍କ ପାଖରେ ପହଞ୍ଚିବେ ବୋଲି କୁହାଯାଇଛି ।

Middle post content

ପୂର୍ବରୁ ୭ ଥର ସମନ ପଠାଇଛି ଇଡ଼ି

After 2nd paragraph post ads

ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ଇଡି ୭ଥର-ଅଗଷ୍ଟ ୧୪, ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଅକ୍ଟୋବର ୪, ଡିସେମ୍ବର ୧୨ରେ ସୋରେନଙ୍କୁ ସମନ କରିଥିଲା । କିନ୍ତୁ ସେ ହାଜର ହୋଇ ନ ଥିଲେ । ଏବେ ପୁଣିଥରେ ଇଡି ୮ମ ଥର ପାଇଁ ତାଙ୍କୁ ସମନ ପଠାଇଛି । ଏହାପୂର୍ବରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଇଡି ଏକ ଚିଠି ପଠାଇଥିଲା । ମନି ଲଣ୍ଡରିଂ ମାମଲାରେ ଆପଣଙ୍କ କେବେ ଓ କେଉଁଠି ବୟାନ ରେକର୍ଡ କରିବା ପାଇଁ ସୁବିଧା ହେବ ସେ ନେଇ ଜଣାନ୍ତୁ ବୋଲି ଇଡି ଚିଠି ମାଧ୍ୟମରେ କହିଥିଲା । ଅପରପକ୍ଷେ ସୋରେନ୍ ଜାନୁଆରୀ ୨ରେ ତାଙ୍କୁ ସମନ ପଠାଇବାର କାରଣ ପଚାରିବା ସହ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ । ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଛି । ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୋରେନ ଇଡିକୁ ଚିଠି ଲେଖି କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami