ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI

Above Post Content

ଭୁବନେଶ୍ୱର : ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI । ନିର୍ବାଚନ ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ ଦୀପାଳି । ସେ ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ ।
ତେବେ ଏହାକୁ ଚେକିଂ ଓ ଭେରିଫିକେସନ ପାଇଁ ECI ଗ୍ରହଣ କରିଥିବା ସୂଚନା ମିଳିଛି । ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର EVM ଯାଞ୍ଚ ପାଇଁ ଅନୁମତି ମିଳିଛି ।

ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ । ତେବେ ଭୋଟ୍‌ ଗଣତିରେ ବା ନିର୍ବାଚନରେ ଇଭିଏମ୍‌ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ ।

After 2nd paragraph post ads
Middle post content

ଚଳିତ ନିର୍ବାଚନର ଭୋଟ୍‌ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍‌ର ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲା। ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା। ଏହି ନିୟମ ଆଧାରରେ ଦୀପାଳି ୫ ପ୍ରତିଶତ ବା ୧୩ ସେଟ୍‌ ଇଭିଏମ୍‌ ଓ ଭିଭିପିଏଟି ଯାଞ୍ଚ ପାଇଁ ଆବେଦନ କରିଥିଲେ । ପ୍ରତିଟି ସେଟ୍‌ର ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୨୫୭ଟି ବୁଥ ପାଇଁ ୧୯ ରାଉଣ୍ଡରେ ଭୋଟ୍‌ ଗଣତି ହୋଇଥିଲା। ଏଥିରେ ୧୦୯ଟି ବୁଥରେ ବିଜେଡି ଆଗୁଆ ଥିବା ବେଳେ ୧୪୭ଟି ବୁଥରେ ବିଜେପି ଆଗୁଆ ରହିଥିଲା। ଗୋଟିଏ ବୁଥରେ ବିଜେଡି-ବିଜେପି ଭୋଟ୍‌ ହାର ସମାନ ରହିଥିଲା। ତେବେ ଝାରସୁଗୁଡ଼ା ମ୍ୟୁନିସିପାଲଟିର ୧ ନମ୍ବର ୱାର୍ଡ ଅର୍ଥାତ୍‌ ସରବାହାଲରେ ଖୋଦ୍‌ ଦୀପାଳିଙ୍କ ଘର ଥିବା ବେଳେ ଏହି ୱାର୍ଡରେ ମଧ୍ୟ ବିଜେପି ୩୬୭ ଭୋଟ୍‌ରେ ଆଗୁଆ ରହିଥିଲା। ଯାହାକୁ ନେଇ ବିଜେଡି ସମର୍ଥକମାନେ ଇଭିଏମ୍‌ ଉପରେ ସନ୍ଦେହ ପ୍ରକାଶ କରିଥିଲେ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami