ସଂସ୍କୃତରେ ଶପଥପାଠ କଲେ ସଂଖ୍ୟାଲଘୁ ସଂପ୍ରଦାୟର ବିଧାୟକ

Above Post Content

ନୂଆଦିଲ୍ଲୀ: ଗତକାଲି ରାଜସ୍ଥାନ ବିଧାନସଭାରେ ବିଧାୟକମାନେ ଶପଥପାଠ କରିଥିଲେ । ଏହି ଶପଥପାଠ ସମୟରେ ଏମିତି କିଛି ବିଧାୟକ ରହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେଥିମଧ୍ୟରେ ଅଛନ୍ତି ଦିଦ୍‌ୱାନାର ବିଧାୟକ ୟୁନୁସ ଖାନ । ୟୁନୁସ ସଂଖ୍ୟାଲଘୁ ସଂପ୍ରଦାୟର ହୋଇମଧ୍ୟ ସଂସ୍କୃତରେ ଶପଥପାଠ କରି ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏପରି ଉଦ୍ୟମକୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି ।

Middle post content

୩ୟ ଥର ହୋଇଛନ୍ତି ବିଧାୟକ ୟୁନୁସ

After 2nd paragraph post ads

ୟୁନୁସ ଖାନ ଶପଥ ନେଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁନୁସ ସଂସ୍କୃତରେ ଶପଥ ପାଠ କରିଥିଲେ । ପରେ ଆଉ କିଛି ବିଧାୟକ ସଂସ୍କୃତରେ ବି ଶପଥ ପାଠ କରିଥିଲେ । ସେମାନେ ହେଲେ ଉଦୟଲାଲ ଭଡ଼ାନା, ଗୋପାଳ ଲାଲ ଶର୍ମା, ଜୋଗେଶ୍ୱର ଗର୍ଗ, କୈଳାଶ ଚନ୍ଦ୍ର ମିଣା, ଗଢ଼ି, ଗୋପାଳ ଶର୍ମା, ଛଗନ ସିଂହ ରାଜପୁରୋହିତ, ଜୁବେର ଖାନ, ରାମଗଢ଼ ଜେଠାନନ୍ଦ ବ୍ୟାସ, ଜୋରାରାମ କୁମାୱତ । ଦିଦ୍‌ୱାନାରୁ ୟୁନୁସ ଖାନ ତୃତୀୟ ଥର ବିଧାୟକ ହୋଇଛନ୍ତି । ୨୦୦୩ରେ ବିଜେପି ଟିକେଟରେ ପ୍ରଥମଥର ନିର୍ବାଚନ ଜିତି ଦିଦ୍‌ୱାନା ନିର୍ବାଚନମଣ୍ଡଳୀରୁ ଜିତିଥିବା ପ୍ରଥମ ସଂଖ୍ୟାଲଘୁ ସଂପ୍ରଦାୟର ପ୍ରାର୍ଥୀ ହୋଇଥିଲେ । ୨୦୧୩ରେ ୟୁନୁସ ଖାନ ନିର୍ବାଚନ ଜିତିଥିବା ବେଳେ ୨୦୧୮ରେ ବିଧାନସଭା ନିର୍ବାଚନରେ ଶେଷ ସମୟରେ ବିଜେପି ୟୁନୁସ ଖାନଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami