ଶ୍ରୀ ଜଗନ୍ନାଥଙ୍କ ନାଁରେ ମିଛ କହୁଛନ୍ତି ଧର୍ମେନ୍ଦ୍ର

Above Post Content

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନ ମିଛୁଆ ଏକଥା ଓଡିଶାବାସୀ ଜାଣିଥିଲେ । ଏବେ ତାଙ୍କର ପ୍ରମୋସନ୍ ହୋଇ ସେ ସୁପର ମିଛୁଆ ହୋଇସାରିଛନ୍ତି । ଏହା ପୁଣି ପ୍ରମାଣିତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ବେଳେ କେନ୍ଦ୍ରୀୟ ସହାୟତା ନେଇ ସେ ୩ ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ମିଛ କହିଥିଲେ, ଯାହା ଧରାପଡିଯାଇଛି ବୋଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ।

ନବକଳେବର ପାଇଁ ସାଢେ ୬ କୋଟି ଦେଇଥିଲେ କେନ୍ଦ୍ର ସରକାର

After 2nd paragraph post ads
Middle post content

ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ଆହୁରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, କେନ୍ଦ୍ର ସରକାର ରାଜ୍ୟ ଟ୍ରେଜେରୀକୁ ନବକଳେବର ପାଇଁ ୫୦ କୋଟି ଟଙ୍କା ଦେଇଥିଲେ । ସତ କଥା ହେଲା, ୫୦ କୋଟି ନୁହେଁ ଆଇଟିଡିସି ଜରିଆରେ ୧୦ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିଲେ । ଏଥିରୁ ୬ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଅର୍ଥାତ୍ ନବକଳେବର ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ଥିଲା ସାଢେ ୬ କୋଟି ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଛି, ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ରକ୍ଷା ପାଇଁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ମିଛ କହିବାକୁ ପଛାଉ ନାହାନ୍ତି ଧର୍ମେନ୍ଦ୍ର । ସଂସ୍କୃତି, ପରମ୍ପରା, ଐତିହ୍ୟ ଜପି ହେଉଥିବା ଲୋକଟି ଏଭଳି ମିଛ କିପରି କହିପାରେ? ଅସଲ କଥା ହେଲା, ଧର୍ମେନ୍ଦ୍ରଙ୍କ ଭଳି ରାଜନେତା, ନିଜ ସ୍ୱାର୍ଥ ପାଇଁ ମହାପ୍ରଭୁଙ୍କ ନାଁକୁ ନେଇ ମଧ୍ୟ ମିଛ କହିପାରନ୍ତି ।

ଦୋମୁହାଁ ଚରିତ୍ର ହେଲେ ଧର୍ମେନ୍ଦ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମିଛ କହି ବିଭ୍ରାନ୍ତି ସୃଷ୍ଟି କରିଥିଲେ । ଆରମ୍ଭ ଦିନରୁ ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିଲେ ଧର୍ମେନ୍ଦ୍ର । ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ଫେରିବା ଦିନ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ କରାଇଥିଲେ । କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ସେ ନିଜେ କହିଥିଲେ, ପରିକ୍ରମା ପ୍ରକଳ୍ପକୁ ସେ ବିରୋଧ କରୁଛନ୍ତି । ଏବେ ସାମ୍ବାଦିକ ସମ୍ମିଳନୀ କରି କହୁଛନ୍ତି, ପରିକ୍ରମା ପ୍ରକଳ୍ପ ପଛରେ ସେମାନଙ୍କର ସମର୍ଥନ ରହିଥିଲା । ଏଭଳି ଦୋମୁହାଁ ଚରିତ୍ର ହିଁ ଧର୍ମେନ୍ଦ୍ର ପ୍ରଧାନଙ୍କର ଅସଲ ମାନସିକତାକୁ ପଦାରେ ପକାଉଛି । ବୋଧହୁଏ ବୁଝିପାରୁନାହାନ୍ତି, ସେ କ’ଣ କରୁଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami